୨ଦେଶୀ ମଦ ଦୋକାନରୁ ୧ଲକ୍ଷ ଟଙ୍କା ଜୋରିମାନା ଆଦାୟ

ହିଞ୍ଜିଳିକାଟୁ, (ଶେଷଦେବ ସାହୁ): ସ୍ୱଛ ଭାରତ ମିଶନ ମାଧ୍ୟମରେ ସାରା ଭାରତ ବର୍ଷକୁ ସ୍ୱଛ ରଖିବା ସକାଶେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ବହୁବିଧି ଯୋଜନା ପ୍ରଣୟନ କରାଯାଇଛି । ଏହି ପରିପ୍ରେକ୍ଷୀରେ ତତ୍କାଳୀନ ଗଂଜାମ ଜିଲ୍ଲାପାଳ ପ୍ରେମଚନ୍ଦ୍ର ଚୌଧୁରୀଙ୍କ ତତ୍ୱାବଧାନରେ ସ୍ୱଛ ଗଂଜାମ କାର୍ଯ୍ୟକ୍ରମ ହାତକୁ ନିଆଯାଇଥିଲା । ଗଂଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଦୀର୍ଘ ଦିନ ଧରି ସ୍ୱଛତାକୁ ଗୁରୁତ୍ୱ ପ୍ରଦାନ କରି ଆସୁଛନ୍ତି । କେତେବେଳେ ସାଇକେଲରେ ତ କେତେବେଳ ବୁଲେଟ ମୋଟର ସାଇକେଲରେ ବିଭିନ୍ନ ସହରାଂଚଳ ପରିଦର୍ଶନ କରି ସ୍ୱଛତାକୁ ପ୍ରାଧାନ୍ୟ ଦେଉଥିବା ଦେଖିବାକୁ ମିଳିଛି । ଗତ କିଛି ଦିନ ପୂର୍ବେ ରାତି ପ୍ରାୟ ସାଢେ ୧୦ଟାରେ ହିଂଜିଳିକାଟୁ ପୌରାଂଚଳର ବିଭିନ୍ନ ୱାର୍ଡ଼ ପରିଦର୍ଶନ କରିବା ସହ ଏକ କିରାଣୀ ଦୋକନ ସ୍ୱଛତା ଦିଗରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିନଥିବା ଯୋଗୁଁ ୫ହଜାର ଟଙ୍କା ଜୋରିମାନା ଆଦାୟ କରିଥିଲେ । ଗୁରୁବାର ପୂର୍ବାହ୍ନ ସାଢେ ୧୧ଟାରେ ଗଂଜାମ ଜିଲ୍ଲାପାଳ କୁଲାଙ୍ଗେ ହିଂଜିଳି ଗ୍ରସ୍ତରେ ଆସି ସ୍ଥାନୀୟ ପୌର ପରିଷଦ କାର୍ଯ୍ୟାଳୟ ସଭାକକ୍ଷ ଗୃହରେ ସ୍ୱଛ ସାଥୀ ଓ ସୁପରଭାଇଜର ମାନଙ୍କ ସହ ପୌରାଂଚଳର ସ୍ୱଛତା ନେଇ ଆଲୋଚନା କରିଥିଲେ । ପରେ ପୌରାଂଚଳର ୧୯ ନଂ ୱାର୍ଡ଼ ପରିଦର୍ଶନ କରିଥିଲେ । ସଂପୃକ୍ତ ସାହିରେ ଥିବା ୨ଟି ଦେଶୀ ମଦ ଦୋକାନ ସମ୍ମୁଖରେ ପ୍ଳାଷ୍ଟିକ ଗ୍ଳାସ ଓ ମଦ ପାଉଚ୍ ପଡ଼ିଥିବାର ଦେଖି ତାଗିଦ କରିବା ସହ ଜୋରିମାନା ବାବଦରେ ୧ଲକ୍ଷ ଟଙ୍କା ଆଦାୟ କରିବାକୁ ପୌର ପରିଷଦର ନିର୍ବାହୀ ଅଧିକାରୀ ଡ଼ଃ. ମନୋରଂଜନ ସାହୁଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ