୨୦୧୩ ଚୁକ୍ତିଭିତ୍ତିକ ନିୟମରେ ଅନ୍ତର୍ଭୁକ୍ତ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର

ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ବେଲଗୁଣ୍ଠା ବ୍ଳକ୍ ରେ ୨୦୧୬ ମସିହାରେ ନିଯୁକ୍ତି ପାଇଥିବା କନିଷ୍ଠ ଶିକ୍ଷକ ଏବଂ ଶିକ୍ଷୟିତ୍ରୀ ମାନେ ସେମାନଙ୍କର ପାରିତୋଷିକ ବୃ୍ଦ୍ଧି କରିବା ସହିତ ସେମାନଙ୍କୁ ୨୦୧୩ ଚୁକ୍ତିଭିତ୍ତିକ ନିୟମରେ ଅନ୍ତର୍ଭୁକ୍ତ କରିବା ପାଇଁ ଆଜି ବେଲଗୁଣ୍ଠା ଗୋଷ୍ଠୀ ଶିକ୍ଷା ଅଧିକାରୀ ଏବଂ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ନବୀନ ପଟ୍ଟନାୟକଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି ଓ ସୂଚନା ପ୍ରକାରେ ଗତ କ୍ୟବିନେଟ ବୈଠକରେ ରାଜ୍ୟ ସରକାର ଚୁକ୍ତିଭିତ୍ତିକ ନିଯୁ୍କ୍ତି ପ୍ରଥା ଉଚ୍ଛେଦ ସହ ଓଡ଼ିଶା ବର୍ଗ-ଗ ଚୁକ୍ତିନାମା-୨୦୧୩ ର ସଂଶୋଧନ ପାଇଁ ଘୋଷଣା କରିବା ପରେ ବିଭିନ୍ନ ସ୍ତରରେ କର୍ମଚାରୀଙ୍କ ଦରମା ବୃଦ୍ଧି ହେବା ସହିତ ଅନ୍ୟାନ୍ୟ ସୁବିଧା ସୁଯୋଗ ମିଳିବାର ରାସ୍ତା ଖୋଲିଛି ଓ କିନ୍ତୁ ୨୦୧୬ ମସିହାରେ ନିଯୁକ୍ତ କନିଷ୍ଠ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଚୁକ୍ତିଭିତ୍ତିକ କର୍ମଚାରୀ ବୋଲି କୁହାଯାଉଥିଲେ ମଧ୍ୟ ସେମାନଙ୍କୁ ଏହି ସୁବିଧାରୁ ବଞ୍ଚିତ କରାଯାଇଛି ଓ ତେଣୁ ଆଜି ବେଲଗୁଣ୍ଠା ବ୍ଳକ୍ କନିଷ୍ଠ ଶିକ୍ଷକ ସଂଘ ତରଫରୁ ସେମାନଙ୍କୁ ସଂଶୋଧିତ ଚୁକ୍ତିଭିତ୍ତିକ ନିୟମର ଅନ୍ତର୍ଭୁକ୍ତ କରିବା ସହିତ ସର୍ବନିମ୍ନ ମଜୁରୀ ୧୬୦୦୦ ଟଙ୍କା କରିବା ପାଇଁ ଦାବିପତ୍ରରେ ଉଲ୍ଲେଖ କରି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରେରଣ କରିଛନ୍ତି ଓ ଆଜି ବେଲଗୁଣ୍ଠା ପ୍ରାଥମିକ ଶିକ୍ଷକ ସଂଘ ସଭାପତି ଶଙ୍ଖନାଦ ସେନାପତି,ସମ୍ପାଦକ ସନ୍ତୋଷ ପଟ୍ଟନାୟକ, ବେଲଗୁଣ୍ଠା କନିଷ୍ଠ ଶିକ୍ଷକ ସଂଘ ସଭାପତି ଦିଲ୍ଲୀପ୍ କୁମାର ସାହୁ,ଉପସଭାପତି ସଙ୍ଗୀତା କୁମାରୀ ପ୍ରଧାନ,ଶୁଭଶ୍ରୀ ବାରିକ,ସମ୍ପାଦିକା ଲିପିକା ପ୍ରଧାନ,ପଲ୍ଲବୀ ସାହୁ,ଯୁଗ୍ମ ସମ୍ପାଦିକା ବର୍ଷାରାଣୀ ଦାସ, ସାଗରୀକା ସୁବୁଦ୍ଧି ,ଜିଲ୍ଳା ସଂଯୋଜିକା ବୈଷ୍ଣବୀ ପରିଡା, ଦିପା କହଁର,ବାର୍ତ୍ତା ସଂଯୋଜିକା ରଶ୍ମୀଶ୍ରୀ ସ୍ୱାଇଁ , ମାଣିକ ବଳ,କରିସ୍ମା କହଁର,କୋଷାଧ୍ୟକ୍ଷା ସ୍ମିତା ନାୟକ,ପ୍ରତିମା ଭଞ୍ଜ,ଯୁଗ୍ମ କୋଷାଧ୍ୟକ୍ଷା ନିରୁପମା ମଲ୍ଲିକ, ଦିପା ପ୍ରଧାନ ପ୍ରମୁଖ ଉପସ୍ଥିତରହି ବିଇଓ ପ୍ରସନ୍ନ କୁମାର ବେହେରା ଏବଂ ଏବିଡିଓ ପୂର୍ଣ୍ଣ ଚନ୍ଦ୍ର ପାଢୀଙ୍କ ଜରିଆରେ ସ୍ମାରକପତ୍ର ପ୍ରଦାନ କରିଛନ୍ତି ଓ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ