୨ରେ ମହାସମାବେଶ କରିବେ ଶିକ୍ଷକ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ବେସରକାରୀ ଅନୁଦାନ ଓ ଅଣ ଅନୁଦାନ ଶିକ୍ଷକ ଏବଂ ଅଣ ଶିକ୍ଷକ କର୍ମଚାରୀ ସଂଘ ପକ୍ଷରୁ ଆସନ୍ତା ୨ଡିସେମ୍ବରରେ ବିଧାନସଭା ଆଗରେ ବଡ଼ ଧରଣର ଆନ୍ଦୋଳନ କରିବ । ରାଜଧାନୀରେ ସଂଘ ପକ୍ଷରୁ ଏକ ବୈଠକ କରାଯାଇ ନିଷ୍ପତି ଏହି ନିଆଯାଇଛି । ୨୦୦୮ମସିହାରୁ ନିଜର ସମସ୍ୟା ନେଇ ଆନ୍ଦୋଳନ କରୁଥିବା ସରକାର ସମସ୍ୟା ସମାଧାନ କରିନଥିବାରୁ ବିଧାନସଭା ଆଗରେ ବଡ଼ ଧରଣର ଆନ୍ଦୋଳନ କରିବେ ବୋଲି ସଂଘ ପକ୍ଷରୁ କୁହାଯାଇଛି । ସେମାନେ କହିଛନ୍ତି ଯେ, ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ଆମ୍ଭେ ବିଭିନ୍ନ ମହାବିଦ୍ୟାଳୟ ଦ୍ୱାରା ନିଯୁକ୍ତି ପାଇଛୁ । ଓଡ଼ିଶାର ପ୍ରାୟ ୩ ଶହ ମହାବିଦ୍ୟାଳୟର ୩ହଜାର ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀମାନେ ସ୍ୱଳ୍ପ ବେତନରେ ଦୀର୍ଘ ୧୧ବର୍ଷ ହେଲା କାର୍ଯ୍ୟ କରୁଛୁ । ବିଭିନ୍ନ ଦାବି ନେଇ ଶିକ୍ଷକମାନଙ୍କ ଦ୍ୱାରା ମହାସମାବେଶ କରାଯିବ ବୋଲି ସଂଘର ରାଜ୍ୟ ସାଧାରଣ ସମ୍ପାଦକ ଅଭୟ କୁମାର ପ୍ରଧାନ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ