୨୦ବର୍ଷ ପରେ ଖୁଲାସା

ବିବାହ ପାଇଁ ନିମନ୍ତ୍ରଣ ପତ୍ର ମଧ୍ୟ ବଣ୍ଟା ସରିଥିଲା, କ’ଣ ପାଇଁ ଶେଷ ମୂହୁର୍ତ୍ତରେ ଭାଙ୍ଗିଗଲା ସଲମାନଙ୍କ ବିବାହ ବଲିଉଡ୍ ଅଭିନେତା ସଲମାନ ଖାନ୍ କେବେ ବିବାହ କରିବେ ସେ ପ୍ରଶ୍ନ ସମସ୍ତେ ପଚାରି ପଚାରି ଥକି ସାରିଛନ୍ତି । ଅନେକ ସମୟରେ ସଲମାନଙ୍କୁ ଏ ବିଷୟରେ ପଚରା ଯାଇଥିଲେ ମଧ୍ୟ ସେ ପ୍ରଶ୍ନକୁ ହସରେ ଉଡ଼ାଇ ଦେଇଥାନ୍ତି । ଏ ପର୍ଯ୍ୟନ୍ତ ସେ ବିବାହ କରି ନଥିବା ବେଳେ ପ୍ରଯୋଜକ ସାଜିଦ୍ ନାଦିଆବାଲା ତାଙ୍କ ବିବାହକୁ ନେଇ ଏକ ବଡ଼ ଖୁଲାସା କରିଛନ୍ତି । ଦ କପିଲ ଶର୍ମା ସୋ’କୁ ଫିଲ୍ମ ହାଉସଫୁଲ-୪ର ପ୍ରଚାର କରିବାକୁ ଯାଇଥିବା ସମୟରେ କପିଲ ତାଙ୍କୁ ସଲମାନ ଓ ତାଙ୍କ ବିବାହ ବିଷୟରେ ପଚାରିଥିଲେ । ଯାହାର ଉତ୍ତର ରଖି ସାଜିଦ୍ କହିଥିଲେ, ୧୯୯୯ମସିହାରେ ହଠାତ୍ ସଲମାନ ବିବାହ କରିନେବା କଥା କହିଥିଲେ । ତାଙ୍କ ପାଖରେ ତ ଝିଅ ଥିଲା, କିନ୍ତୁ ମତେ ଖାଜିବାକୁ ପଡ଼ିଥିଲା । ବିବାହ ତାରିଖ ଧାର୍ଯ୍ୟ ହେବା ସହ ନିମନ୍ତ୍ରଣ ପତ୍ର ବି ବଣ୍ଟା ସରିଥିଲା । କିନ୍ତୁ ବିବାହର ୬ଦିନ ପୂର୍ବରୁ ବିବାହ କରିବାକୁ ଇଚ୍ଛା ହେଉ ନାହିଁ ବୋଲି କହି ବିବାହ ଭାଙ୍ଗି ଦେଇଥିଲେ ସଲମାନ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ