୨୦୨୪ ବର୍ଷର ଗୁରୁ ପ୍ରଣାମ ସମ୍ମାନ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ସମାଜରେ ଗୁରୁମାନଙ୍କୁ ଯଥୋଚିତ ସମ୍ମାନ ପାଇଁ କାର୍ଯ୍ୟ କରୁଥିବା ସ୍ୱାମୀ ଦୟାନନ୍ଦ ସର୍ଭିସ ମିଶନ, ୨୦୨୪ ବର୍ଷ ପାଇଁ ତାର ଗୁରୁ ପ୍ରଣାମ ସମ୍ମାନ ଘୋଷଣା କରିଛି । ପୂର୍ବତନ କୁଳପତି ଡଃ ବିମଳେନ୍ଦୁ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଗଠିତ କମିଟିର ନିଷ୍ପତ୍ତି କ୍ରମେ ବାବା ବୈକୁଣ୍ଠ ନାଥଙ୍କ ଅନନ୍ୟ ଶିଷ୍ୟ ବାବା ସତ୍ୟାନନ୍ଦ ଦାସ, ପାଲାଚାର୍ଯ୍ୟ ବସନ୍ତ କୁମାର ରାଉତ ଓ ବଶିଷ୍ଟ ଜ୍ୟୋତିର୍ବିଦ ରାଜକିଶୋର ନାୟକଙ୍କୁ ଆସନ୍ତା ଜାନୁଆରୀ ମାସ ୬ ତାରିଖ ଗୁରୁ ପ୍ରଣାମ ମହୋତ୍ସବରେ ବୁଦ୍ଧ ମନ୍ଦିର ସଭାଗୃହରେ ଏହି ସମ୍ମାନ ବିଶିଷ୍ଟ ଅତିଥିମାନଙ୍କ ଦ୍ୱାରା ପ୍ରଦାନ କରାଯିବ ବୋଲି ଅନୁଷ୍ଠାନର ଆଜୀବନ ଅଧ୍ୟକ୍ଷ ଡଃ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର ଜଣାଇଛନ୍ତି ।ଏଠାରେ ଉଲ୍ଲେଖଯୋଗ୍ୟ ଯେ ଏହି ସମ୍ମାନ ବିଗତ ୨୩ ବର୍ଷ ଧରି ସମାଜର ବିଭିନ୍ନ କ୍ଷେତ୍ରରେ ଗୁରୁ ଭାବେ ପ୍ରତିଷ୍ଠା ଲାଭ କରିଥିବା ବ୍ୟକ୍ତିବିଶେଷଙ୍କୁ ସମ୍ବର୍ଦ୍ଧିତ କରାଯାଇଥାଏ । ପୂର୍ବରୁ ପ୍ରଫେସର ଗୌରୀ କୁମାର ବ୍ରହ୍ମା, ସ୍ୱାମୀ ବ୍ରହ୍ମାନନ୍ଦ ସରସ୍ୱତୀ, ସ୍ୱାମୀ ଶିବଚିଦାନନ୍ଦ ମହାରାଜ, ସ୍ୱାମୀ ଜଗନ୍ନାଥାନନ୍ଦ ମହାରାଜ, ବାବା ଅଭିରାମ ସରସ୍ୱତୀ, ପଣ୍ଡିତ ନିରଞ୍ଜନ ବ୍ରହ୍ମା, ପ୍ରଫେସର ବଂଶୀଧର ତ୍ରିପାଠୀ ପ୍ରଖୁମଙ୍କୁ ବିଭିନ୍ନ ବର୍ଷରେ ସମ୍ବର୍ଦ୍ଧିତ କରାଯାଇଛି ବୋଲି ଡଃ ଜ୍ଞାନେନ୍ଦ୍ର କହିଛନ୍ତି । ଆଜିର ବୈଠକରେ ବ୍ରହ୍ମଚାରୀ ଆନନ୍ଦ ଚୈତନ୍ୟ, ପ୍ରଫେସର ଡଃ ବୁଦ୍ଧଦେବ ମିଶ୍ର ଓ ଶିକ୍ଷାବିତ୍ ଡଃ ବଦ୍ରୀନାଥ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ