୨ୟ ସାମ୍ବତ୍ସରିକ ଉତ୍ସବ ମହାସମାରୋହରେ ପାଳିତ
ଭୁବନେଶ୍ୱର(ଯୁଗାବ୍ଦ ନ୍ୟୁଜ) : ଭାରତ ବିକାଶ ପରିଷଦ, ବାଣୀବିହାର ଶାଖାର ଦ୍ୱିତୀୟ ସାମ୍ବତ୍ସରିକ ଉତ୍ସବ ୟୁନିଟ୍-୯ସ୍ଥିତ ଜୟ ଭାରତ ଭବନରେ ଭବ୍ୟ ସମାରୋହ ସହ ଅନୁଷ୍ଠିତ ହୋଇଯାଇଛି । ସନ୍ଧ୍ୟା ୬ ଘଟିକା ୩୦ ମିନିଟ୍ ସମୟରେ ପ୍ରାରମ୍ଭ ହୋଇଥିବା ବାର୍ଷିକ ଉତ୍ସବ ଅନୁଷ୍ଠାନର ସଭାପତି ପ୍ରମୋଦ କୁମାର ପଟ୍ଟନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥିଭାବେ ପଦ୍ମା ହସ୍ପିଟାଲର ଚେୟାରମ୍ୟାନ ବିଶ୍ୱନାଥ ପଟ୍ଟନାୟକ, ମୁଖ୍ୟବକ୍ତା ଭାବେ ପରିବେଶବିତ୍ ପ୍ରଫେସର ରାଧାମୋହନ ଏବଂ ସମ୍ମାନିତ ଅତିଥିଭାବେ ଆଇଏମ୍ଏମ୍ଟିର ନିର୍ଦ୍ଦେଶକ ସୁଧାସତ୍ତ୍ୱ ବସୁ ଯୋଗଦେଇ ଉପସ୍ଥିତ ଶତାଧିକ ସୁଧିବୃନ୍ଦଙ୍କୁ ଉଦ୍ବୋଧନ ଦେବା ସହ ଉପଦେଶ ପ୍ରଦାନ କରିଥିଲେ ଏବଂ ମାତ୍ର ୨ବର୍ଷର ଅନୁଷ୍ଠାନର ବହୁମୁଖି ଜନହିତକର କାର୍ଯ୍ୟଗୁଡ଼ିକର ସଫଳ ରୂପାୟନ ପାଇଁ ବହୁତ ପ୍ରଶଂସା କରିଥିଲେ । ବନ୍ଦେ ମାତରଂରୁ କାର୍ଯ୍ୟକ୍ରମ ପ୍ରାରମ୍ଭ ହେବା ପରେ ଅନୁଷ୍ଠାନର ସଦସ୍ୟା/ସଦସ୍ୟମାନଙ୍କ ଦ୍ୱାରା ‘ସର୍ବେଂଶା’ ଆବାହନୀ ସଙ୍ଗୀତ ପରିବେଷଣ କରାଯାଇଥିଲା । ଉପଦେଷ୍ଟା ଲକ୍ଷ୍ମଣ କୁମାର ମହାନ୍ତି ଅତିଥି ପରିଚୟ ପ୍ରଦାନ କରିଥିଲେ ଏବଂ ସମ୍ପାଦକ ସୁବୋଧ କୁମାର ମହାନ୍ତି ବାର୍ଷିକ ବିବରଣୀ ପାଠ କରିବା ପରେ ପରେ ଅନୁଷ୍ଠାନର ସ୍ମରଣୀକା ‘ବିକାଶ ବାଣୀ’ର ଶୁଭ ଉନ୍ମୋଚନ ଅତିଥିମାନଙ୍କ କରକମଳରେ କରାଯାଇଥିଲା । ଏହି ଅବସରରେ ସମାଜର ବିଭିନ୍ନ କ୍ଷେତ୍ରରେ ଉକ୍ରର୍ଷତା ପ୍ରତିପାଦନ କରିଥିବା ଶ୍ରୀଯୁକ୍ତ ପବିତ୍ର କୁମାର ମହାନ୍ତି ଏବଂ ସୁଶାନ୍ତ କୁମାର ସାହୁଙ୍କ ସହ କ୍ୟାପିଟାଲ ହସ୍ପିଟାଲ ବ୍ଲଡ଼ବ୍ୟାଙ୍କୁ ସେବାକାର୍ଯ୍ୟ ପାଇଁ ମାନପତ୍ର, ଉତ୍ତରୀୟ ଏବଂ ପୁଷ୍ପବୃକ୍ଷ ପ୍ରଦାନ କରି ସମ୍ମାନିତ କରାଯାଇଥିଲା ଏବଂ ସୁଶ୍ରୀ ମଞ୍ଜୁଳା ତ୍ରିପାଠୀ ସେମାନଙ୍କର ମାନପତ୍ର ପଠନ କରିଥିଲେ । ଏତଦ୍ବ୍ୟତୀତ ଡ. ରାଜରାଣୀ ଦେ, ପ୍ରଫେସର ଡା. କନକଲତା ପଟ୍ଟନାୟକ ଏବଂ ଡା. ସସ୍ମିତା ସାହୁଙ୍କୁ ସ୍ୱାସ୍ଥ୍ୟ ସଚେତନତା ଓ ସେବା ପାଇଁ ସମ୍ବର୍ଦ୍ଧିତ କରାଯାଇଥିଲା । ପରେ ପରେ କୁନି କଳାକାରମାନେ ନୃତ୍ୟ ଓ ବାଦ୍ୟ ବିଚିିତ୍ରା ପ୍ରଦର୍ଶନ କରି ପୁରସ୍କୃତ ହୋଇଥିଲେ ଏବଂ ଏହାକୁ ନିବେଦିତା ମହାନ୍ତି ପରି•ଳନା କରିଥିଲେ । ଉତ୍ସବ ପ୍ରାରମ୍ଭର ଅବ୍ୟବହିତ ପୂର୍ବରୁ ଅନୁଷ୍ଠାନର ସଦସ୍ୟାମାନଙ୍କ ମଧ୍ୟରେ ହୁଳହୁଳି ଏବଂ ଶଙ୍ଖଧ୍ୱନି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ।
ସଭାକାର୍ଯ୍ୟ ପରେ ପରେ ନୂତନ କାର୍ଯ୍ୟକର୍ତ୍ତାମାନଙ୍କର ଶପଥଗ୍ରହଣ ଉତ୍ସବ ଭୁବନାନନ୍ଦ ତ୍ରିପାଠୀଙ୍କ ଦ୍ୱାରା ପରି•ଳିତ ହୋଇଥିଲା । ପରିଶେଷରେ ଉପସଭାପତି ମୃତ୍ୟୁଞ୍ଜୟ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ । ମହାତ୍ମାଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ପାଳନ ପରିପ୍ରେକ୍ଷୀରେ ‘ଓଡ଼ିଶାରେ ମହତ୍ମା ଗାନ୍ଧୀ’ ସମ୍ପର୍କିତ ଏକ ଫଟୋଚିତ୍ର ପ୍ରଦର୍ଶନୀ ମଧ୍ୟ ଦିନରୁ ଆରମ୍ଭ ହୋଇ ଉତ୍ସବ ଶେଷ ପର୍ଯ୍ୟନ୍ତ ପ୍ରଦର୍ଶିତ ହୋଇଥିଲା । ଶ୍ରୀମତୀ ମିନତୀ ବେହେରା ସଭା ସଞ୍ଚାଳନ କରିଥିବା ବେଳେ ମନୋରଞ୍ଜନ ମହାନ୍ତିଙ୍କ ନେତୃତ୍ୱରେ ସର୍ବଶ୍ରୀ କଲ୍ୟାଣ ଚକ୍ରବର୍ତ୍ତୀ, ପ୍ରମଥେଶ ମହାନ୍ତି, ଗୌରାଙ୍ଗ ନାୟକ, ଶିରିଷ ଦାସ, ଗିରିଶ ଚନ୍ଦ୍ର ନାୟକ, ଶଶିପ୍ରଭା ଦାଶ, ବନ୍ଦନା ମହାନ୍ତି, ମୋନିକା ମହାପାତ୍ର, ବବିତା ମହାନ୍ତି ପ୍ରମୁଖଙ୍କ ପ୍ରତ୍ୟକ୍ଷ ସହଯୋଗରେ କାର୍ଯ୍ୟକ୍ରମଟି ଅତି ସୁନ୍ଦର ଭାବେ ସମ୍ପନ୍ନ ହୋଇଥିଲା । ଉତ୍ସବ ପରେ ପରେ ରାତ୍ରି ଭୋଜନରେ ସମସ୍ତଙ୍କୁ ଆପ୍ୟାୟିତ କରାଯାଇଥିଲା ।