୨୦୧୭ ନାବାଳିକା ଗଣଦୁଷ୍କର୍ମ ମାମଲା : ଅଭିଯୁକ୍ତଙ୍କୁ ଜେଲ୍ ଦଣ୍ଡ ଓ ଜୋରିମାନା 

ଗାଙ୍ଗପୁର, (ସନ୍ତୋଷ ବିଶୋଇ) :୨୧/୩-୨୦୧୭ ମସିହା ଅଗଷ୍ଟ ମାସ ୧୫ ତାରିଖରେ ବେଲଗୁଣ୍ଠା ଅଞ୍ଚଳର ବହୁ ଚର୍ଚ୍ଚିତ ନାବାଳିକା ଗଣଦୁଷ୍କର୍ମ ମାମଲା ରେ ଚୁଡ଼ାନ୍ତ ରାୟ ପ୍ରକାଶ ପାଇ ଅଭିଯୁକ୍ତ ଥିବା ୪ ଜଣଙ୍କୁ ୨୦ ବର୍ଷ ଲେଖାଏଁ ଜେଲ୍ ଦଣ୍ଡାଦେଶ ହେବା ସହିତ ୨୫୦୦୦ ଲେଖାଏଁ ଜୋରିମାନା ଆଦେଶ ହୋଇଛି । ମିଳିଥିବା ସୂଚନା ପ୍ରକାରେ, ବେଲଗୁଣ୍ଠା ଥାନା (ସେତେବେଳେ ଫାଣ୍ଡି ) ଅନ୍ତର୍ଗତ ମନ୍ଦାର ଗ୍ରାମର ଜୈନିକ ଛାତ୍ରୀ ବେଲଗୁଣ୍ଠା ମହିଳା ମହାବିଦ୍ୟାଳୟରେ ପଢୁଥିଲେ ।ସେ ଧନିଜାପଲ୍ଲୀ ନିକଟ ବଡ଼ ନଦୀ ପାର ହୋଇ ନିୟମିତ କଲେଜ ଯିବାଆସିବା କରୁଥିଲେ । ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ,ଅଭିଯୁକ୍ତ ଥିବା ଧନିଜାପଲ୍ଲି ଗ୍ରାମର ପପୁନ୍ ଓରଫ ବିକ୍ରମ କେଶରୀ ବାରିକ(୨୩),ଗୁରୁନାଥ ବେହେରା (୨୪), ଶ୍ରୀକୃଷ୍ଣ ବେହେରା (୨୨), ଶଙ୍କର ବିଶ୍ୱାଳ(୨୧) ଉକ୍ତ ଛାତ୍ରୀ ଙ୍କୁ ନଜରରେ ରଖିଥିଲେ ।୨୦୧୭ ମସିହା ଅଗଷ୍ଟ ୧୫ ତାରିଖ ଦିନ କଲେଜରେ ସ୍ୱାଧିନତା ଦିବସ ପାଳନ କରି ନାବାଳିକା ଛାତ୍ରୀ ଜଣକ ସାଇକେଲରେ ଯାଇ ନଦୀ ପାର ହେଉଥିବା ବେଳେ ନିକଟରେ ଲୁଚି ଥିବା ଅଭିଯୁକ୍ତ ୪ ଜଣ ଛାତ୍ରୀ ଙ୍କ ସାଇକେଲ ଛଡ଼ାଇ ତଳେ ପକାଇ ଟେକି ନେଇ ବୁଦାକୁ ନେଇ ଗଣଦୁଷ୍କର୍ମ କରିଥିବା ଛାତ୍ରୀ ଙ୍କ ଅଭିଭାବକ ବେଲଗୁଣ୍ଠା ଫାଣ୍ଡିରେ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତି କରି ତଦନ୍ତକାରୀ ଅଧିକାରୀ ସେତେବେଳେ ଫାଣ୍ଡି ଅଧିକାରୀ ତଥା ବର୍ତ୍ତମାନ ପାଟପୁର ଥାନାଧିକାରୀ ସବ୍ୟସାଚୀ ମଲ୍ଲ ଘଟଣାକୁ ଗୁରୂତର ସହିତ ନେଇ ତଦନ୍ତ କରି ୨୩୫/୨୦୧୭ରେ ଏକ ମାମଲା ରୁଜୁ କରି ୩୭୬(ଡି)/୬ ପୋସ୍କୋ ଆକ୍ଟରେ ବିକ୍ରମ,ଗୁରୁନାଥ,ଶ୍ରୀକୃଷ୍ଣ, ଶଙ୍କରକୁ ଗିରଫ କରି ସମସ୍ତଙ୍କ ଡାକ୍ତରୀମାଇନା ପରେ ଅଭିଯୁକ୍ତ ମାନଙ୍କୁ ବ୍ରହ୍ମପୁର ପୋସ୍କୋ କୋର୍ଟ ଚାଲାଣ କରିଥିଲେ ।ତାହାର ଚୁଡ଼ାନ୍ତ ରାୟ ପ୍ରକାଶ ପାଇଛି । ବ୍ରହ୍ମପୁରର ସ୍ୱତନ୍ତ୍ର ପୋସ୍କୋ ଅତିରିକ୍ତ ଜିଲ୍ଲା ଜଜ୍ ଏ.ଆର୍ ପଟ୍ଟନାୟକ ପୋଲିସ ଓ ଡାକ୍ତର ସମେତ ସମସ୍ତ ୨୧ ଜଣଙ୍କ ସାକ୍ଷ୍ୟ ପ୍ରମାଣକୁ ଭିତ୍ତି କରି ଘଟଣାର ସଂପୃକ୍ତ ଥିବା ୪ ଜଣ ଅଭିଯୁକ୍ତଙ୍କୁ ୨୦ ବର୍ଷ ଲେଖାଏଁ ସଶ୍ରମ କାରାଦଣ୍ଡ ସହିତ ୨୫ ହଜାର ଟଙ୍କା ଲେଖାଏଁ ଜୋରିମାନା ଆଦେଶ ଦେଇଛନ୍ତି । ଜୋରିମାନା ନ ଦେଲେ ଅଧିକ ଗୋଟିଏ ବର୍ଷ କାରାଦଣ୍ଡ ପାଇଁ ଆଦେଶ ଦେଇଛନ୍ତି । ତା ସହିତ ପିଡୀତାଙ୍କୁ ୭ ଲକ୍ଷ କ୍ଷତିପୂରଣ ଦେବାପାଇଁ ଘୋଷଣା କରିଛନ୍ତି ।ପିଡୀତା ଙ୍କ ତରଫରୁ ସରକାରୀ ଓକିଲ ନାରାୟଣ ପଣ୍ଡା ମୋକଦ୍ଦମା ପରିଚାଳନା କରୁଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ