୨ସୁନା ଚୋରଙ୍କୁ ଧରିଲେ ଗଜପତି ଏସପି , ଲକ୍ଷାଧିକ ଟଙ୍କାର ୮ସୁନା ଲକେଟ ଉଦ୍ଧାର

ପାରଳାଖେମୁଣ୍ଡି, (ତାରିଣି ପ୍ରସାଦ ପଣ୍ଡା) – ଗଜପତି ଜିଲା ଏସପି ସାରା ଶର୍ମାଙ୍କ ଦ୍ୱାରା ଗଠିତ ହୋଇଥିବା ସି-ଟିମ୍କୁ ପ୍ରଥମଥର ପାଇଁ ଏକ ବିରାଟ ସଫଳତା ମିଳିଥିବା ସୂଚନା ମିଳିଛି । ସି-ଟିମ୍ ଗଠନ ହେବାପରେ ବିଭିନ୍ନ ଫୋନ୍ ନମ୍ବରରେ ଅଭିଯୋଗ ଆସିବାପରେ ସି-ଟିମ୍ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢାଉ ହୋଇଥିଲା । ମୋଟ ୧୯ଟି ଅଭିଯୋଗ ଫୋନ ମାଧ୍ୟମରେ ଆସିବାପରେ ସି-ଟିମ୍ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢାଉ କରାଯାଇଥିଲା । ସହରରେ ରଥଯାତ୍ରା ଚାଲିଥିବାବେଳେ ସି-ଟିମ୍ ଦ୍ୱାରା ରଥଯାତ୍ରାରେ ଚାଲୁ ରହିଥିବା ମୀନା ବଜାରରେ ମଧ୍ୟ କଡା ନଜର ରଖାଯାଇଥିଲା । ସେହିପରି ମହାରାଜାଙ୍କ ବାଳିକା ଉଚ୍ଚ ବିଦ୍ୟାଳୟ, ମହେନ୍ଦ୍ରଗିରି ଉଚ୍ଚ ବିଦ୍ୟାଳୟ, ସେଞ୍ଚୁରିଆନ ପବ୍ଲିକ ସ୍କୁଲ, କେନ୍ଦ୍ରୀୟ ବିଦ୍ୟାଳୟ, ଅରବିନ୍ଦ ବିଦ୍ୟାଳୟ, ଷ୍ଟେହୋମ୍ ଇତ୍ୟାଦି ବିଭିନ୍ନ ସ୍ଥାନରେ ଚଢାଉ କରାଯାଇଥିଲା । ବିଭିନ୍ନ ସ୍ଥାନରେ ଚଢାଉ କରିବାପରେ ସି-ଟିମ୍ ପକ୍ଷରୁ ଏ.ବିଜୟ କ୍ରିଷ୍ଣା, ୟୁ.ଚିନ୍ନା ରାଓଙ୍କୁ ସୁନା ଲକେଟ ଚୋରୀ ଅଭିଯୋଗରେ କୋର୍ଟ ଚାଲାଣ କରାଯାଇଥିବାର ସୂଚନା ଦିଆଯାଇଛି । ସେମାନଙ୍କ ନିକଟରୁ ମୋଟ ୮ଗୋଟି ସୁନା ଲକେଟ ଉଦ୍ଧାର କରାଯାଇଥିବା ପାରଳାଖେମୁଣ୍ଡି ସ୍ଥିତ ଆଦର୍ଶଥାନାରେ ଅନୁଷ୍ଠିତ ହୋଇଥିବା ଏକ ପ୍ରେସ୍ ମିଟ୍ ମାଧ୍ୟମରେ ସୂଚନା ଦିଆଯାଇଛି । ଏହି ପ୍ରେସ ମିଟ୍ରେ ଗଜପତି ଆରକ୍ଷୀ ଅଧିକ୍ଷକ ସାରା ଶର୍ମା, ପାରଳାଖେମୁଣ୍ଡି ଏସ୍.ଡି.ପି.ଓ. ଠାକୁର ପ୍ରସାଦ ପାତ୍ର, ଥାନା ଅଧିକାରୀ ବିବେକାନନ୍ଦ ସ୍ୱାଇଁ, ଅହଲ୍ୟା ମହାରଣା ପ୍ରମୁଖ ଉପସ୍ଥିତଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ