୨ଶହରୁ ଉଦ୍ଦ୍ୱର୍ ମଲା କୁକୁଡା ପାଣିରେ ଭାସୁଥବାର ଦେଖି ଲୋକ ଆତଙ୍କିତ ବାର୍ଡ ପ୍ଳୁ ସନ୍ଦେହ
ନାଉଗାଁ, : ଅଲଣା ପଂଚାୟତ ଭାତପଡା ଠାରୁ ବାହାରି ବେଣାପଡା ଦେଇ ଜାମୁଗାଁକୁ ସଂଯୋଗ କରୁଥିବା ଜୋରରେ ମଲା କୁକୁଡା ଭାସୁଥିବାର ସ୍ଥାନୀୟ ଲୋକ ଦେଖିବାକୁ ପାଇଥିଲେ । ଶତାଧିକ କୁକୁଡା ଏକ ସଙ୍ଗରେ ମରିବା ନେଇ ସ୍ଥାନୀୟ ଅଂଚଳରେ ଆତଙ୍କ ସୃଷ୍ଟି ହୋଇଥିଲା । କିଏ ଓ କାହିଁକି କୁକୁଡାଙ୍କୁ ମାରି ଏଠାରେ ପକାଇଛି ତାହା ଜଣା ପଡି ନଥିଲା । ତେଣୁ କୁକୁଡାମାନଙ୍କୁ ବାର୍ଡ ପ୍ଳୁ କିମ୍ବା ଅନ୍ୟ କୋଣସି ଅଜଣା ରୋଗର ଶିକାର ହୋଇ ମୃତ୍ୟୁବରଣ କରିଥିବା ସ୍ଥାନୀୟ ଅଂଚଳରେ ଚର୍ଚ୍ଚା ହୋଇଥିଲା । ଏତେ ସଂଖ୍ୟକ କୁକୁଡା ମରି ଭାସୁଥିବାରୁ ସେମାନଙ୍କ ମନରେ ଭୟ ସୃଷ୍ଠି କରିଥିଲା । ତେଣୁ ସ୍ଥାନୀୟ ଲୋକ ଏହାକୁ ଦେଖି ନାଉଗାଁ ଥାନାକୁ ଖବର ଦେଇଥିଲେ । ଥାନା ପକ୍ଷରୁ ଏଏସଆଇ ଅଶୋକ କୁମାର ମହାନ୍ତି ଘଟଣାସ୍ଥଳରେ ପହଁଚି ତଦନ୍ତ କରିଥିଲେ । ତଦନ୍ତ କରିବା ସମୟରେ ନୂଆଗାଁ ପଂଚାୟତ ଖଇରାବସ୍ତ ଗ୍ରାମର ଅକ୍ଷୟ ମହାନ୍ତିଙ୍କ କୁକୁଡା ଫାର୍ମର କୁକୁଡା ବୋଲି ଜଣାପଡିଥିଲା । ପଚରା ଉଚରା ସମୟରେ କେଉଁ କାରଣ ପାଇଁ କୁକୁଡା ସବୁ ମରି ଯାଇଥିଲେ ସେ ସଠିକ ତଥ୍ୟ ପ୍ରଦାନ କରିପାରି ନଥିଲେ । କୁକୁଡା ସବୁ ମରିଯିବାରୁ ଅନ୍ୟସ୍ଥାନରେ ନପକାଇ ତାକୁ ସେ ନିକଟସ୍ଥ ଜୋରରେ ପକାଇଥିବା ପ୍ରକାଶ କରିଥିଲେ । ଏବିଷୟରେ ନାଉଗାଁ ପଶୁ ଚିକିତ୍ସାଧିକାରୀ ଡାକ୍ତର ପ୍ରଭାତ କୁମାର ପଣ୍ଡାଙ୍କୁ ପଚାରିବାରୁ ଆଜି ମିଟିଙ୍ଗ ଥିଲା ମୁଁ ମିଟିଙ୍ଗକୁ ଯାଇଥିଲି । ଏ ବିଷୟରେ ମୋତେ କେହି ଅବଗତ କରାଇ ନାହାନ୍ତି । ତେଣୁ ମୁଁ ସ୍ଥାନୀୟ ଏଲଆଇଙ୍କ ସହ କଥା ହୋଇ ଘଟଣା ସଂପର୍କରେ ବୁଝିବି ବୋଲି କହିଥିଲେ । ଏ ବିଷୟରେ ନାଉଗାଁ ଥାନା ଆଇଆଇସି ଗୋବର୍ଦ୍ଧନ ସାହୁଙ୍କୁ ପଚାରିବାରୁ ଥାନା ପକ୍ଷରୁ ତଦନ୍ତ କରାଯାଇଛି । ଉକ୍ତ ମଲା କୁକୁଡା ଗୁଡିକୁ ଯଥା ଶୀଘ୍ର ସେଠାରୁ ବାହାର କରାଯାଇ ପୋତିବା ପାଇଁ କୁକୁଡା ଫାର୍ମ ମାଲିକକୁ ନିର୍ଦ୍ଦେଶ ମଧ୍ୟ ଦିଆଯାଇଛି । ଯଦି ଆଜି ରାତି ଭିତରେ ତାହା ନ କରାଯାଇଥାଏ ତେବେ ଆଇନାନୁଯାୟୀ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରକାଶ କରିଥିଲେ । ବର୍ତମାନ କରୋନା ଓ ବାର୍ଡ ପ୍ଳୁ ପରି ଭୟଙ୍କର ଭୂତାଣୁ ଜନିତ ରୋଗ ଦେଖା ଦେଇଥିବା ବେଳେ ଉକ୍ତ କୁକୁଡା କେଉଁ କାରଣରୁ ମଲେ ତାହା ମଧ୍ୟ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।