୨୦୨୪ ମସିହାରେ ହିଞ୍ଜିଳି ଥାନାରେ ୧୦୭୨ ମାମଲା ରୁଜୁ
ହିଞ୍ଜିଳିକାଟୁ,(ଶେଷଦେବ ସାହୁ): ଗଞ୍ଜାମ ଜିଲ୍ଲା ହିଞ୍ଜିଳି ପୁଲିସ ପ୍ରଶାସନ ପକ୍ଷରୁ ଅପରାଧ ଓ ଅପରାଧୀଙ୍କ ଉପରେ ପୁଲିସ ସ୍ୱତନ୍ତ୍ର ନଜର ରଖିଛି । ହେଲେ ଗତ ବର୍ଷ ଅପେକ୍ଷା ଚଳିତ ବର୍ଷରେ ହିଞ୍ଜିଳି ଥାନାରେ ଅଧିକ ମାମଲା ରୁଜୁ ହୋଇଥିବା ସୂଚନା ମିଳିଛି । ୨୦୨୪ ମସିହାରେ ଶେଷ ସୁଦ୍ଧା ସର୍ବମୋଟ ୧୦୭୨ଟି ମାମଲା ରୁଜୁ ହୋଇଥିବା ଥାନା ଆଇଆଇସି ଶ୍ରୀନିବାସ ସେଠିଙ୍କ ସୁତ୍ରରୁ ସୂଚନା ମିଳିଛି । ଏହି ମାମଲା ଗୁଡିକ ମଧ୍ୟରେ ୨ଟି ହତ୍ୟା, ଗୋଟିଏ ଡକାୟତି, ୪ଟି ବଡ ଧରଣର ଚୋରୀ, ବର୍ଗଲାରୀ (ଘରର କବାଟ ଭାଙ୍ଗିଲୁଟ୍) ୧୨ଟି, ୯୧ଟି ଚୋରୀ, ୭ଟି ଚୋରା ମଦ ବିକ୍ରି, ୪୭ଟି ଦୂର୍ଘଟଣା ଜନିତ, , ୪୧ଟି ଜୁଆ ଆଡ୍ଡା ଚଢାଉ, ୨୮ଟି ଠକେଇ, ୬ଟି ଦୁର୍ଷ୍କମ, ଗୋଟିଏ ଡକାୟତି, ୩ଟି ଦଙ୍ଗା, ଅପମୃତ୍ୟୁ ମାମଲା ୩୭ଟି ରୁଜୁ ହୋଇଥିବା ବେଳେ କଳିଗୋଳ, ଯୌତୁକ ନିର୍ଯ୍ୟାତନା, ଦୁଷ୍କର୍ମ ଉଦ୍ୟମ, ଆଶାଳୀନ ଇଙ୍ଗିତ ଭଳି ୭୩୭ଟି ଅନ୍ୟାନ ମିସଲେନ୍ସ ମାମଲା ରୁଜୁ ହୋଇଥିବା ଜଣାପଡିଛି । ହତ୍ୟା ଓ ଚୋରୀ ଘଟଣାରେ ପ୍ରାୟତଃ ୯୦% ଅଭିଯୁକ୍ତ ଗିରଫ ହୋଇ ସାରିଥିବା ପୁଲିସ କହିଛି । ୨୦୨୩ ମସିହାରେ ହିଞ୍ଜିଳି ଥାନାରେ ୧୦୧୪ଟି ମାମଲା ରୁଜୁ କରାଯାଇଥିବା ବେଳେ ଚଳିତ ବର୍ଷ ମାମଲା ସଂଖ୍ୟା କିଛିଟା ବୃଦ୍ଧି ପାଇ ୧୦୭୨ଟି ମାମଲା ରୁଜୁ ହୋଇଥିବା ହିଞ୍ଜିଳି ଥାନା ଆଇଆଇସି ଶ୍ରୀନିବାସ ସେଠିଙ୍କ ସୂତ୍ରରୁ ପ୍ରକାଶ।