୨୦୨୧ରେ ନୂତନ ଜନଗଣାନା ପାଇଁ ଚାର୍ଜ ଅଫିସରଙ୍କୁ ତାଲିମ ପ୍ରଦାନ

କେନ୍ଦ୍ରାପଡା :୨୦୨୧ ମସିହାରେ ନୂତନ ଜନଗଣନା ଆରମ୍ଭ ହେବାକୁ ଥିବାରୁ ମଙ୍ଗଳବାର ପୂର୍ବାହ୍ନରେ ଜିଲ୍ଲା କାର୍ଯ୍ୟାଳୟ ସଦଭାବନା ସଭା ଗୃହରେ ରାଜ୍ୟ ଜନଗଣନା କାର୍ଯ୍ୟାଳୟ ପକ୍ଷରୁ ଜିଲ୍ଲାର ଚାର୍ଜ ଅଫିସର ଓ ଅତିରିକ୍ତ ଚାର୍ଜ ଅଫିସରମାନଙ୍କୁ ୨ ଦିନିଆ ତାଲିମ ପ୍ରଦାନ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଅତିରିକ୍ତ ଜିଲ୍ଲାପାଳ ବସନ୍ତ କୁମାର ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ତାଲିମପ୍ରଦାନ କାର୍ଯ୍ୟକ୍ରମରେ ଭୂବନେଶ୍ୱରସ୍ଥ ରାଜ୍ୟ ଜନଗଣନା କାର୍ଯ୍ୟାଳୟର ଷ୍ଟାଟିଷ୍ଟିକାଲ ଇନଭେଷ୍ଟିଗେଟର ମିଲିତା ଦତ୍ତ,ସିନିଅର କମ୍ପ।।ରଲସି ଶତୃଘ୍ନ ନାୟକ ଓ ଡିଇଓ ମାନସରଞ୍ଜନ କର ଯୋଗଦେଇ ଚାର୍ଜ ଅଫିସର ଓ ଅତିରିକ୍ତ ଚାର୍ଜ ଅଫିସରମାନଙ୍କୁ ତାଲିମ ପ୍ରଦାନ କରିଛନ୍ତି । ପ୍ରିନସିପାଲ ସେନସସ ଅଫିସର ଭାବରେ ଜିଲ୍ଲାପାଳ,ଜିଲ୍ଲା ସେନସସ ଅଫିସର ଭାବରେ ଅତିରିକ୍ତ ଜିଲ୍ଲାପାଳ,ଅତିରିକ୍ତ ଜିଲ୍ଲା ସେନସସ ଅଫିସର ଭାବେ ଜିଲ୍ଲା ଶିକ୍ଷା ଅଧିକାରୀ ଓ ପ୍ଲାନିଂର ଉପନିର୍ଦେଶକ,ଡେପୁଟୀ ସେନସସ ଅଫିସର ଭାବେ ଜିଲ୍ଲା କାର୍ଯ୍ୟାଳୟର ସାଧାରଣ ଓ ବିବିଧ ବିଭାଗର ଡେପୁଟୀ କଲେକ୍ଟର,ଚାର୍ଜ ଅଫିସର ଭାବରେ ପୈାରସଂସ୍ଥା ନିର୍ବାହୀ ଅଧିକାରୀ ଓ ତହସିଲଦାର ଏବଂ ଅତିରିକ୍ତ ଚାର୍ଜ ଅଫିସର ଭାବେ ବିଡିଓମାନଙ୍କୁ ମାନ୍ୟତା ପ୍ରଦାନ କରାଯାଇଛି । ଜନଗଣନାକୁ ସଠିକ ଭାବରେ କିଭଳି ପରିଚାଳନା କରାଯିବ ସେଥିନିମନ୍ତେ ଚାର୍ଜ ଅଫିସର ଓ ଅତିରିକ୍ତ ଚାର୍ଜ ଅଫିସରମାନଙ୍କୁ ତାଲିମ ପ୍ରଦାନ କରାଯାଇଛି । ପରବର୍ତ୍ତି ସମୟରେ ଏହି ତାଲିମ ଗ୍ରହଣ କରିଥିବା ଚାର୍ଜ ଅଫିସର ଓ ଅତିରିକ୍ତ ଚାର୍ଜ ଅଫିସରମାନେ ୨୦୨୧ – ଜନଗଣନା ନିମନ୍ତେ ସୁପରଭାଇଜର ଓ ଏନୁମରେଟରମାନଙ୍କୁ ତାଲିମ ପ୍ରଦାନ କରିବେ । ଏଠାରେ ସୂଚନା ଯୋଗ୍ୟ ଯେ ଆସନ୍ତା ୧୧ତାରିଖ ଠାରୁ ୧୫ତାରିଖ ପର୍ଯ୍ୟନ୍ତ ୫ଦିନ ବ୍ୟାପି ଜନଗଣନା କାର୍ଯ୍ୟରେ ନିୟୋଜିତ ହେବାକୁ ଥିବା ଜିଲ୍ଲାର ୪୩ଜଣ ଫିଲଡ ଟ୍ରେନରଙ୍କୁ ସ୍ଥାନୀୟ ଉର୍ଦ୍ଦୁ ପାଠାଗାରରେ ପ୍ରଶିକ୍ଷଣ ପ୍ରଦାନ କରିବେ । ମାର୍ଶାଘାଇ ଓ ପଟ୍ଟାମୁଣ୍ଡାଇ ତହସିଲଦାର ଏଥିନିମନ୍ତେ ରାଜ୍ୟ ସ୍ତରରେ ସ୍ୱତନ୍ତ୍ର ତାଲିମ ଓ ରିଫ୍ରେସର ତାଲିମ ନେଇଛନ୍ତି । ଏହି ୪୩ଜଣ ଫିଲଡ ଟ୍ରେନରଙ୍କ ମଧ୍ୟରୁ ପ୍ରତ୍ୟେକ ତହସିଲ ଅଧିନରେ ୪/୫ଜଣ କରି ଚାର୍ଜ ଅଫିସରମାନଙ୍କୁ ସହଯୋଗ ପାଇଁ କାର୍ଯ୍ୟ କରିବେ । ଏହି ତାଲିମ କାର୍ଯ୍ୟକ୍ରମରେ ଉପଜିଲ୍ଲାପାଳ ଜ୍ୟୋତିଶଙ୍କର ମହାପାତ୍ର,ଡେପୁଟୀ କଲେକ୍ଟରେ ସମ୍ବିତ ଶତପଥୀ,ଅଙ୍କିତା ଆନନ୍ଦିତା,ଜିଲ୍ଲାର ସମସ୍ତ ତହସିଲଦାର,ବିଡିଓ,ପୈାରସଂସ୍ଥାର ନିର୍ବାହୀ ଅଧିକାରୀ, ଜିଲ୍ଲା ଶିକ୍ଷା ଅଧିକାରୀ ଓ ବ୍ଲକ ଶିକ୍ଷା ଅଧିକାରୀମାନେ ଉପସ୍ଥିତ ଥିଲେ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ