୨ଦିନିଆ ସଟ୍‌ଡାଉନ୍ ଗଜପତି ଜିଲ୍ଲାସାରା ଶୁନ୍‌ସାନ୍

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ପ୍ରଶାସନ ଦ୍ୱାରା ଘୋଷିତ ସପ୍ତାହାନ୍ତ ଶନିବାର ଓ ରବିବାର ୨ଦିନିଆ ସଟ୍‌ଡାଉନ୍ ଯୋଗୁଁ ଗଜପତି ଜିଲ୍ଲା ସାରା ଖାଁ ଖାଁ ଦେଖାଦେବା ସହ ଶୁନ୍‌ସାନ୍ ହୋଇପଡିଛି । ଏହି ୨ଦିନ ସଟ୍‌ଡାଉନ୍ ଯୋଗୁଁ ଗଜପତି ଜିଲ୍ଲାର ପାରଳାଖେମୁଣ୍ଡି ସହର ସମେତ ଗୁମ୍ମା,ଗୋଷାଣୀ,କାଶୀନଗର,ନୁଆଗଡ,ରାୟଗଡ,ମୋହନା ଓ ଆର.ଉଦୟଗିରି ଆଦି ବ୍ଲକ ଅଞ୍ଚଳରେ ମଧ୍ୟ ସମସ୍ତ ଦୋକାନ ବଜାର ବନ୍ଦ ରହି ଅଞ୍ଚଳ ଗୁଡିକ ଶୁନ୍‌ସାନ୍ ହୋଇପଡିଥିଲା । ଅତି ଜରୁରୀ କାମ ନ ଥିଲେ ଲୋକେ ଘରୁ ବାହାରୁ ନ ଥିବା ଦେଖିବାକୁ ମିଳିଥିଲା । କିଛି ଅମାନିଆ ରାସ୍ତାରେ ଯାତାୟତ କରୁଥିବା ବେଳେ ପୋଲିସ ସେମାନଙ୍କୁ ସାବାଡ କରି ଘରକୁ ଫେରାଇ ଥିଲେ । ଗଜପତି ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ଯୋଗୁଁ ରାଜ୍ୟ ସରକାର ଜୋନ୍ ୧ ଭାବେ ଯେଉଁ ୧୦ଟି ଜିଲ୍ଲାକୁ ଘୋଷଣା କରିଛନ୍ତି,ସେଥିମଧ୍ୟରେ ଗଜପତି ରହିଛି । ପରିସ୍ଥିତିକୁ ଦୃଷ୍ଟିରେ ରଖି ପ୍ରଶାସନ ଜୁଲାଇ ମାସର ପ୍ରତି ଶପ୍ତାହରେ ଶନିବାର ଓ ରବିବାର ୨ଦିନକୁ ଜିଲ୍ଲା ବ୍ୟପି ସଟ୍‌ଡାଉନ୍ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ