୨୦୦ କେଜି ମହୁଲ ଜବତ; ଦୁଇ ଗିରଫ

ରାଇକିଆ, (ଓ୍ବାଇଏନ୍ଏସ୍): କନ୍ଧମାଳ ଜିଲ୍ଲା ରାଇକିଆ ପୋଲିସ ରବିବାର ମହୁଲ ଚାଲାଣ ଅଭିଯୋଗ ରେ ଦୁଇ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି । ମାଣିକେଶ୍ଵର ପଞ୍ଚାୟତ ର କୁମ୍ଭାରଖଡି ଅଞ୍ଚଳ ରୁ ଏକ ଅଟୋ ଯୋଗେ ରାଇକିଆ ଅଣା ଯାଉ ଥିବା ବେଳେ ମାଣିକେଶ୍ଵର ନିକଟ ରେ ପୋଲିସ ଅଟକାଇ ଚାଲାଣ ହେଉଥିବା ୨୦୦ କେଜି ମହୁଲ ଏବଂ ଅଟୋ କୁ ଜବତ କରିବା ସହ  କୁମ୍ଭାରଖଡି ଗ୍ରାମ ର ଅଚ୍ୟୁତାନନ୍ଦ ଦିଗାଲ ଏବଂ ବୁଲୁ ନାୟକ ଙ୍କୁ ଗିରଫ କରିଥିଲା । ଏ ନେଇ ରାଇକିଆ ଥାନା ରେ କେସ ନମ୍ୱର୍ ୫୭/୨୦ ମାମଲା ରୁଜୁ ହୋଇଥିବା ଥାନା ଅଧିକାରୀ ତରୁଣ ତପନ ବେହେରା କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ