୨୦୦ ନିର୍ମାଣ ଶ୍ରମିକ ପରିଚୟ ପତ୍ର ପାଇବାରୁ ବଂଚିତ

ହିଞ୍ଜିଳିକାଟୁ, (ଶେଷଦେବ ସାହୁ): ଜଣେ ନୁହେଁ କି ୨ ଜଣ ନୁହେଁ ପ୍ରାୟ ୨ ଶହରୁ ଉଦ୍ଧ୍ୱର୍ ନିର୍ମାଣ ଶ୍ରମିକ ପରିଚୟ ପତ୍ର ପାଇବାରୁ ବଂଚିତ ହୋଇଛନ୍ତି । ଏଭଳି ଏକ ସମ୍ବେଦନଶୀଳ ଘଟଣା ରାଜ୍ୟ ମୁଖିଆଙ୍କ ଗଡ଼ ହିଞ୍ଜିଳିକାଟୁ ବ୍ଳକ ସିକିରି ଗ୍ରାମରେ ଦେଖିବାକୁ ମିଳିଛି । ପ୍ରକାଶ ଯେ, ଗତ ୨ ବର୍ଷ ପୂର୍ବେ ଶ୍ରମିକ ସଙ୍ଘଠନର ଜୈନିକ ଏଜେଂଟଙ୍କ ଦ୍ୱାରା ସିକିରି ଗ୍ରାମର ୨ ଶହରୁ ଉଦ୍ଧ୍ୱର୍ ଶ୍ରମିକ କାର୍ଡ଼ ପାଇଁ ଆବେଦନ କରିଥିଲେ । ଏଥି ସକାଶେ ସଂପୃକ୍ତ ଏଜେଂଟ କୁଆଡ଼େ ପ୍ରତ୍ୟେକଙ୍କ ଠାରୁ ୨ ଶହ ଟଙ୍କା ଉକ୍ରୋଚ ନେଇଥିଲେ । ଦୀର୍ଘ ୨ ବର୍ଷ ଧରି ନିର୍ମାଣ ଶ୍ରମିକ ମାନେ ସେମାନଙ୍କ କାର୍ଡ଼ ନପାଇପାରିବାରୁ ଗତ ସୋମବାର ଦିନ ଜିଲ୍ଲା ଶ୍ରମ ଅଧିକରାରୀଙ୍କ କାର୍ଯ୍ୟାଳୟ, ଛଉତ୍ରପୁରକୁ ଯାଇଥିଲେ । ସେଠାରେ କାର୍ଯ୍ୟରତ କିଛି କର୍ମଚାରୀ କାର୍ଡ଼ ଏଠାରେ ନୁହେଁ ବରଂ ତୁମରି ବ୍ଳକ କାର୍ଯ୍ୟାଳୟରେ ଦିଆଯିବ ବୋଲି କହି ଫେରାଇ ଦେଇଥିଲେ । ଗୁରୁବାର ଦିନ ସିକିରି ଗ୍ରାମର ବହୁ ନିର୍ମାଣ ଶ୍ରମିକ ଘଟଣା ନେଇ ହିଞ୍ଜିଳିକାଟୁ ବ୍ଳକ କାର୍ଯ୍ୟାଳୟରେ ପଂହଚି ବିଡ଼ିଓ ପ୍ରସନ କୁମାର ପାତ୍ରଙ୍କୁ ଭେଟି ଘଟଣା ସମ୍ପର୍କରେ ଆଲୋଚନା କରିବା ସହ ନିର୍ମାଣ ଶ୍ରମିକ କାର୍ଡ଼ ପ୍ରଦାନ ପାଇଁ ଦାବୀ ଜଣାଇଥିଲେ । ଘଟଣା ନେଇ ବିଡ଼ିଓ ପାତ୍ର, ଜିଲ୍ଲା ଶ୍ରମ ଅଧିକାରୀ କାର୍ଯ୍ୟାଳୟ ସହ ଯୋଗାଯୋଗ କରିଥିଲେ । ଯେଉର୍ ମାନଙ୍କ କାର୍ଡ଼ ହୋଇଥିବ ସେମାନଙ୍କୁ ଯଥାଶୀଘ୍ର କାର୍ଡ଼ ବଂଟନ କରାଯିବ ଏବଂ ଯେଉର୍ ମାନଙ୍କର କାର୍ଡ଼ ହୋଇପାରିନାହିଁ ନିର୍ବାଚନ ପରେ ଆବଶ୍ୟକୀୟ ବ୍ୟବସ୍ଥା ଗ୍ରହଣ କରାଯିବ ବୋଲି ବିଡିଓ ପାତ୍ର କହିଛନ୍ତି । ଏଭଳି ଘଟରା ପରେ ସଂପୃକ୍ତ ଶ୍ରମିକ ସଙ୍ଘଠନର ଏଜେଂଟଙ୍କ ଭୂମିକା ସନ୍ଦେହ ଜନକ ରହିଛି । ଅନ୍ୟପକ୍ଷରେ ହିଞ୍ଜିଳିକାଟୁ ବ୍ଳକର ଦାରୁଭଦ୍ରା ଓ ଦୟାପଲ୍ଲୀ ପଂଚାୟତରେ ମଧ୍ୟ ବହୁ ନିର୍ମାଣ ଶ୍ରମିକ ପରିଚୟ ପତ୍ର ପାଇବାରୁ ବଂଚିତ ଥିବା ଜଣାପଡିଛି । ସକିରି ଗ୍ରାମର ନିର୍ମାଣ ଶ୍ରମିକ ଝୁନୁ ସାହୁ, ଶଙ୍କର ସାମଲ, ବିଚିତ୍ର ପ୍ରଧାନ, ଉଲି ପ୍ରଧାନ, କୁନି ପ୍ରଧାନ, ଅନିତା ପ୍ରଧାନ, ଝୁନି ନାୟକ, ସନ୍ତୋଷିନି ନାୟକ, ସୁକାନ୍ତି ପ୍ରଧାନଙ୍କସମେତ ବହୁ ନିର୍ମାଣ ଶ୍ରମିକ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ