୨ନିୟୁତ ଟପିଲା ଭାରତୀୟ ରେଳବାଇର ମାଗଣା ଖାଦ୍ୟ ପୁଡ଼ିଆ ବଣ୍ଟନ

ନୂଆଦିଲ୍ଲୀ : ସଂକ୍ରମଣ ବେଳେ ଦେଶବ୍ୟାପୀ ଜାରି ଲକଡାଉନ ସମୟରେ ଭାରତୀୟ ରେଳବାଇ ପକ୍ଷରୁ ବିଭିନ୍ନ ସ୍ଥାନରେ ମାଗଣା ରନ୍ଧାଖାଦ୍ୟ ବଣ୍ଟନର ବ୍ୟବସ୍ଥା କରାଯାଇଛି । ଆଜି ସୁଦ୍ଧା ୨୦.୫ଲକ୍ଷ ଲୋକଙ୍କୁ ଏଭଳି ରନ୍ଧାଖାଦ୍ୟ ପୁଡ଼ିଆ ବଣ୍ଟନ କରାଯାଇଛି ବୋଲି ରେଳବାଇ ପକ୍ଷରୁ ସୂଚୀତ କରାଯାଇଛି । ବୈଶ୍ୱିକ ମହାମାରୀ କରୋନା ଭାରତ ସମେତ ସମଗ୍ର ବିଶ୍ୱରେ ଅଭାବନୀୟ ପରିସ୍ଥିତି ସୃଷ୍ଟି କରିଛି ଏବଂ ବିପୁଳ ସଂଖ୍ୟକ ଦୁର୍ଗତ ଲୋକ ଭୋକଉପାସ ମଧ୍ୟକୁ ଠେଲି ହୋଇଯାଇଛନ୍ତି । ଏଭଳି ମହାମାରୀ ତଥା ଲକଡାଉନ ଦ୍ୱାରା ଯେଉଁମାନେ ସର୍ବାଧିକ ପ୍ରଭାବିତ ହୋଇଛନ୍ତି ସେମାନେ ହେଲେ ବିଭିନ୍ନ ସ୍ଥାନରେ ଅଟକି ରହିଥିବା ଲକ୍ଷ ଲକ୍ଷ ଲୋକ । ସେମାନଙ୍କ ମଧ୍ୟରେ ଦିନ ମଜୁରିଆ, ଦେଶାନ୍ତରୀ ଶ୍ରମିକ, ଶିଶୁ, କୁଲି, ବାସହୀନ, ଗରିବ ତଥା ସେହିଭଳି ଆହୁରି ଅନେକ ଉଦବାସ୍ତୁ ଜନତା । ଭାରତୀୟ ରେଳବାଇର ବିଭିନ୍ନ ସଂସ୍ଥାର କର୍ମଚାରୀମାନେ ମାର୍ଚ୍ଚ ୨୮, ୨୦୨୦ତାରିଖ ଠାରୁ ନିରବଚ୍ଛିନ୍ନ ଭାବେ କାର୍ଯ୍ୟ କରି ଏଭଳି କୋଭିଡ-୧୯ ସଂକ୍ରମଣ ଓ ଲକଡାଉନ ଫଳରେ ଦୁର୍ଗତ ଅବସ୍ଥାରେ ଥିବା ଲୋକମାନଙ୍କୁ ରନ୍ଧା ଖାଦ୍ୟ ବଣ୍ଟନ କରିଆସୁଛନ୍ତି । କାଗଜ ପ୍ଲେଟରେ ରେଳବାଇ ପକ୍ଷରୁ ଏଭଳି ରନ୍ଧାଖାଦ୍ୟକୁ ସେହିସବୁ ଦୁର୍ଗତ ଲୋକମାନଙ୍କ ନିକଟରେ ପହଞ୍ଚାଯାଉଛି । ଆଇଆରସିଟିସି ବେସ୍ ପାକଶାଳାରେ ଏଭଳି ଖାଦ୍ୟ ରନ୍ଧାଯାଉଛି । ଆରପିଏଫର ସମ୍ବଳ ତଥା ସ୍ୱେଚ୍ଛାସେବୀ ଅନୁଷ୍ଠାନମାନଙ୍କ ଠାରୁ ମିଳିଥିବା ଅନୁଦାନ ଦ୍ୱାରା ଏଭଳି ବ୍ୟବସ୍ଥା କରାଯାଇଛି । ଦୁର୍ଗତ ଲୋକମାନଙ୍କୁ ଏଭଳି ରନ୍ଧାଖାଦ୍ୟ ଯୋଗାଣ ବେଳେ ସାମାଜିକ ଦୂରତା ରକ୍ଷା ତଥା ସ୍ୱାସ୍ଥ୍ୟରକ୍ଷା ପ୍ରତି ବିଶେଷ ଧ୍ୟାନ ଦିଆଯାଇଛି । ଆରପିଏଫ, ଜିଆରପି, ଜୋନର ବିଭିନ୍ନ ବ୍ୟବସାୟିକ ବିଭାଗ, ରାଜ୍ୟ ସରକାର, ଜିଲ୍ଲା ପ୍ରଶାସନ ଏବଂ ଏନଜିଓମାନଙ୍କ ଦ୍ୱାରା ଏଭଳି ଖାଦ୍ୟ ପୁଡ଼ିଆ ବଣ୍ଟନ କରାଯାଉଛି । କେବଳ ଷ୍ଟେସନ ପାଖାପାଖି ଅଞ୍ଚଳ ନୁହେଁ ରେଳ ଷ୍ଟେସନଠାରୁ ଦୂରରେ ଥିବା ଦୁର୍ଗତ ଲୋକଙ୍କ ନିକଟରେ ମଧ୍ୟ ତାହା ବଣ୍ଟନର ବ୍ୟବସ୍ଥା କରାଯାଉଛି । ରେଳବାଇର ବିଭିନ୍ନ ଜୋନ ଯଥା, ଉତ୍ତର, ପଶ୍ଚିମ, ପୂର୍ବ, ଦକ୍ଷିଣ, ଦକ୍ଷିଣ କେନ୍ଦ୍ରୀୟ ଜୋନର ଆଇଆରସିଟିସିର ନୂଆଦିଲ୍ଲୀ, ବେଙ୍ଗାଲୁରୁ, ହୁବଲି, ମୁମ୍ବାଇ ସେଣ୍ଟ୍ରାଲ୍, ଅହମ୍ମଦାବାଦ, ଭୁଶାବଲ, ହାଓଡ଼ା, ପାଟନା, ଗୟା, ରାଞ୍ଚି, କଟିହାର, ଦୀନ ଦୟାଲ ଉପାଧ୍ୟାୟ ନଗର, ବାଲେଶ୍ୱର, ବିଜୟୱଡ଼ା ଖୋର୍ଦ୍ଧା, କଟପାଡ଼ି, ତ୍ରିଚିରାପଲ୍ଲୀ, ଧାନବାଦ, ଗୁଆହାଟୀ, ସମସ୍ତିପୁର, ପ୍ରୟାଗରାଜ, ଇଟାର୍ସି, ବିଶାଖାପାଟଣା, ଚେଙ୍ଗାଲପାଟୁ, ପୁନେ, ହାଜିପୁର, ରାୟପୁର ଓ ଟାଟାନଗର ବେସ୍ ପାକଶାଳାରେ ୨୦.୫ଲକ୍ଷ ରନ୍ଧା ଖାଦ୍ୟ ପୁଡ଼ିଆ ପ୍ରସ୍ତୁତ କରାଯାଇ ଅପ୍ରେଲ ୨୦, ୨୦୨୦ ସୁଦ୍ଧା ବଣ୍ଟାଯାଇଛି । ସେଥି ମଧ୍ୟରୁ ପ୍ରାୟ ୧୧.୬ଲକ୍ଷ ରନ୍ଧାଖାଦ୍ୟ ପୁଡ଼ିଆ ଆଇଆରସିଟିସି ଦ୍ୱାରା ଯୋଗାଇ ଦିଆଯାଇଥିବା ବେଳେ ୩.୬ଲକ୍ଷ ମିଲ୍ ଆରପିଏଫ୍ ଦ୍ୱାରା ସେମାନଙ୍କ ନିଜସ୍ୱ ସମ୍ବଳରୁ ଯୋଗାଇ ଦିଆଯାଇଛି । ସେହିଭଳି ୧.୫ଲକ୍ଷ ମିଲ୍ ରେଳବାଇର କମର୍ସିଆଲ୍ ଓ ଅନ୍ୟାନ୍ୟ ବିଭାଗ ପକ୍ଷରୁ ବ୍ୟବସ୍ଥା କରାଯାଇଥିବା ବେଳେ ୩.୮ଲକ୍ଷ ମିଲ୍ ବିଭିନ୍ନ ରେଳବାଇ ସଂସ୍ଥା ସହ ଅନୁବନ୍ଧିତ ସ୍ୱେଚ୍ଛାସେବୀ ସଂସ୍ଥାଙ୍କ ଠାରୁ ମିଳିଥିବା ଅନୁଦାନ ମାଧ୍ୟମରେ ଯୋଗାଇ ଦିଆଯାଇଛି । ଆଇଆରସିଟିସି, ଅନ୍ୟାନ୍ୟ ରେଳବାଇ ବିଭାଗ, ଏନଜିଓମାନଙ୍କ ନିଜସ୍ୱ ପାକଶାଳା ଦ୍ୱାରା ପ୍ରସ୍ତୁତ ରେଳବାଇ ସୁରକ୍ଷା ବଳ ଏଭଳି ଦୁର୍ଗତ ଲୋକଙ୍କୁ ଖାଦ୍ୟ ଯୋଗାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି । ୨୮.୦୩.୨୦୨୦ ତାରିଖ ଦିନ ଦେଶର ୭୪ଟି ସ୍ଥାନରେ ୫୪୧୯ଜଣ ଦୁର୍ଗତ ଲୋକଙ୍କୁ ଖାଦ୍ୟ ବଣ୍ଟନ କରାଯିବାର ବ୍ୟବସ୍ଥା କରାଯାଇଥିଲା । ଏହା ପରେ ପ୍ରତ୍ୟେକ ଦିନ ଏଭଳି ଖାଦ୍ୟ ପୁଡ଼ିଆ ବଣ୍ଟନ ସଂଖ୍ୟା ବୃଦ୍ଧି ପାଇଥିଲା । ବର୍ତ୍ତମାନ ଆନୁମାନିକ ୫୦,000 ଲୋକଙ୍କୁ ଆରପିଏଫ ଦ୍ୱାରା ଦେଶର ୩୦୦ଟି ସ୍ଥାନରେ ଦୈନିକ ଖାଦ୍ୟ ପୁଡ଼ିଆ ବଣ୍ଟନ କରାଯାଇଛି । ସର୍ବାଧିକ ସଂଖ୍ୟକ ଦୁର୍ଗତ ଲୋକଙ୍କୁ କିଭଳି ସାହାଯ୍ୟ ଯୋଗାଯାଇପାରିବ, ସେଥିପାଇଁ ଭାରତୀୟ ରେଳବାଇ ସଂଗଠନ ଦ୍ୱାରା ବ୍ୟବସ୍ଥା କରାଯାଇଛି । ପ୍ରତିଦିନ ହଜାର ହଜାର ଦୁର୍ଗତ ଲୋକ ଏହା ଦ୍ୱାରା ଉପକୃତ ହୋଇପାରୁଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ