୨୦ଜଣଙ୍କ ପରିବାରକୁ ହରିଶ୍ଚନ୍ଦ୍ର ଯୋଜନାର ସହାୟତା ରାଶି ପ୍ରଦାନ
ଛତ୍ରପୁର ,(ଦେବଦତ୍ତ ମହାରଣା): ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶ କ୍ରମେ ଛତ୍ରପୁର ବ୍ଲକ ଅନ୍ତର୍ଗତ ନରେନ୍ଦ୍ରପୁର ପଞ୍ଚାୟତ ର ରଘୁନାଥପୁର,ଜଗନ୍ନାଥପୁର ଓ ନରେନ୍ଦ୍ରପୁର ଗ୍ରାମର ମୃତ୍ୟୁବରଣ କରିଥିବା ୨୦ ଜଣ ପରିବାରଙ୍କ ସଦସ୍ୟଙ୍କୁ ହରିଶ୍ଚନ୍ଦ୍ର ଯୋଜନା ସହାୟତା ରାଶି ପ୍ରଦାନ କରାଯାଇଛି । ଏଥିରେ କାର୍ଯ୍ୟନିର୍ବାହୀ ଅଧିକାରୀ ଦଣ୍ଡପାଣି ପ୍ରଧାନ ଓ ନରେନ୍ଦ୍ରପୁର ସରପଂଚ ବାବୁଲା କୁମାର ବେହେରା ଉପସ୍ଥିତରେ ସମସ୍ତ ପରିବାର ସଦସ୍ୟ ମାନଙ୍କୁ ୨ ହଜାର ଟଙ୍କାର ଚେକ୍ ଗୁଡିକ ପ୍ରଦାନ କରାଯାଇଛି । ଅନ୍ୟମାନଙ୍କ ମଧ୍ୟରେ ଜିଆରଏସ୍ ବସନ୍ତ କୁମାର ରାଉଳ, ଯୋଗାଣ ସହାୟକ କୈଳାସ ଚନ୍ଦ୍ର ପରିଡା, ନାଏବ ସରପଂଚ ସିଏଚ ଜ୍ୟୋତି ସ୍ୱାମୀ ରେଡ୍ଡି, ଗ୍ରାମ୍ୟ କମିଟିର ସଭାପତି ପିତାମ୍ବର ସେଠୀ, ପାଣି ପଂଚାୟତ କମିଟି ର ସଭାପତି ପ୍ରଫୁଲ୍ଲ କୁମାର ବେହେରା, ୱାର୍ଡ ସଭ୍ୟ କେ. ସଞ୍ଜିବ କୁମାର ପ୍ରମୁଖ ଉପସ୍ଥିତ ଥିଲେ ।


