୨ୟ ଦିବସରେ ଟ୍ରେଜେରୀ କର୍ମଚାରୀମାନଙ୍କ କଳାବ୍ୟାଚ୍ ପରିଧାନ ଓ ମଧ୍ୟାହ୍ନ ବିରତି ବିକ୍ଷୋଭ

ଭୁୁବନେଶ୍ୱର : ନିଖିଳ ଓଡ଼ିଶା ଟ୍ରେଜେରୀ ଅମଲା ସଂଘର ଆହ୍ୱାନରେ କର୍ତ୍ତୃପକ୍ଷଙ୍କ ଅବହେଳା ବିରୁଦ୍ଧରେ ତିନିଦିନିଆ କଳାବ୍ୟାଚ୍ ପରିଧାନ ଓ ମଧ୍ୟାହ୍ନ ଭୋଜନ ବିରତି କାର୍ଯ୍ୟକ୍ରମ ୨ୟ ଦିବସ ପାଇଁ ରାଜ୍ୟବ୍ୟାପୀ ସମସ୍ତ ଟ୍ରେଜେରୀମାନଙ୍କରେ ପାଳିତ ହୋଇଯାଇଛି । ଏହି ଅବସରରେ ଭୁବନେଶ୍ୱରସ୍ଥ କୋଷାଗାର ଓ ଆକାଉଣ୍ଟ ଭବନ ସମ୍ମୁଖରେ ଜିଲ୍ଲା ଟ୍ରେଜେରୀ, ସ୍ୱତନ୍ତ୍ର ଟ୍ରେଜେରୀ ନଂ-୧, ସ୍ୱତନ୍ତ୍ର ଟ୍ରେଜେରୀ ନଂ-୨ ଓ ସାଇବର ଟ୍ରେଜେରୀର ସମସ୍ତ କର୍ମଚାରୀ ମଧ୍ୟାହ୍ନ ବିରତିରେ ଏକତ୍ରିତ ହୋଇ କର୍ତ୍ତୃପକ୍ଷଙ୍କର କର୍ମଚାରୀମାରଣ ନୀତି ବିରୁଦ୍ଧରେ ସ୍ଲୋଗାନ ଦେଇଥିଲେ ଓ ସଭା ମାଧ୍ୟମରେ ସଂଘ ତରଫରୁ ପ୍ରଦାନ କରାଯାଇଥିବା ୧୩ ଦଫା ଦାବି ତୁରନ୍ତ ପୂରଣ କରି ଜନସାଧାରଣଙ୍କୁ ଉନ୍ନତ ସେବା ଯୋଗାଇ ଦେବା ପାଇଁ ଦାବି କରିଥିଲେ । ଏହି ସଭାରେ ସର୍ବଭାରତୀୟ ଶ୍ରମିକ ନେତା ଆଡ଼ଭୋକେଟ ସୁରେଶ କୁମାର ରାଉତରାୟ, ଓଡ଼ିଶା କର୍ମଚାରୀ ସଂଗ୍ରାମ ସମିତିର ସର୍ବଶ୍ରୀ ଶରତ ଚନ୍ଦ୍ର ମଲ୍ଲ, ପ୍ରଭାତ ପରିଡ଼ା, ହୃଷିକେଶ ମହାପାତ୍ର, ଜ୍ୟୋତ୍ସ୍ନାମୟୀ ନାୟକ, ନିର୍ମଳା ଧଳ, ରୁଦ୍ରଚରଣ ପଟ୍ଟନାୟକ, ପ୍ରଦୀପ୍ତ କୁମାର ପ୍ରହରାଜ, ମନୋଜ କୁମାର ଦାସ, ରଜତ ମହାପାତ୍ର, ଜଗନ୍ନାଥ ମିଶ୍ର, ଅଣଗେଜେଟେଡ଼ କର୍ମଚାରୀ ସମନ୍ୱୟ ସମିତିର ସୁନନ୍ଦ କାନୁନ୍‌ଗୋ, ଉପସଭାନେତ୍ରୀବିଜୟିନୀ ମହାନ୍ତି ପ୍ରମୁଖ ଯୋଗଦେଇ ଟ୍ରେଜେରୀ କର୍ତ୍ତୃପକ୍ଷ ଦଶନ୍ଧି ଦଶନ୍ଧି ଧରି ସରକାରଙ୍କ ନିର୍ଦ୍ଧାରିତ ନିୟମକୁ ଉଲଂଘନ କରି କର୍ମଚାରୀମାନଙ୍କୁ ହତାଶ କରିବା ଦ୍ୱାରା ସରକାରୀ କଳ କିମ୍ବା ଜନସାଧାରଣ କାହାରି ଉପକାର ସାଧନ ହେବ ନାହିଁ ବୋଲି କ୍ଷୋଭପ୍ରକାଶ କରିଥିଲେ । କାର୍ଯ୍ୟକ୍ରମକୁ ନିଖିଳ ଓଡ଼ିଶା ଟ୍ରେଜେରୀ ଅମଲା ସଂଘର ସଭାପତି ସମର ରଞ୍ଜନ କାନୁନ୍‌ଗୋ, ସାଧାରଣ ସମ୍ପାଦକ ଶୁଭେନ୍ଦୁ କୁମାର ରାଉତରାୟ, ଉପଦେଷ୍ଟା ସୁଶାନ୍ତ କୁମାର ଦାସ, ମୁଖ୍ୟାଳୟ ସମ୍ପାଦକ ରୋଜ କୁମାର ସାହୁ, ଖୋର୍ଦ୍ଧାଜିଲ୍ଲା ସଭାପତି ବିଭୂଦତ୍ତ ମିଶ୍ର, ଅଡ଼ିଟର ଦିପ୍ତୀମୟୀ ପଟ୍ଟନାୟକ ପ୍ରମୁଖ ପରିଚାଳନା କରିଥିଲେ ଓ ରାଜ୍ୟବ୍ୟାପୀ ପାଳନ କରିଥିବା ଟ୍ରେଜେରୀ କର୍ମଚାରୀମାନଙ୍କୁ ଧନ୍ୟବାଦ ଜଣାଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ