୨୦୨୦ରେ ପରଦାକୁ ଆସିବ ‘ଶକୁନ୍ତଳା ଦେବୀ-ହ୍ୟୁମାନ କମ୍ପ୍ୟୁଟର’

ମୁମ୍ବାଇ: ୨୦୨୦ ମେ ୮ରେ ପରଦାକୁ ଆସିବ ବଲିଉଡ୍‌ ନାୟିକା ବିଦ୍ୟା ବଲାନଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ଶକୁନ୍ତଳା ଦେବୀ-ହ୍ୟୁମାନ କମ୍ପ୍ୟୁଟର’ । ଏନେଇ ବିଦ୍ୟା ଏକ ଭିଡିଓ ମାଧ୍ୟମରେ ମ୍ୟାଥ ରିଡିଲ ସହ ଫିଲ୍ମ ରିଲିଜ୍‌ର ତାରିଖ ନିଜ ଇନଷ୍ଟାଗ୍ରାମରେ ଜଣାଇଛନ୍ତି। ଏଥିରେ ଶକୁନ୍ତଳା ଦେବୀଙ୍କ ବିଚକ୍ଷଣ ପ୍ରତିଭାକୁ ସ୍ଥାନିତ କରାଯାଇଛି। ‘ମେଣ୍ଟାଲ କାଲକୁଲେର’ଭାବେ ପରିଚିତ ଶକୁନ୍ତଳା ଦେବୀଙ୍କର ଏହି ପ୍ରତିଭା ମାତ୍ର ୫ ବର୍ଷ ବୟସରୁ ଜଣାପଡିଯାଇଥିଲା। ଯେତେବେଳେ ସେ ୫ ବର୍ଷ ବୟସରେ ୧୮ ବର୍ଷ ପିଲାଙ୍କ ଗଣିତକୁ ଅତି ସହଜରେ ସମାଧାନ କରିପାରୁଥିଲେ। ଏହି ବାୟୋପିକ୍‌ ଫିଲ୍ମରେ ସାନ୍ୟା ମାଲହୋତ୍ରା ଓ ଜିସୁ ସେନଗୁପ୍ତାଙ୍କୁ ମଧ୍ୟ ଦେଖିବାକୁ ମିଳିବ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ