ରାଜ୍ୟ ଓ ଦେଶର ୨୦୨୨ ରାଜନୈତିକ ଭବିଷ୍ୟତ
ଜ୍ୟୋର୍ତିବିଦ୍ ପଣ୍ଡିତ ଶ୍ରୀପତି ଆଚାର୍ଯ୍ୟ
୦୬୭୪-୨୭୨୦୯୬୬
ଓଡ଼ିଶା :- ଓଡ଼ିଶାରରାଶି କର୍କଟ, ୮ମସ୍ଥ ଶୁଭ ବୃହଷ୍ପତି ଓ ସପ୍ତମସ୍ଥ ଶନି ପ୍ରଥମ ଚାରିମାସ ଅଶାନ୍ତି ସହିତ ରାଜନୈତିକ ଅଶନ୍ତୋସ ଓ ଦରଦାମ ବୃଦ୍ଧି ରହିବ ଏବଂ ପରେ ଏପ୍ରିଲ ଠାରୁ ଶେଷ ୮ମାସ ୯ମସ୍ଥ ଶୁଭ ବୃହଷ୍ପତି ଅନ୍ୟାନ୍ୟ ଗ୍ରହଚକ୍ର ପ୍ରଭାବରେ ଆଶାଜନକ ବୃଷ୍ଟିପାତ, ବନ୍ୟାବାତ୍ୟା ପରିସ୍ଥିତି ନିୟନ୍ତ୍ରଣ ମଧ୍ୟରେ ରହିବ କିନ୍ତୁ ମୁଖ୍ୟତଃ ପଶ୍ଛିମ ଓ ଦକ୍ଷିଣ ଓଡ଼ିଶାର ଜିଲ୍ଲାଗୁଡ଼ିକର ଦୈବି ଦୁର୍ବୀପାକ ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ଆର୍ଥିକ ବୋଝ ବଢିବ ଫଳରେ ସରକାର ବ୍ୟତିବ୍ୟସ୍ତ ହୋଇଯିବେ, ଯାହାକୁ ନେଇ ରାଜନୈତିକ କୁଠାରଘାତ ଷୃଷ୍ଟି ହେବ । ପ୍ରଶାସନିକ ସ୍ତରରେ ସମସ୍ତ ବିଭାଗ ସରକାରଙ୍କର ନିୟନ୍ତ୍ରଣ ମଧ୍ୟରେ ରହିବ । ଧାନ ଫସଲ ଓ ରବି ଜାତୀୟ ଫସଲ ଭଲ ହେଲେ ମଧ୍ୟ ୮ମସ୍ଥ ଶନି ବଜାରରେ ଦରଦାମ ଅସନ୍ତୁଳିତ ସହିତ ଅତ୍ୟାବସକିୟ ଦ୍ରବ୍ୟଗୁଡ଼ିକର ଦରବୃଦ୍ଧି କରିବେ । ସରକାରଙ୍କ ନିୟନ୍ତ୍ରଣରେ ତୈଳ ଦରବୃଦ୍ଧି ରହିପାରିବ ନାହିଁ । କୃଷିଋଣ ଓ ଗୋଷ୍ଠୀ ଋଣ ଫଳବତି ହେବ ଏହାର ଫାଇଦା ଚଳନ୍ତି ସରକାର ପାଇବେ । କର୍ମନିଯୁକ୍ତି ବୃଦ୍ଧିହେବ । ରାଜନୈତିକ ଦଳ ମଧ୍ୟରେ ବିଶାଳ କନ୍ଦଳ ଦେଖାଦେବ, ଭାତ୍ରୁ ବିବାଦ ବା ସ୍ୱଦଳ ମଧ୍ୟରେ ଅନ୍ତଃ କନ୍ଦଳ ବଢିବ, ଦଳୀୟକର୍ମୀମାନେ ଅସନ୍ତୋଷ ଷୃଷ୍ଟି କରିବେ । ରାଜ୍ୟର ସ୍ୱାର୍ଥହାସଲରେ ବହୁତ ବଡ ପରିବର୍ତନର ସମ୍ଭାବନାକୁ ଏଡ଼ାଇ ଦିଆଯାଇନପାରେ ଓ ଏହାକୁ ନେଇ ଅସନ୍ତୁଷ୍ଟ ଗୋଷ୍ଠୀଙ୍କ ସଂଖ୍ୟା ବୃଦ୍ଧି ପାଇବ । ବିରୋଧି ଦଳ ଙ୍କର ପତିଆରା ବୃଦ୍ଧି ପାଇବ, ଯାହାର ଫାଇଦା ବିରୋଧି ଦଳ ନେବେ । ରାଜ୍ୟ ମୁଖିଆଙ୍କ ମାନସିକ କଷ୍ଟ ବଢ଼ିବ । ଏସବୁ ସମସ୍ୟା ଭିତରେ ଗତିକଲେ ମଧ୍ୟ ମୁଖିଆ ନିଜର ଶାସନ ଗୋଟିକୁ ସୂଚାର ରୂପେ ତୁଲାଇ ବାରେ ସକ୍ଷମ ହେବେ ।
ନବିନ ପଟ୍ଟନାୟକ :- ନବିନଙ୍କର ରାଶି ମିଥୁନ ଶୁଭ ୯ମ ଗୃହସ୍ଥ ବୃହଷ୍ପତି ଓ ଲୋକପ୍ରିୟ କରାଉଥିବା ଗ୍ରହ ଶନି ୮ମରେ ଚାରିମାସ ପରେ ବର୍ଷର ଶେଷଭାଗ ପର୍ଯ୍ୟନ୍ତ ୯ମରେ ରହିବେ ଓ ଉଚ୍ଚଗୃହରେ ରାଜନୈତିକ ଗ୍ରହ ରାହୁ ବର୍ଷର ଅର୍ଦ୍ଧାଧିକ ସମୟ ଶୁଭରେ ରହିବେ ତେଣୁ ୨୦୨୨ରେ ଅନେକ ବାଧାବିଘ୍ନ ବା ଶତୃ ଷୃଷ୍ଟି ହୋଇ ମାନ ସମ୍ମାନ ସହିତ ଲୋକପ୍ରୀୟତା କ୍ଷୁର୍ଣ୍ଣ କରିବାରେ ଚେଷ୍ଟା କରିବେ ତଥାପି ଜନ୍ମ ଜାତକର ଦଶାମହାଦଶା ତଥା ଗ୍ରହମାନଙ୍କର ଶୁଭ ଅବସ୍ଥିତି ବଳରେ ଯେତେ ବାଧା ଷୃଷ୍ଟି ହେଲେ ମଧ୍ୟ ନିଜର ପତିଆରା ଜାହିରି କରିବାରେ ସକ୍ଷମ ରହିବେ । ବହୁ ପ୍ରଶଂସାର ପାତ୍ର ହେବେ ଏବଂ ବିଶ୍ୱ ସ୍ତରରେ ସମ୍ମାନିତ ହେବାର ସୁଯୋଗ ଆସିବ । ଏହା ସହିତ ନବିନଙ୍କର ୮ମସ୍ଥ ରୋଗ ଗୃହରେ ଶନି ଓ ରାହୁ ପ୍ରଭାବ ସ୍ୱାସ୍ଥ୍ୟଗତ ଅସୁବିଧା ମାତ୍ରାରେ ବୃଦ୍ଧି ମାନସିକ ଶାନ୍ତି ଛଡ଼ାଇ ନେଲାଭଳି ପରିସ୍ଥିତି ଷୃଷ୍ଟି କରିବ ।
ବିଜେଡି ଦଳ :- ବିଜେଡି ଦଳ ଯେବେ ଷୃଷ୍ଟି ହୋଇଥିଲା ସେହି ସମୟକୁ ପରିଲିକ୍ଷିତ କଲେ ଦଳର ସ୍ୱରାଶି ତୁଳା ରାଶି,୨୦୨୨ ମସିହାରେ ପ୍ରଥମ ଚାରିମାସ ୫ର୍ମ ଅତିଶୁଭ ଗୃହସ୍ଥ ବୃହଷ୍ପତି ସହିତ ରାଶିର ଅତ୍ୟନ୍ତ ଯୋଗକାରକ ଗ୍ରହରାଜ ଶନି ୪ର୍ଥରେ(ପରିବାରରେ ଅନ୍ତଦ୍ୱନ୍ଦ) ରହିବ ମାତ୍ର ପଚାଂୟତ ଇଲେକ୍ସନରେ ସଫଳତା ଅଧିକ ରହିବ ମାତ୍ର ପରେ ୬ଷ୍ଠସ୍ଥ ବୃହଷ୍ପତ ସପ୍ତମସ୍ଥ ଅଶୁଭ ରାହୁଚଳନ ବଳିୟ କନ୍ଦଳ ବୃଦ୍ଧି ରହିବ, ତେଣୁ ଦଳପାଇଁ ଏହାର ପ୍ରଭାବରେ ଅନେକାଶଂରେ ଦୃଢତାର ସହିତ ଦଳର କ୍ଷମତା ବୃଦ୍ଧି ସହିତ ବିରୋଧିଙ୍କୁ ସମ୍ମୁଖିନ ହେବାରେ କେତେକାଶଂରେ କଷ୍ଟସାଧ୍ୟ ବ୍ୟାପାର ହୋଇଯିିବ । ଦଳର ମୁଖିଆଙ୍କୁ ଏହାର ସୁଫଳ ମିଳିବାରେ ଅନେକାଶଂରେ କଷ୍ଟସାଧ୍ୟ ହୋଇପଡିବ ଫଳରେ ଦଳରେ ଯେଉଁସବୁ କର୍ମିମାନେ ଭିତିରିଭାବରେ ବିରୋଧି ଅଛନ୍ତି ସେମାନଙ୍କର ମୁଖା ଖୋଲିଯିବା ଭଳି ପରିସ୍ଥିତି ଷୃଷ୍ଟି ହେବ ଏବଂ ଏହାର ଫାଇଦା କେତେକାଶଂରେ ବିରୋଧିଙ୍କୁ ଫାଇଦା ହେବ । ମାତ୍ର ଦଳର କୁଣ୍ଡଳୀକୁ ଲକ୍ଷକଲେ ଗ୍ରହ ଅବସ୍ଥିତି ରାଜ୍ୟର ଧାର୍ମିକ କ୍ଷେତ୍ରଗୁଡିକର ଉର୍ଣ୍ଣତି ପ୍ରତି ଅନେକ ଯୋଜନାକରି ସଫଳ ହେବେ ।
ବିଜେପି ଦଳ :- ବିଜେପି ଦଳ ଯେବେ ଷୃଷ୍ଟି ହୋଇଥିଲା ତାର ସମୟକୁ ପରିଲିକ୍ଷିତ କଲେ ଜଣାଯାଏ ଦଳର ସ୍ୱରାଶି-ବିଛା ରାଶି,୨୦୨୨ ମସିହା ଶୁଭଗୃହସ୍ଥ ବୃହଷ୍ପତି ସହିତ ଶୁଭଗୃହସ୍ଥ ଶନି ଙ୍କର ଅବସ୍ଥାନ ରହିବ ଫଳତଃ ଅନେକ ଆକଷ୍ମିକ ରାଜନୈତିକ ଫାଇଦା ମିଳିବ ମାତ୍ର ଊଣ ଏବଂ ଶତୃ ବୃଦ୍ଧି କରୁଥିବା ଗୃହସ୍ଥ ଅଶୁଭ ରାହୁ ଦଳପାଇଁ ଅନେକ ବାଧା ଉପୁଯାଇବେରେ କାରଣହେବେ, ଦଳର ପତିଆରା ବୃଦ୍ଧି ପାଇଁ ବାଧା ଷୃଷ୍ଟି କରାଇବେ ଏବଂ ମାତ୍ର ରାଜ୍ୟ ତଥା ଦେଶରେ ନିଜର କର୍ମି ବୃଦ୍ଧହେବେ ଫଳରେ ନିଜର ୁଉପସ୍ଥିତି ଆଖିଦୃଷ୍ଟିଆ ବଢିବ । କୁଣ୍ଡଳିର ଦଶାମହାଦଶା ତଥା ରାଜନୌତିକ ଗ୍ରହ ମାନଙ୍କର ଶୁଭାବସ୍ଥାନ ଅନୁସାରେ ଦେଶ ଓ ରାଜ୍ୟରେ ନିଜର ପତିଆରା ଯାହିର କରିବା ଓ ନିଜର କର୍ମୀମାନଙ୍କୁ ଏହାର ଭରପୁର ଫାଇଦା ଉଠାଇବାରେ ସମୟ ସହାୟତା କରିବ ।
ନରେନ୍ଦ୍ର ମୋଦି :- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ରାଶି ବିଛା, ଏଣୁ ୨୦୨୨ ମସିହା ଶୁଭ ବୃହଷ୍ପତି ସହିତ ଶୁଭ ଶନି – ଅନେକ ମାନସମ୍ମାନର ପ୍ରାପ୍ତିର ସୁଚନା ଓ ଆଚମ୍ବିତ କଲାଭଳି ଦେଶର ହିତରେ ଅନେକ ଯୋଜନା ସଫଳତାର ସହିତ ବିନିଯୋଗ କରି ସମୁହ ଉର୍ଣ୍ଣତିର କାରଣ ହେବେ । ବୃହଷ୍ପତିଙ୍କର ପ୍ରଭାବରେ ଅନେକ ଧନବୃଦ୍ଧିକାରି ଯୋଜନା କରି ସଫଳତାର ସହ ଆର୍ଥିକ ସ୍ଥିତି ସୁଧାରିବାରେ ସହାୟକ ହେବେ । ମାତ୍ର ଶତୃ ଷୃଷ୍ଟି କରୁଥିବା ଅଶୁଭଗୃହସ୍ଥ ରାହୁ ନିଜ ଦଳିୟ କର୍ମୀଙ୍କର କପଟତାର ଶିକାର ସହିତ ବିରୋଧିଙ୍କର ତାଡନାର ଶିକାର ଫଳରେ ମାନଶିକ ସ୍ତରରେ ଅଶାନ୍ତି ହୋଇଯିବାଭଳି ପରିସ୍ଥିତି ଭୋଗିପାରନ୍ତି ତଥାପି କୁଣ୍ଡଳିର ସମୟ ଅନୁସାରେ ଓ ଜନସମର୍ଥନ ଷୃଷ୍ଟି କରାଉଥିବା ଶୁଭଗୃହସ୍ଥ ମହାଗ୍ରହ ଶନି ନିଜର ପତିଆରା ଯାହିରି କରିବାରେ, ନିଜ ଦଳ ସଜାଡିବାରେ ଓ ବିରୋଧି ଦଳର ଶକ୍ତି ପରାହତ କରିବାରେ ଅନେକାଶଂରେ ସଫଳ ହେବେ । ନିଜ ଦଳର ମାନ ବୃଦ୍ଧି ଉଦ୍ଧେଶ୍ୟରେ ଅଯଥା ବ୍ୟୟବରାଦ କରିବାକୁ ପଡିବ ଯାହା ଦଳ ପାଇଁ ବେଳେବେଳେ ମୁଣ୍ଡବ୍ୟଥାର କାରଣ ହେବ । ତଥାପି ରାଶି ସହିତ ଜନ୍ମ କୁଣ୍ଡଲିରେ ରାଜନୌତିକ ଗ୍ରହ ମାନଙ୍କର ଶୁଭାବସ୍ଥାନ ଓ ଦଶା ମହାଦଶାର ପ୍ରଭାବରେ ଦେଶ ଓ ରାଜ୍ୟରେ ନିଜର ସ୍ୱତନ୍ତ୍ର ସ୍ଥାନ ଯାହିର କରିବାରେ ଓ ନିଜର କର୍ମୀମାନଙ୍କୁ ଏହାର ଭରପୁର ଫଇଦା ଉଠାଇବାରେ ସହାୟତା କରିବେ ।
ଧର୍ମେନ୍ଦ୍ର ପ୍ରଧାନ :- ତାଙ୍କର ତୁଳା ରାଶି, ୨୦୨୨ମସିହାରେ ଶୁଭ ବୃହଷ୍ପତି ସହିତ ଯୋଗକାରକ ଅତିଶୁଭ ଶନି କେନ୍ଦ୍ରରେ ଶୁଭ ଗୃହରେ ଆତ୍ମବଳ ବୃଦ୍ଧି ସହିତ ଦଳପାଇଁ ଏହାର ଶୁପ୍ରଭାବ ଅନେକାଶଂରେ ଦୃଢତାର ସହିତ ଦଳର କ୍ଷମତା ବୃଦ୍ଧି ସହିତ ବିରୋଧଙ୍କୁ ସମ୍ମୁଖିନ ହେବାରେ ସଫଳ କରାଇବାରେ ସହଯୋଗ ମିିଳିବ । ମୁଖିଆଙ୍କର ଅତିପ୍ରିୟ କରାଇିବାରେ ଅନେକାଶଂରେ ସାହାର୍ଯ୍ୟ କରିବ ଫଳରେ ଦଳରେ ଯେଉଁସବୁ କର୍ମିମାନେ ଭିତିରିଭାବରେ ବିରୋଧି ଅଛନ୍ତି ସେମାନଙ୍କର ମୁଖା ଖୋଲିଯିବା ଭଳି ପରିସ୍ଥିତି ଷୃଷ୍ଟି କରାଇ ଅତିପ୍ରିୟ ହେବେ । ତୁଳା ରାଶିର ଅତ୍ୟନ୍ତ ଯୋଗକାରକ ଶନି ମହାଗ୍ରହ ଶୁଭାବସ୍ଥାନ ପ୍ରଭାବରେ ଜନସମର୍ଥନ ବା ଲୋକପ୍ରିୟତା ବୃଦ୍ଧି ହେବ ।
କଗ୍ରେଂଶ ଦଳ- ଦଳ ଯେବେ ଷୃଷ୍ଟି ହୋଇଥିଲା ତାର ସମୟକୁ ପରିଲିକ୍ଷିତ କରାଗଲେ ଦଳର ସ୍ୱରାଶି-ମେଶ ରାଶି,୨୦୨୨ ମସିହାରେ ଅତିଶୁଭ ବୃହଷ୍ପତି ସହିତ କର୍ମ ଓ ଲାଭ ଗୃହର ଅଧିପତି ଶନି କର୍ମଗୃହରେ ବର୍ଷର ଶେଷଭାଗ ପର୍ଯ୍ୟନ୍ତ ରହିବେ ତେଣୁ ଦଳପାଇଁ ଶୁଭକାରକ ସାବ୍ୟସ୍ଥ ହୋଇ ଦେଶ ତଥା ରାଜ୍ୟରେ ନିଜର ଉପସ୍ଥିତିର ଜରୁରତା ସାବ୍ୟସ୍ତ କରାଇବାରେ ସହାୟକ ହେବେ । ଅଶୁଭଗୃହସ୍ଥ ରାହୁ ଦଳ ତଥା ଦଳୀୟ କର୍ମୀଙ୍କର ଆତ୍ମବଳ କରାଇବେ, ମୁଖିଆ ପରିବର୍ତନ ମୁଣ୍ଡବିବିନ୍ଧାର କାରଣ ହେବ, ଜନସମର୍ଥନ ହାତେଇବାରେ ଅସଫଳ ହେବେ, ନିଜର କିଛି ବିଚକ୍ଷଣ ବୁଦ୍ଧି ସମ୍ପଣ୍ଣ କର୍ମିମାନଙ୍କ ବଳରେ ସମସ୍ତଙ୍କୁ ଆଚମ୍ବିତ କରାଇବା ଭଳି କିଛି ଜନପ୍ରିୟ କାମ କରିବେ ଯାହା ଭବିଷ୍ୟତ ପାଇଁ ଶୁଭଙ୍କର ସାବ୍ୟସ୍ତ ହେବ ଏବଂ ନିଜ ଦଳ ମୁଖିଆଙ୍କୁ ଏହାର ଶୁଭ ପ୍ରଭାବ କିଛିଟା ମିଳିବ ।
ରାହୁଲ ଗାନ୍ଧୀ :- ରାହୁଲ ଗାନ୍ଧୀଙ୍କର ରାଶି ବିଛା, ଏଣୁ ୨୦୨୨ ମସିହାରେ ଶୁଭ ବୃହଷ୍ପତି ସହିତ ଶୁଭ ଶନି ବର୍ଷର ଶେଷ ସମୟ ପର୍ଯ୍ୟନ୍ତ ଶୁଭଫଳ ପ୍ରଦାନରେ ସହୟକ ହେବେ । ମାତ୍ର ଅଶୁଭ ଗୃହସ୍ଥ ରାହୁଙ୍କର ଅବସ୍ଥାନ ଅନେକ ବାଧାବିଘ୍ନର ସୁଚନା ଓ ମାନସମ୍ମାନ କ୍ଷୁର୍ଣ୍ଣର କାରଣ ହେବେ, ବହୁ କ୍ଷେତ୍ରରେ କଳହ ଓ ନିଜ ଦଳ ମଧ୍ୟରେ ଅନ୍ତଃଦ୍ୱନ୍ଦର ପ୍ରଭାବରେ ପ୍ରଭାବିତ ହୋଇପାରନ୍ତି, ଦଳିୟ କର୍ମୀଙ୍କର କପଟତାର ଶିକାର ହୋଇପାରନ୍ତି ଫଳରେ ମାନଶିକ ସ୍ତରରେ ହତାସ ହୋଇଯିବାଭଳି ପରିସ୍ଥିତି ଭୋଗିପାରନ୍ତି ତଥାପି କୁଣ୍ଡଳିର ସମୟ ଅନୁସାରେ ଓ ବିଛାରାଶି ନିମନ୍ତେ ଏହିବର୍ଷ ଶୁଭକାରକ ତଥା ଜନସମର୍ଥନ ଦେଉଥିବା ମହାଗ୍ରହ ଶନି ଶୁଭଗୃହରେ ଥିବାରୁ ନିଜର ପତିଆରା ଯାହିରି କରିବାରେ,ନିଜ ଦଳ ସଜାଡିବାରେ ଓ ବିରୋଧି ଦଳର ଶକ୍ତି ପ୍ରଦର୍ଶନକୁ ଦୃଢତାର ସହିତ ସାମ୍ମା କରିବାରେ ସଫଳ ହେବେ । ତଥାପି ନିଜ ଦଳର ମାନ ବୃଦ୍ଧି ଉଦ୍ଧେଶ୍ୟରେ ରାଜ୍ୟସ୍ତରରେ ଅଯଥା ପରିବର୍ତନ କରିବାକୁ ପଡିବ ଯାହା ଦଳ ପାଇଁ ମୁଣ୍ଡବ୍ୟଥାର କାରଣ ହେବ । ତଥାପି ରାଶି ସହିତ ଜନ୍ମ କୁଣ୍ଡଲିରେ ରାଜନୌତିକ ଗ୍ରହ ମାନଙ୍କର ଶୁଭାବସ୍ଥାନ ଓ ଦଶା ମହାଦଶାର ପ୍ରଭାବରେ ଦେଶ ଓ ରାଜ୍ୟରେ ନିଜର ସ୍ୱତନ୍ତ୍ର ସ୍ଥାନ ଯାହିର କରିବାରେ ଓ ନିଜର କର୍ମୀମାନଙ୍କୁ ଏହାର ଭରପୁର ଫଇଦା ଉଠାଇବାରେ ସହାୟତା କରିବେ ।
ପ୍ରାକୃତିକ ପରିବେଷ :- ୨୦୨୨ ଜୁନ ଠାରୁ ଅକ୍ଟୋବର ମାସ ଅନେକ ପ୍ରାକୃତିକ ବିପର୍ଯ୍ୟୟ ସହିତ ପୁନର୍ବାର ସଂକ୍ରାମକ ରୋଗ କରୋନା ନୂଆରୁପ ନେଇ ପତ୍ୟାବର୍ତନ କରିବ ଅନେକ ଅଭାବି ସ୍ଥିତି ଜନଜୀବନ କ୍ଷୟକ୍ଷତିର କାରଣ ହେବ । ବାତ୍ୟାବନ୍ୟା ସ୍ଥିତି ମଧ୍ୟ ରହିବ । ଫସଲ ଅମଳ ଆଶାତିତ ହେବ ନାହିିଁ । ଅଗ୍ନିବର୍ଷି ଅସହ୍ୟ ଗ୍ରୀଷ୍ମପ୍ରବାହ ମାତ୍ରାଧିକ ହେବ । ବିଭିନ୍ନ ସମୟରେ ବିଭିନ୍ନ ଅଚଂଳରେ ବିନାକାରଣରେ ଅଗ୍ନି ଦ୍ୱାରା ଜନଜୀବନ କ୍ଷୟକ୍ଷତି ହେବ । ଅନେକାଶଂରେ ବର୍ଷର ବିଭିନ୍ନ ସମୟରେ ପ୍ରକୃତିର ତାଣ୍ଡବ ଅସହ୍ୟ ହୋଇପଡିବ ।
– ଗର୍ଗ ଜ୍ୟୋତିଷ –
ଜ୍ୟୋର୍ତିବିଦ୍ ପଣ୍ଡିତ ଶ୍ରୀପତି ଆଚାର୍ଯ୍ୟ (ଏମ୍ କମ୍,ଏମ.ବି.ଏ)
ସେକ୍ଟର-୩/୩୦୯, ନିଳାଦ୍ରୀବିିହାର, ଭୁବନେଶ୍ୱର-୨୧ ୯୪୩୮୩୮୯୦୩୯, ୦୬୭୪-୨୭୨୦୯୬୬


