୨ଠ୨୨ସୁଦ୍ଧା ଦେଶରେ ୧କୋଟି ଏମ୍ବିରୁ ଅଧିକ ଡାଟା ବ୍ୟବହାର ସମ୍ଭାବନା

ନୂଆଦିଲ୍ଲୀ, (ଏଜେନ୍ସି): ଦୂରସଂଚାର ସେବା ପ୍ରଦାନକାରୀ କମ୍ପାନୀଗୁଡ଼ିକ ମଧ୍ୟରେ ପ୍ରତିଦ୍ୱନ୍ଦିତା କାରଣରୁ ଡାଟା ଟାରିଫ୍ରେ ଆସିଥିବା ହ୍ରାସ୍ ଓ ସୁଦୁରବିର୍ତ୍ତୀ ଅଞ୍ଚଳରେ ସ୍ମାର୍ଟଫୋନ୍ ବ୍ୟବହାର ବୃଦ୍ଧି ଦ୍ୱାରା ଦେଶରେ ଡାଟା ବ୍ୟବହାରରେ ପାଖାପାଖି ୭୩%ର ବାର୍ଷିକ ବୃଦ୍ଧି ହେଉଛି । ଆର୍ଥିକ ବର୍ଷ ୨୦୨୨ ସୁଦ୍ଧା ଏଥିରେ ବୃଦ୍ଧି ଘଟି ୧କୋଟି ୯ଲକ୍ଷ ୬୫ହଜାର ୮୭୯ଏମ୍ବି ପର୍ଯ୍ୟନ୍ତ ପହଞ୍ଚିବାର ସମ୍ଭାବନା ରହିଛି । ଆର୍ଥିକ ବର୍ଷ ୨୦୧୭ରେ ଦେଶର ଡାଟା ବ୍ୟବହାର ୭୧ଲକ୍ଷ ୬ହଜାର ୭୧୦ଏମ୍ବି ଥିଲା । ଉଦ୍ୟୋଗ ସଂଗଠନ ଆସୋଚାମ୍ ଓ ବଜାର ଅଧ୍ୟୟନକାରୀ ଏଜେନ୍ସି ପିଡ଼ବ୍ଲ୍ୟୁସିର ସଂଯୁକ୍ତ ଅଧ୍ୟୟନ ଅନୁସାରେ ଆର୍ଥିକ ବର୍ଷ ୨୦୧୭ରେ ଦେଶରେ ୪୦% ଫୋନ୍ ସ୍ମାର୍ଟଫୋନ୍ ଥିଲା । ସ୍ମାର୍ଟଫୋନ୍ର ବର୍ଦ୍ଧିତ ସଂଖ୍ୟା କାରଣରୁ ଭିଡ଼ିଓ ଅନ୍ ଡିମାଣ୍ଡ କାରବାରକୁ ସର୍ବାଧିକ ଲାଭ ହେବ । ଯଦ୍ୱାରା ଡାଟାର ବ୍ୟବହାର ବଢ଼ିବ । ଦେଶରେ ଇଣ୍ଟରନେଟ୍ ଉପଭୋକ୍ତା ବହୁଳ ଭାବେ ଡାଟା ବ୍ୟବହାର କରୁଛନ୍ତି । ଆର୍ଥିକ ବର୍ଷ ୨୦୧୩ ସୁଦ୍ଧା ଦେଶର ମୋବାଇଲ୍ ଉପଭୋକ୍ତା ଆନୁମାନିକ କଲିଂ ସେବା ପାଇଁ ଅଧିକ ଖର୍ଚ୍ଚ କରୁଥିଲେ । ହେଲେ ମୋବାଇଲ୍ ବିଲ୍ର ଅଧିକତର ଅଂଶ ଡାଟାର ହୋଇଥାଏ । ରିପୋର୍ଟ ଅନୁୀସାରେ ଆର୍ଥିକ ବର୍ଷ ୨୦୧୩ରେ ଭଏସ୍ କଲିଂ ସେବା କ୍ଷେତ୍ରରେ ଆନୁମାନିକ ମାସିକ ଖର୍ଚ୍ଚ ୨୧୪ଟଙ୍କା ଓ ଡାଟା ଉପରେ ଖର୍ଚ୍ଚ ୧୭୩ଟଙ୍କା ଥିଲା । ଆର୍ଥିକ ବର୍ଷ ୨୦୧୬ରେ ଭଏସ୍ କଲିଂ ଉପରେ ଖର୍ଚ୍ଚ ହ୍ରାସ୍ ପାଇ ୨୧୪ଟଙ୍କା ହୋଇଯାଇଛି । ଏଥିସହ ଡାଟା ଉପରେ ଖର୍ଚ୍ଚ ବୃଦ୍ଧି ପାଇ ଆନୁମାନିକ ମାସ ପିଛା ୨୨୫ଟଙ୍କା ହୋଇଛି । ନୋକିଆ ମୋବାଇଲ୍ ବ୍ରଡ଼ବ୍ୟାଙ୍କ୍ ସୂଚକାଂକ ୨୦୧୮ତୁଳନାରେ ଡାଟା ଖର୍ଚ୍ଚରେ ଭିଡ଼ିଓ ଷ୍ଟ୍ରିମିଂର ଅଂଶ ୬୫ରୁ ୭୫% ପର୍ଯ୍ୟନ୍ତ ରହିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ