୨୦୧୨ ବ୍ୟାଚର ବନ୍ଧୁମିଳନ ଉତ୍ସବ
ନାଉଗାଁ, (ୱାଇଏନ୍ଏସ୍): ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଳକ ତିରୁଣାସ୍ଥିତ ଗୋପବନ୍ଧୁ ସ୍ମାରକୀ ନୋଡାଲ ବିଦ୍ୟାଳୟର ୨୦୧୨ ବ୍ୟାଚର ବନ୍ଧୁମିଳନ ଉତ୍ସବ ବିଦ୍ୟାଳୟ ପରିସରରେ ଶନିବାର ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବଂଶୀଧର ଦାସଙ୍କ ପୌରୋହିତ୍ୟରେ ଏକ ସଭା ଆୟୋଜନ କରାଯାଇଥିଲେ । ଏହି ସଭାରେ ମୁଖ୍ୟଅତିଥି ଭାବେ ବିଦ୍ୟାଳୟର ପ୍ରାକ୍ତନ ପ୍ରଧାନ ଶିକ୍ଷକ ରାମଚନ୍ଦ୍ର ପୁହାଣ ଯୋଗ ଦେଇଥିବା ବେଳେ ତାଙ୍କ ସହିତ ସମ୍ମାନୀତ ଅତିଥି ଭାବେ ଶିକ୍ଷକ ଶରତ କୁମାର ରାଉତ, ଫିରୋଜ କୁମାର ଖଣ୍ଡୁଆଳ, ସୁଧୀର ବିଶ୍ୱାଳଙ୍କ ସମେତ ଅନ୍ୟ ଶିକ୍ଷକ ଓ ଶିକ୍ଷୟିତ୍ରୀ ଯୋଗ ଦେଇଥିଲେ । ଏହି ସଭାରେ ମୋ ସ୍କୁଲ ଅଭିଯାନ ସଂର୍ପକୀୟ ବିବରଣୀ ଉପସ୍ଥାନ କରାଯିବ ସହିତ ବିଦ୍ୟାଳୟର ଅଭାବ ଅସୁବିଧା ପୂରଣ ପାଇଁ ସମସ୍ତଙ୍କର ସାହାର୍ଯ୍ୟ ଆବଶ୍ୟକତା ବୋଲି ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଶ୍ରୀ ଦାସ ମତବ୍ୟକ୍ତ କରିଥିଲେ । ଉପସ୍ଥିତ ସମସ୍ତ ପୁରାତନ ଛାତ୍ରଛାତ୍ରୀ ବିଦ୍ୟାଳୟର ଉନ୍ନତି ନିମନ୍ତେ ସଂକଳ୍ପ କରିଥିଲେ । ଏହି କାର୍ଯ୍ୟକ୍ରମକୁ ପୁରାତନ ଛାତ୍ର ନୃସିଂହ ମହାରଣା, ବିବସେନ ଲେଙ୍କା, ରାଜେଶ କୁମାର ବିଶ୍ୱାଳ, ବିକାଶ କୁମାର ଲେଙ୍କା, ଲିଟି ଜେନା, ବିଭୁପ୍ରସାଦ ସାସମଲଙ୍କ ସମେତ ୫୦ରୁ ଉର୍ଦ୍ଧ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ ।


