୨୦୨୩ ନୂଆସକାଳର ଅପେକ୍ଷାରେ …

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):୨୦୨୩ ନୂଆସକାଳକୁସ୍ୱାଗତଜଣାଇବରିଷ୍ଠଶ୍ରମିକନେତାମାୟାଧର ନାୟକଲେଖିଛନ୍ତି – ସହସ୍ରାଧର ସମାଜଉପରେ ପର ଝାଡୁଛିସମୟରଶଙ୍ଖଚିଲ୍ଲ । ବିଦାୟରବେହାଗରେ ବ୍ୟଥାରବେପଥୁ… । ଦିନମାନେ ବିତିଯାଇଛନ୍ତିଚିହ୍ନରଖିଦେଇ, ଶେଷଶୀତରସିରସ୍ତାରେସ୍ମୃତିରଶାଏରୀଗାଇଗାଇ । ଦୃଷ୍ଟିର ଦିଗନ୍ତରୁ ଦୃଶ୍ୟାତିତହୋଇଚାଲିଛି ୨୦୨୨ । ଫିକା ପଡିଯାଇଛି ପାଦପ୍ରଦୀପରଶିଖା । ପାଣ୍ଡୁରହୋଇଛି ପାଦ ଟିକା । ପାଉଁଶ ଦଳୁ ତଥାପିଝଟକିଉଠୁଛିଝୁଲ । ଧୂଆଁର ଦଲିଲ୍‍ ଭିତରୁବାରିହୋଇ ପଡୁଛି ନିଆଁର ନକ୍‍ସା । ପୃଥିବୀର ଫୁଙ୍ଗୁଳା ପିଠିରେ ୨୦୨୨ ସୃଷ୍ଟିକରିଛିବହୁଭୟଙ୍କରଘଟଣାରବିସ୍ଫୋରିତବିସମ୍ବାଦ । ତମାମ୍‍ ମିଡିଆମୁଲକକୁ ନଚାଇଛି, ଚହଳବାଣ୍ଟିଛି, ବୁଣିଛିଚମକ । ମାଳମାଳବିସମ୍ବାଦର ଖୋରାକଓଜାଡିଛିଖବରକାଗଜରସର୍ବଗ୍ରାସୀ ଆଁରେ । ଆଖିରୁଚୋରାଇନେଇଛି ନିଦ, ଭାଙ୍ଗିଯାଇଛିବଦ୍ଧମୂଳବିଶ୍ୱାସରଭାବମୂର୍ତ୍ତି… ପ୍ରତିଷ୍ଠିତ ପ୍ରତ୍ୟୟର ପ୍ରାଚୀନପ୍ରତିମାସବୁ । ମାଫିଆଗଡଫାଦର ମାନଙ୍କଘମାଘୋଟଗୃହଯୁଦ୍ଧ ଯାଏ – ଧର୍ମଘଟରୁ ଧର୍ମାନ୍ତର ଯାଏ – ଦପ୍ତରରୁ ଦରବାର ଯାଏ – ରଣକ୍ଷେତ୍ରରୁ ଗଣତନ୍ତ୍ର ଯାଏ –ସଙ୍ଗୀନ୍‍ ରାଜନୀତିର ନିନ୍ଦିତନେତାଙ୍କଠୁରଙ୍ଗୀନ୍‍ ପରଦାର ଅଭିଯୁକ୍ତ ଅଭିନେତା ଯାଏ– ସବୁଗହନ ଗହିରରଗୋପନ ଗୋହିରିରେ ପାଦ ପକେଇଛି ୨୦୨୩ ।ଶ୍ରୀ ନାୟକକହିଛନ୍ତି – ଧ୍ୱଂସର ଧ୍ୱଂସସ୍ତୁପ ତଳୁ ପୁଣିକଅଁଳୁଛିଜୀବଟିଏ – ସାବ୍‍ଜାସ୍ୱପ୍ନର । ପାଉଁଶିଆପୋଡାଭୂଇଁର ପଥର ଫାଙ୍କରୁ ନୂଆସକାଳର ନାରାଶୁଣାଉଛି ନିଷ୍ପାପ ଘାସଫୁଲଟିଏ – ଆକାଶି ଆଶାରେ । ସବୁସଂକଟରସଂଘାତଭିତରେବିମଣିଷ ବଞ୍ଚିଛିଠିକ୍‍ – ଅପେକ୍ଷାକରିଛିସେଇ ନୂଆସକାଳକୁ । ଯେଉଁସକାଳତାକୁ ଦେଖାଉନଥିବକୃଷବିଦ୍ଧ ଖ୍ରୀଷ୍ଟରରକ୍ତାକ୍ତଶରୀର, ଗୁଳିବିଦ୍ଧ ଗାନ୍ଧୀରଶିତଳଶବ, ଲହୁଭିଜାଲିଙ୍କନରସକରୁଣଲାଶ୍‍… ସକ୍ରେଟିସ୍‍ର ଓଠ ଆଡକୁକିମୀରାବାଇରମୁହଁ ପାଖକୁବିଷର ପିଆଲାବଢାଇ ଦେଉନଥିବକାହାର ନିର୍ଦ୍ଦୟହାତ । ଏକ ପାପମୁକ୍ତ, ରୋଗମୁକ୍ତ, କ୍ଷୁଧାମୁକ୍ତ ପୃଥିବୀ ଆମର ଦରକାର ।
ପ୍ରକାଶନ / ପ୍ରସାରଣ ପାଇଁ
ମାୟାଧର ନାୟକ
ମୋ : ୯୮୬୧୦୩୪୧୬୩

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ