୨୦୧୭–୨୨ରେ ନ୍ୟାୟ ମିତ୍ରଙ୍କ ସହାୟତାରେ ଓଡିଶାରେ ୮୧୮ଟି ମାମଲାର ସମାଧାନ ନ୍ୟାୟ ମିତ୍ର ଯୋଜନାରେ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : ନ୍ୟାୟ ମିତ୍ର (ଏନ୍‌ଏମ୍‌) ଯୋଜନାର ଉଦ୍ଦେଶ୍ୟ ହେଉଛି ଉଚ୍ଚ ନ୍ୟାୟାଳୟ ଗୁଡିକରେ ଏବଂ ଏହାର ଅଧୀନସ୍ଥ ନ୍ୟାୟାଳୟ ଗୁଡିକରେ ଦୀର୍ଘ ୧୦ – ୧୫ ବର୍ଷ ପୁରୁଣା ମାମଲା ଗୁଡିକର ଶୀଘ୍ର ସମାଧାନ କରିବା ନିମନ୍ତେ ସୁବିଧା ପ୍ରଦାନ କରିବା । ୨୦୧୭ରେ ନ୍ୟାୟ ମିତ୍ର କାର୍ଯ୍ୟକ୍ରମ ଆରମ୍ଭ ହେବା ପରେ , ଅନୁବନ୍ଧ – କ’ ରେ ଉଲ୍ଲେଖ କରା ଯାଇଥିବା ବିବରଣୀ ଅନୁସାରେ, ଆସାମ, ବିହାର, କର୍ଣ୍ଣାଟକ, ମହାରାଷ୍ଟ୍ର, ଓଡିଶା, ରାଜସ୍ଥାନ, ଉତର ପ୍ରଦେଶ ଏବଂ ପଶ୍ଚିମ ବଙ୍ଗ ରାଜ୍ୟ ଗୁଡିକରେ ମୋଟ୍ ୩୮ ଜଣ ନ୍ୟାୟ ମିତ୍ର କାର୍ଯ୍ୟ କରୁ ଅଛନ୍ତି । ଓଡିଶାରେ ୨୦୧୭ – ୨୦୨୨ ଅବଧିରେ ୪ ଜଣ ନ୍ୟୟ ମିତ୍ର ନିଯୁକ୍ତ ହୋଇଛନ୍ତି । ଏହି ସମୟ ମଧ୍ୟରେ ନ୍ୟାୟ ମିତ୍ର ମାନେ ୮୧୮ଟି ମାମଲା ସମାଧାନରେ ସହାୟତା କରିଛନ୍ତି । ଏବେ ସୁଦ୍ଧା କାର୍ଯ୍ୟ କରୁଥିବା ନ୍ୟାୟ ମିତ୍ର ମାନେ ୩୪୯୫ଟି ପୁରୁଣା ମାମଲାକୁ ସମାଧାନ କରିବା ନିମନ୍ତେ ସମ୍ବନ୍ଧିତ ନ୍ୟାୟାଳୟ ଗୁଡିକୁ ସହାୟତା କରିଛନ୍ତି, ଯେଉଁଥିରେ ବୈବାହିକ ମାମଲା, ଦୁର୍ଘଟଣାର ଦାବି ଏବଂ ଅପରାଧିକ ମାମଲା ଗୁଡିକ ମଧ୍ୟ ସାମିଲ୍ ଅଟେ । ରାଜ୍ୟ / କେନ୍ଦ୍ର ଶାସିତ ପ୍ରଦେଶ ଗୁଡିକରେ ସମାଧାନ କରା ଯାଇଥିବା ମାମଲା ଗୁଡିକର ସମ୍ପୂର୍ଣ୍ଣ ବିବରଣୀ ଅନୁବନ୍ଧ – ଖ’ ରେ ରହିଛି । ୨୦୨୧ -୨୦୨୬ ପର୍ଯ୍ୟନ୍ତ ସାରା ଦେଶରେ ୮୦ ନ୍ୟାୟ ମିତ୍ର ନିଯୁକ୍ତ ହେବେ । ୨୦୨୧- ୨୦୨୨ ନିମନ୍ତେ ଏପ୍ରିଲ୍ ୨୦୨୨ ମାସରେ ୧୧ଟି ଜିଲ୍ଲା ନ୍ୟାୟାଳୟ ଗୁଡିକରେ ୧୧ଟି ନ୍ୟାୟ ମିତ୍ର ନିଯୁକ୍ତ ହୋଇଛନ୍ତି । କୋଭିଡ୍ ମହାମାରୀ କାରଣରୁ ଅଦାଲତ ଗୁଡିକ ବନ୍ଦ ହେବା ଯୋଗୁଁ ଏବଂ ସାମାଜିକ ଦୂରତା ନିୟମ କାରଣରୁ ୨୦୨୦ – ୨୦୨୧ ସମୟରେ କୌଣସି ପ୍ରକାରର ନ୍ୟାୟ ମିତ୍ର ନିଯୁକ୍ତି କରା ଯାଇ ପାରି ନାହିଁ । ଆଇନ୍ ଏବଂ ନ୍ୟାୟ ମନ୍ତ୍ରୀ କିରେନ୍ ରିଜିଜୁ ଆଜି ଲୋକସଭାରେ ଏକ ପ୍ରଶ୍ନର ଲିଖିତ ଉତର ଦେଇ ଏହି ସୂଚନା ପ୍ରଦାନ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ