୨୦୨୧ ଜନଗଣନା ସ୍ଥଗିତ ରଖିଲେ ଯୋଗୀ ସରକାର

ଲକ୍ଷ୍ନୌ : ଦେଶବ୍ୟାପୀ କରୋନା ପ୍ରଭାବରେ ଲକ୍‌ଡାଉନ୍‌ ରହିଥିବା ବେଳେ ୨୦୨୧ର ଜନଗଣନା ବା ଏନ୍‌ପିଆରକୁ ସ୍ଥଗିତ ରଖିଛନ୍ତି ଉତ୍ତର ପ୍ରଦେଶ ସରକାର । ଉଲ୍ଲେଖଯୋଗ୍ୟ ଯେ, ମାର୍ଚ୍ଚ ମାସରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ଏନ୍‌ପିଆର ଉପରେ ରୋକ୍‌ ଲଗାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା । ବର୍ତ୍ତମାନ ଦେଶରେ କରୋନା ମହାମାରୀ ପ୍ରକୋପରେ ଅର୍ଥନୀତି ସମ୍ପୂର୍ଣ୍ଣ ଭୁଷୁଡି ପଡିଛି ତେଣୁ ବର୍ତ୍ତମାନର ସମୟରେ ଏନ୍‌ପିଆର ସମ୍ଭବ ନୁହେଁ ବୋଲି ମତଦେବା ସହିତ ୨୦୨୧ ପର୍ଯ୍ୟନ୍ତ ଏହାକୁ ସ୍ଥଗିତ ରଖିବାର ନିଷ୍ପତ୍ତି ନେଇଛନ୍ତି ଯୋଗୀ ସରକାର । ଉଲ୍ଲେଖଯୋଗ୍ୟ ଯେ, ଦେଶରେ ବର୍ତ୍ତମାନ ସୁଦ୍ଧା କରୋନାରେ ୮୫୯୪୦ ଜଣ ଆକ୍ରାନ୍ତ ହୋଇଥିବା ବେଳେ ୨୭୫୨ ଜଣଙ୍କର ପ୍ରାଣହାନି ଘଟିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ