୨୦୨୩ ସେପ୍ଟେମ୍ବର ସୁଦ୍ଧା କାର୍ଯ୍ୟକ୍ଷମ ହେବ ତାଳଚେର ସାରକାରଖାନା

ଆସନ୍ତା ୨୦୨୩ ସେପ୍ଟେମ୍ବର ମାସ ସୁଦ୍ଧା ତାଳଚେର ସାର କାରଖାନା (ତାଳଚେର ଫର୍ଟିଲାଇଜର୍ସ ଲିଃ- ଟିଏଫଏଲ) କାର୍ଯ୍ୟକ୍ଷମ ହେବ । ରାଜ୍ୟସଭାରେ ସୂଚନା ଦେଇଛନ୍ତି କେନ୍ଦ୍ର ସାର ଓ ରସାୟନ ମନ୍ତ୍ରୀ ଡି.ଭି. ସଦାନନ୍ଦ ଗୌଡ଼ା । ଏ ସଂକ୍ରାନ୍ତରେ ପଚରାଯାଇଥିବା ପ୍ରଶ୍ନର ଲିଖିତ ଉତରରେ ସେ ସୂଚନା ଦେଇଥିଲେ ଯେ ବନ୍ଦ ହୋଇ ପଡ଼ି ରହିଥିବା ଭାରତୀୟ ସାର ନିଗମ ଲିଃ (ଏଫସିଆଇଏଲ)ର ତାଳଚେର
ୟୁନିଟକୁ କାର୍ଯ୍ୟକ୍ଷମ କରିବା ଲାଗି ଭାରତ ସରକାର ଏକାଧିକ ପ୍ରସ୍ତାବକୁ କ୍ୟାବିନେଟ ଜରିଆରେ ମଞ୍ଜୁରି ଦେଇଛନ୍ତି । ୟୁରିଆ ୟୁନିଟକୁ ପୁନଃକାର୍ଯ୍ୟକ୍ଷମ କରିବା ଦିଗରେ ସରକାର କାର୍ଯ୍ୟ କରୁଛନ୍ତି । ମନ୍ତ୍ରୀ ଆହୁରି ସୂଚନା ଦେଇଥିଲେ ଯେ ମେସର୍ସ ପିଡିଆଇଏଲକୁ ସାର କାରଖାନା କାର୍ଯ୍ୟକ୍ଷମ କରିବା ଲାଗି ପ୍ରାକ-ପ୍ରକଳ୍ପ କାର୍ଯ୍ୟକଳାପ ପାଇଁ ପ୍ରକଳ୍ପ ପରିଚାଳନା ପରାମର୍ଶଦାତା ଭାବେ ନିଯୁକ୍ତି ଦିଆଯାଇଛି । ଅଗଷ୍ଟ ୨୦୧୭ରେ ପେଟ କୋକ ଯୋଗାଣ ଲାଗି ଆଇଓସିଏଲ ସହ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି । ଫେବୃଆରୀ ୨୦୧୮ରେ ପ୍ରକଳ୍ପକୁ ପରିବେଶ ମଞ୍ଜୁରି ମିଳିଛି । ସେପ୍ଟେମ୍ବର ୨୦୧୮ରେ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ କମିଟି ଆରସିଏଫ ଇକ୍ୟୁଟି ଯୋଗଦାନ ପାଇଁ ମଞ୍ଜୁରି ଦେଇଥିଲା । ଡିସେମ୍ବର ୨୦୧୮ରେ କ୍ୟାପ୍ଟିଭ କୋଇଲା ଖଣି ପାଇଁ ଖଣି ଆବଂଟନ ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା । ପ୍ରମୋଟରଙ୍କ ଠାରୁ ଅନୁମୋଦନ ଲାଭ କରିବା ପରେ ୨୯ ଅଗଷ୍ଟ ୨୦୧୯ରେ ଟିଏଫଏଲ ବୋର୍ଡ ପକ୍ଷରୁ ପ୍ରକଳ୍ପ ପାଇଁ ନିବେଶ ମଞ୍ଜୁରି ଆଯାଇଥିଲା । କୋଇଲା ବାଷ୍ପୀକରଣ ଏବଂ ଆମୋନିଆ/ୟୁରିଆ ପ୍ଲାଂଟ ପାଇଁ ଏଲଏସଟିକେ ଚୁକ୍ତି ୧୧ ଓ ୧୯ ସେପ୍ଟେମ୍ବରରେ ସ୍ୱାକ୍ଷରିତ ହୋଇଥିଲା । ଓଡ଼ିଶା ସରକାରଙ୍କ ଉଚ୍ଚସ୍ତରୀୟ କ୍ଲିଅରାନ୍ସ କର୍ତୃପକ୍ଷଙ୍କ ଦ୍ୱାରା ୩୧ ଅଗଷ୍ଟ, ୨୦୧୯ରେ ଟିଏଫଏଲ ପ୍ରକଳ୍ପକୁ ମଞ୍ଜୁରି ମିଳିସାରିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ