୨ୟ ପର୍ଯ୍ୟାୟରେ ଚାରିଗାଁରେ ୩୧ ଜଣଙ୍କ ସ୍ୱାବ୍ ସଂଗ୍ରହ

ବନ୍ତ (ଚାନ୍ଦିନୀ ମହାନ୍ତି) : ସୋମବାର ବନ୍ତ ବ୍ଲକ ଚାରିଗାଁ ପଞ୍ଚାୟତ ଚାରିଗାଁ ଗ୍ରାମରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ୨ୟ ପର୍ଯ୍ୟାୟରେ ୩୧ ଜଣଙ୍କର ସ୍ୱାବ୍ ସଂଗ୍ରହ କରାଯାଇଛି । ଏହି ସ୍ୱାବ୍ ସଂଗ୍ରହ ବେଳେ ସରପଞ୍ଚ ବନମାଳୀ ବେହେରା, ପୂର୍ବତନ ସମିତି ସଭ୍ୟ ରାମ ଚନ୍ଦ୍ର ସାହୁ, ସ୍ୱେଚ୍ଛାସେବୀ ଚନ୍ଦ୍ରକାନ୍ତ ବେହେରା, ରଞ୍ଜନ ସାହୁ ସହଯୋଗ କରିଥିଲେ । ପୂର୍ବରୁ ପ୍ରଥମ ପର୍ଯ୍ୟାୟରେ ୬୧ ଜଣଙ୍କର ସ୍ୱାବ୍ ସଂଗ୍ରହ କରାଯାଇଥିଲା । ପ୍ରକାଶ ଥାଉକି, ଗତ ଏପ୍ରିଲ୍ ୨୮ ତାରିଖରେ ଉକ୍ତ ଗ୍ରାମରେ ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ