୨୦୦୪ ମାଟ୍ରିକ ବ୍ୟାଚ ବିଦ୍ୟାର୍ଥୀ ଙ୍କ ବନ୍ଧୁ ମିଳନ
ଛତ୍ରପୁର, (ଦେବଦତ୍ତ ମହାରଣା):ସ୍ଥାନୀୟ ବ୍ଲକ ଅନ୍ତର୍ଗତ ଚମାଖଣ୍ଡି ସରକାରୀ ଉଚ୍ଚ ବିଦ୍ୟାଳୟର ୨୦୦୪ ବର୍ଷ ର ମ୍ୟାଟ୍ରିକ ବ୍ୟାଚ ର ବିଦ୍ୟାର୍ଥୀଙ୍କ ବନ୍ଧୁ ମିଳନ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି, ଏଥିରେପ୍ରାୟ ୫୦ରୁ ଉର୍ଧ୍ଵ ବ୍ୟାଚ ମେଟ ଯୋଗଦେଇଥିଲେ lଏହି ଅବସର ରେ ସେମାନେ ପୁରୁଣା ଅନୁଭୁତି, ସ୍ମୃତି,ଶିକ୍ଷକ /ଶିକ୍ଷୟତ୍ରୀ ଙ୍କ ପାଠପଢା ଶୈଳୀ ଉପରେ ଆଲୋଚନା କରିଥିଲେ l ବିଦ୍ୟାଳୟ ର ତତ୍କାଳୀନ ବରିଷ୍ଠ ଶିକ୍ଷକ ପ୍ରଫୁଲ ପଣ୍ଡା,ଉପେନ୍ଦ୍ର ମହାନ୍ତି,ବିଘ୍ନେଶ୍ୱର ରଥ, ଏନ୍.କାମରାଜୁ ରେଡି,କାଶୀନାଥ ସାହୁ,ବାଉରିବନ୍ଧୁ ପଣ୍ଡା,ଆର.ଶ୍ରୀହରି ରେଡି, ସୋମନାଥ ନାହାକ ଓ ଶିକ୍ଷୟତ୍ରୀ ସାବିତ୍ରୀ ରଥଙ୍କୁ ସମ୍ମାନିତ କରାଯାଇଥିଲା l ଏହି କାର୍ଯ୍ୟକ୍ରମ ରେ ପୁରାତନ ବିଦ୍ୟାର୍ଥୀ ସମ୍ରାଟ କେଶରୀ ମିଶ୍ର, ଆର.ସନ୍ତୋଷ ରେଡି, ଶ୍ରୀକାନ୍ତ ମହାରଣା, ସୁଧାଂଶୁ ରାଉଳ ,ରାମଚନ୍ଦ୍ର ପ୍ରଧାନ ,ହେମନ୍ତ ରେଡି ଙ୍କ ସମେତ ବହୁ ବିଦ୍ୟାର୍ଥୀ ମାନେ ଯୋଗଦେଇ ବିଦ୍ୟାଳୟ ର ପୁରୁଣା ସ୍ମୃତି ମନେପକାଇ ଖୁସି ବ୍ୟକ୍ତ କରିଥିଲେ l