୨୦ତମ ଲକ୍ଷ୍ମୀନାରାୟଣ ଆନ୍ତଃଜିଲ୍ଲା କ୍ରିକେଟ୍ ପ୍ରତିଯୋଗିତା ଶୁଭାରମ୍ଭ

ଛତ୍ରପୁର: ଛତ୍ରପୁର ବ୍ଲକ ବିପୁଳିଙ୍ଗି ପଂଚାୟତ ଅନ୍ତର୍ଗତ କରାତଳି ଗ୍ରାମସ୍ଥିତ ଗୋରଡା କ୍ରିକେଟ୍ ଗ୍ରାଉଣ୍ଡ ଠାରେ ଯୁବ ସମାଜସେବୀ ହେମନ୍ତ କୁମାର ନାହାକ ଅଧ୍ୟକ୍ଷତାରେ ରାକେଶ ମେମୋରିଅଲ ୨୦ତମ ଆନ୍ତଃଜିଲ୍ଲା ଲକ୍ଷ୍ମୀନାରାୟଣ କ୍ରିକେଟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଉଦ୍‌ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ଆଇନଜିବୀ ଦୀପକ କୁମାର ପଟ୍ଟନାୟକ, ମୁଖ୍ୟବକ୍ତା ଭାବେ ଭୂବନେଶ୍ୱର କମିସନରେଟ୍ ପୁଲିସ (ଏସିପି) ବିଷ୍ଣୁ ପ୍ରସାଦ ପାତ୍ର ,ସମ୍ମାନୀତ ଅତିଥିଭାବେ ସମାଜସେବୀ ସୁଧୀର କୁମାର ପଟ୍ଟନାୟକ, ଛତ୍ରପୁର ନିର୍ବାଚନ ମଣ୍ଡଳୀର ଯୁବ କଂଗ୍ରେସ ନେତା ତଥା ସୁଗଂଠକ ଭାଗିରଥୀ ବେହେରା, କଂଗ୍ରେସନେତା ଗଣପତି ବାରିକ, ବିପୁଳିଙ୍ଗି ସରପଂଚ ଟି.ନରସିଂହ ରେଡ୍ଡୀ, ଯୁବନେତା କାଳିଆ ନାହାକ ଯୋଗଦେଇ କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଶୁଭାରମ୍ଭ କରିଥିଲେ । ଉଦ୍‌ଘାଟନୀ ମ୍ୟାଚ୍ ଆଇଆର କଲୋନୀ ଫାଇଟର ଏକାଦ୍ଦଶ ସହ ରଙ୍ଗେଇଲୁଣ୍ଡା ଏକାଦ୍ଦଶ ମୁକାବିଲା ହୋଇଥିଲା । ଏଥିରେ ରଙ୍ଗେଇଲୁଣ୍ଡା ଏକାଦଶ ବିଜୟୀ ହୋଇଥିଲେ । ଅନୁଷ୍ଠିତ ମ୍ୟାଚ୍ ରେ ଅମ୍ପାୟର ଭାବେ ରାଜେନ୍ଦ୍ର ନାହାକ ଓ ଲୋକନାଥ ପୁରୋହିତ ଖେଳ ପରିଚାଳନା କରିଥିଲେ । ସ୍କୋର ଭାବେ ଟି . ମହେନ୍ଦ୍ର ରେଡ୍ଡୀ ପରିଚାଳନା କରିଥିଲେ । ଏକମାସ ଧରି ଏହି ପ୍ରତିଯୋଗିତା ଅନୁଷ୍ଠିତ ହେବ । ଏଥିରେ ୩୨ଗୋଟି ଟିମ୍ ଅଂଶ ଗ୍ରହଣ କରିବେ । ସମସ୍ତ କାର୍ଯ୍ୟକ୍ରମକୁ ଭାଗିରଥୀ ଖୁଂଟିଆ, ସିଲୁ ମହାରଣା, ଜି.ବନମାଳି ରେଡ୍ଡୀ, ବିକାଶ ନାହାକ, ସାନ୍ତୁନୁ ନାହାକଙ୍କ ସମେତ ଏଲ.ଏନ.ସିଟି ସମସ୍ତ ସଭ୍ୟ ଓ କରାତଳି ଗ୍ରାମବାସୀ ମାନେ ପରିଚାଳନାରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ