୨୦୦ ବୋତଲ ଆସ୍କା ଫଟି ଜବତ, ଜଣେ ଗିରଫ
ନାଉଗାଁ, (ଯୁଗାବ୍ଦ ନ୍ୟୁଜ):ନାଉଗାଁ ଥାନା ଅନ୍ତର୍ଗତ ତିରୁଣା ଛକ ନିକଟରୁ ମଙ୍ଗଳବାର ପୋଲିସ ଚୋରା ମଦ ନେଇ ଯାଉଥିବା ଏକ ଗାଡିକୁ ଧରିବା ସହ ଚୋରା ମଦ ବେପାରୀକୁ ଗିରଫ କରିଥିବା ଜଣାଯାଇଛି । ସୂଚନାନୁଯାୟୀ ନାଉଗାଁ ପୋଲିସ ବାଲିକୁଦା ଅଂଚଳରୁ ଚୋରା ମଦ ନାଉଗାଁ ଅଂଚଳକୁ ଆସୁଥିବା ବିଶେଷସୂତ୍ରରୁ ଖବର ପାଇ ତିରୁଣା ଛକ ନିକଟରେ ଜଗି ରହିଥିଲେ । ଏହି ସମୟରେ ବାଲିକୁଦା ଥାନା ଅନ୍ତର୍ଗତ ଅଳାବୋଳ ଗ୍ରାମର ବିଷ୍ଣୁଚରଣ ବାରିକ ଏକ ଗାଡିରେ ଚୋରା ମଦ ବୋଝେଇ କରି ଗଙ୍ଗଦାହାଟ ମୁଖେ ଆସୁଥିଲା । ସେହି ସମୟରେ ପୋଲିସ ମଦ ବୋଝେଇ ଗାଡି ସହ ବିଷ୍ଣୁକୁ କାବୁ କରି ଥାନାକୁ ଆଣିଥିଲେ । ତାଙ୍କ ନିକଟରୁ ୨୦୦ ବୋତଲ ଆସ୍କା ଫଟି ତଥା ୪୦ ଲିଟର ଦେଶୀ ମଦ ଜବତ କରାଯାଇଥିଲା । ଥାନା ପକ୍ଷରୁ ୧୧/୨୦୨୩ରେ ଏକ ମାମଲା ରୁଜୁ କରାଯିବା ସହ ବିଷ୍ଣୁଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଥାନା ପକ୍ଷରୁ ସୂଚନା ପ୍ରଦାନ କରିଛନ୍ତି ।