୨୦୨୪ ନିର୍ବାଚନରେ ନକଲି ଅନୁସୂଚିତ ଜାତି କେଉଟ, କୈବର୍ତ୍ତ୍ୟ ଓ ଧୀବରପ୍ରାର୍ଥୀଙ୍କୁ ସଂରକ୍ଷଣ ଆସନରୁ ଭୋଟ ଦିଅନ୍ତୁ ନାହିଁ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଯୁଗ ଯୁଗ ଧରି ଅବହେଳିତ, ଲାଞ୍ôଛତ ଓ ଶୋଷଣର ଶିକାର ହେଉଥିବା ଅସ୍ପୃଶ୍ୟ ଜାତିମାନଙ୍କୁ ଦେଶର ଉନ୍ନତିର ମହାସ୍ରୋତରେ ସାମିଲ୍ କରିବା ନିମିତ୍ତ ସମ୍ବିଧାନରେ ସେମାନଙ୍କ ପାଇଁ ଅନୁସୂଚିତ ଜାତି ସଂରକ୍ଷଣର ବ୍ୟବସ୍ଥା କରାଯାଇଥିଲା । କିନ୍ତୁ ଦୁଃଖର ବିଷୟ ଏହି ସଂରକ୍ଷଣର ସିଂହଭାଗ ସବର୍ଣ୍ଣ ଜାତିମାନେ ହଡପ କରି ନେଇଛନ୍ତି । ଉଦାହରଣସ୍ୱରୂପ ସବର୍ଣ୍ଣ, କେଉଟ, କୈବର୍ତ୍ତ, ଧୀବର ଜାତିମାନେ କଣ୍ଡରା ଓ ଗୋଖାମାନଙ୍କ ବେଉଷା ମାଛଧରାକୁ ଆଧାର କରି ଏହାକୁ ଆରମ୍ଭ ହେବା ଦିନଠାରୁ ସିଂହଭାଗ ହଡ଼ପ କରି ଚାଲିଥିଲେ । ପରେ ଧରା ପଡ଼ିବାରୁ ସେମାନେ ଦେଓର ନାମକ ଯାଯାବର କେଳା ଜାତିଙ୍କ ନାମରେ ପ୍ରମାଣ ପତ୍ର ହାସଲ କରି ପ୍ରାୟ ୧ ଲକ୍ଷ ଲୋକ ସେହି ଜାତି ୮୦ ଲକ୍ଷ ଅନୁସୂଚିତ ଜାତିଙ୍କର ୮୦ ଭାଗ ସଂରକ୍ଷଣ ହଡ଼ପ କରିଛନ୍ତି । ଏହାକୁ ବିରୋଧ କରିବା ପରେ ଏମାନେ ୨୦୦୨ ମସିହାରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ସହାୟତାରେ ଚଞ୍ଚକତାପୂର୍ଣ୍ଣ ଗଳାବାଟ ଦେଇ ଓଡ଼ିଶା ଏସ୍ସି ତାଲିକାକୁ ପଶିଆସିଲେ ଏବଂ ସିଂହଭାଗ ଏସ୍ସି ସଂରକ୍ଷଣ ସେହିମାନଙ୍କ ହାତକୁ ଯାଉଛି । ଓଡ଼ିଶାର ୮୦ ଲକ୍ଷ ଅସ୍ପୃଶ୍ୟ ଦଳିତ ଏହା ବିରୁଦ୍ଧରେ ଆନ୍ଦୋଳନ କରି ଆସୁଥିଲେ ମଧ୍ୟ ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ଅସହଯୋଗ ଯୋଗୁଁ ସେମାନଙ୍କୁ ତାଲିକାରୁ ହଟାଯାଇ ପାରୁନାହିଁ । ଏଣୁ ଓଡ଼ିଶା ଅସ୍ପୃଶ୍ୟ ଦଳିତ ସଂରକ୍ଷଣ ସମିତି ତରଫରୁ ଆସନ୍ତା ୨୦୨୪ ସାଧାରଣ ନିର୍ବାଚନରେ ଏମାନଙ୍କୁ ସଂରକ୍ଷିତ ଆସନରୁ ପ୍ରାର୍ଥୀ ନ କରିବା ପାଇଁ ଦାବି କରାଯାଇଥିଲା । କିନ୍ତୁ ଦୁଃଖର ବିଷୟ ରାଜନୈତିକ ଦଳମାନେ ଏମାନଙ୍କୁ ପ୍ରାର୍ଥୀ କରିଛନ୍ତି । ଏତଦବ୍ୟତୀତ ତାଲିକାରେ ନଥିବା ସବର୍ଣ୍ଣ ରାଢି, ନିଆରି, ଘଣି ଓ ତିଅର ଆଦି ଜାତି କେଉଟ, କୈବର୍ତ୍ତ୍ୟ ଧୀବର ଓ ଦେଓର ନାମରେ ମିଥ୍ୟା ସାର୍ଟିଫିକେଟ ହାସଲ କରି ସଂରକ୍ଷଣ ସୁବିଧା ନେଉଛନ୍ତି ଓ ନିର୍ବାଚନରେ ପ୍ରାର୍ଥୀ ହୋଇଛନ୍ତି । ଏଣୁ ଓଡ଼ିଶାର ୮୦ ଲକ୍ଷ ଅସଲି ଦଳିତଙ୍କ ତରଫରୁ ଏହି ନକଲି କେଉଟ, କୈବର୍ତ୍ତ୍ୟ ଓ ଅନ୍ୟାନ୍ୟ ଜାତି ରାଢି, ନିଆରି, ଘଣି ଓ ତିଅର ପ୍ରାର୍ଥୀମାନଙ୍କୁ ଭୋଟ ବର୍ଜନ ପାଇଁ ଆହ୍ୱାନ ଦିଆଯାଇଛି । ଏହା ବ୍ୟତୀତ ସେହି ଆସନରେ ବିଜୟୀ ହେବାର ସମ୍ଭାବନା ଥିବା ଅସଲି ଅନୁସୂଚିତ ଜାତିର ପ୍ରାର୍ଥୀମାନଙ୍କୁ ଭୋଟ ଦେଇ ଜୟଯୁକ୍ତ କରିବା ପାଇଁ ଅନୁରୋଧ କରାଯାଇଛି ।ସରକାରଙ୍କ ନିକଟରେ ଦାବି କରାଯାଇଛି ଯେ, ଏହି ନକଲି ଅନୁସୂଚିତ ଜାତିର କେଉଟ, କୈବର୍ତ୍ତ୍ୟ ଓ ଧୀବର ଲୋକମାନଙ୍କୁ ଏସ୍ସି ତାଲିକାରୁ ବାଦ୍ ଦିଆଯାଉ ଏବଂ ଏମାନଙ୍କୁ ସାମ୍ବିଧାନିକ ପଦ ପଦବୀ ଯଥା ମନ୍ତ୍ରୀ, କମିଟି ସଭ୍ୟ, ବିଭାଗର ବିଭିନ୍ନ ପଦପଦବୀରେ ନିଯୁକ୍ତି ଦିଆନଯାଉ । ସାମଜର ତଳସ୍ତରରେ ଥିବା ମେହେନ୍ତର ଜାତି ଓ ବାଉରୀ ବୈଷ୍ଣବ, କଣ୍ଡରା ବୈଷ୍ଣବ, ପାଣ ବୈଷ୍ଣବ, ଗୋଖା ବୈଷ୍ଣବ ଇତ୍ୟାଦି ଅନୁସୂଚିତ ଜାତି ବୈଷ୍ଣବମାନଙ୍କୁ ଓଡ଼ିଶାର ଏସ୍ସି ତାଲିକାରେ ସ୍ଥାନିତ କରାଯାଉ । ଏହି କାର୍ଯ୍ୟକ୍ରମରେ ଅଲେଖ ମଲ୍ଲିକ, ରବୀନ୍ଦ୍ର କୁମାର ସେଠୀ, ଶାନ୍ତନୁ କୁମାର ଦାସ, ସୁନାକର ବେହେରା, କଳ୍ପତରୁ ମଲ୍ଲିକ, ଅମିୟ କୁମାର ସେଠୀ ପ୍ରମୁଖ କର୍ମକର୍ତ୍ତା ଭାଗ ନେଇଥିଲେ । ଆପଣମାନଙ୍କୁ ଏହି କାର୍ଯ୍ୟକ୍ରମରେ ସହଯୋଗ କରିବା ପାଇଁ ବିନିତ ଅନୁରୋଧ କରୁଅଛୁ ।