୨୦୦୦ ମାଟ୍ରିକ ବ୍ୟାଚ ର ବନ୍ଧୁ ମିଳନ କାର୍ଯ୍ୟକ୍ରମ
ଗଞ୍ଜାମ, (ବିନୋଦ ପଲାଇ):ଗଞ୍ଜାମ ସହର ମା ବୁଢ଼ୀ ଠାକୁରାଣୀ ମନ୍ଦିର ପ୍ରାଙ୍ଗଣରେ ସ୍ଥାନୀୟ ଭାରତୀ ବିଦ୍ୟାପୀଠ ୨୦୦୦ ମାଟ୍ରିକ ବ୍ୟାଚ ର ପ୍ରାକ୍ତନ ଛାତ୍ର ମାନଙ୍କ ଏକ ବନ୍ଧୁ ମିଳନ କାର୍ଯ୍ୟକମ ଅନୁଷ୍ଠିତ ହୋଇଯାଇଛି l ରବିନ୍ଦ୍ର କୁମାର ମହାନ୍ତି ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ ଛାତ୍ର ସମୟର ଅଭୁଲା ସୃତି ବଖାଣିବା ସହ ଭାବ ବିନିମୟ କରିଥିଲେ l କେକ କାଟି ଏକ ବନ୍ଧୁତ୍ୱପୂର୍ଣ ବାତାବରଣ ସୃଷ୍ଟି କରିବା ସହ ଦୀର୍ଘ ବର୍ଷ ର ବ୍ୟବଧାନ ରେ ସମସ୍ତ ବନ୍ଧୁ ଏକାଠି ହୋଇଥିବାରୁ ଖୁସି ଜାହିର କରିଥିଲେ l ଆଗାମି ପ୍ରତ୍ୟେକ ବର୍ଷ ଏପରି ବନ୍ଧୁମିଳନ କାର୍ଯ୍ୟକ୍ରମ ଆୟୋଜନ କରିବା ନେଇ ମତ ପ୍ରକାଶ ପାଇଥିଲା l ପୀତବାସ, କିଶୋର, ଲକ୍ଷ୍ମୀ, ରାଜେନ୍ଦ୍ର, ଆଶିଷ, ମନ ମୋହନ, ରାଜେଶ, ଜିମ, ବାପୁନି, ରାଜିବ, ଭୋଳା ଶଙ୍କର, ମାନସ, ଶଙ୍କର ଲୋକନାଥ, ଦୁର୍ଯ୍ୟୋଧନ, ଦିଲ୍ଲୀପ, ଡାଲୁ, କେଦାର ଦରାତ ପ୍ରମୁଖ ପ୍ରାକ୍ତନ ଛାତ୍ର ମାନଙ୍କ ସହ ଅନ୍ୟମାନେ ଉପସ୍ଥିତ ରହିଥିଲେ l