୨୦୨୪ ସାଧାରଣ ନିର୍ବାଚନରେ ଫାଶିବାଦୀ ବିଜେପିକୁ ପରାସ୍ତ କରିବୁ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ନିର୍ବାଚନରେ ଫାଶିବାଦୀ ବି.ଜେ.ପି ଓ ତାର ସମସ୍ତ ସହଯୋଗୀଙ୍କୁ ପରାସ୍ତ କରିବା ଦେଶ ଓ ଜନତାଙ୍କ ପାଇଁ ଅତ୍ୟନ୍ତ ଜରୁରୀ । ଆସନ୍ତା ନିର୍ବାଚନ ଗଣତନ୍ତ୍ର ବନାମ ଫାଶିବାଦ ମଧ୍ୟରେ ନିର୍ଣ୍ଣାୟକ ଲଢେଇ ହେବ । ସି.ପି.ଆଇ(ଏମ୍‌-ଏଲ) ଲିବରେସନ ସାରା ଦେଶରେ ଇଣ୍ଡିଆ ମେଣ୍ଟର ସହଯୋଗୀ ଦଳମାନଙ୍କ ସହ ମିଶି ଏ ଦିଗରେ ସମସ୍ତ କାର୍ଯ୍ୟ କରିଚାଲିଛି । ଇଡ଼ି, ସି.ବି.ଆଇ, ଆଇ.ଟି ଭଳି ସାମ୍ବିଧାନିକ ସଂସ୍ଥାମାନଙ୍କୁ ଦଳୀୟ ସ୍ୱାର୍ଥରେ ବ୍ୟବହାର କରି ମୋଦିଜୀ ବିରୋଧୀ ଦଳର ନେତୃବୃନ୍ଦଙ୍କୁ ଜେଲ୍ ପଠାଇବା, ମୁଖ୍ୟ ବିରୋଧୀ ଦଳ କଂଗ୍ରେସର ବ୍ୟାଙ୍କ ଆକାଉଣ୍ଟକୁ ଜବତ କରିବା, ଗୋଦି ମିଡ଼ିଆ ମାଧ୍ୟମରେ ନିଜ ସପକ୍ଷରେ ଡାହା ମିଛ ପ୍ରଚାର କରି ଦେଶବାସୀଙ୍କ ଉପରେ ମନୋବୈଜ୍ଞାନିକ ଚାପ ସୃଷ୍ଟି କରିଚାଲିଛି । ନିଜର ୧୦ ବର୍ଷର ଶାସନ କାଳରେ କେବଳ କର୍ପୋରେଟ ଲୁଟ୍‌, ସାମ୍ପ୍ରଦାୟିକ, ଉଗ୍ରଜାତୀୟତାବାଦୀ ତଥା ମିଥ୍ୟା ଓ ଘୃଣାର ପ୍ରଚାର କରିଚାଲିଛନ୍ତି । ନିର୍ବାଚନ ବଣ୍ଡ ବର୍ତ୍ତମାନ ସମୟର ସବୁଠାରୁ ଭୟଙ୍କର ଦୁର୍ନୀତି ଛଡ଼ା ଅନ୍ୟ କିଛି ନୁହେଁ । ମାନ୍ୟବର ସୁପ୍ରିମକୋର୍ଟ ଏହାକୁ ଅସାମ୍ବିଧାନିକ ଘୋଷଣା କରି ଏହାର ସମସ୍ତ ତଥ୍ୟ ଜନଗଣଙ୍କ ଆଗରେ ରଖିବା ଏକ ଐତିହାସିକ ପଦକ୍ଷେପ । ଏହି ପରିପ୍ରେକ୍ଷୀରେ ସି.ପି.ଆଇ (ଏମ୍‌-ଏଲ୍‌) ଲିବରେସନ ପାର୍ଟି ଓଡ଼ିଶାରେ ଗୋଟିଏ ପାର୍ଲାମେଣ୍ଟ ସିଟ୍ ଓ ୫ଟି ବିଧାନସଭା ସିଟ୍‌ରେ ପ୍ରତିଦ୍ୱନ୍ଦିତା କରିବାକୁ ନିଷ୍ପତ୍ତି ନେଇଛି । କଂଗ୍ରେସ ଦଳ ଓ ଅନ୍ୟ ଇଣ୍ଡିଆ ମେଣ୍ଟର ସହଯୋଗୀ ଦଳ ମାନଙ୍କ ସହ ବିଚାର ବିମର୍ଷ ଜାରି ରଖିଛି । ପାର୍ଟିର ବିଶ୍ୱାସ କଂଗ୍ରେସ ଦଳ ଇଣ୍ଡିଆ ମେଣ୍ଟର ସମସ୍ତ ସହଯୋଗୀ ଦଳମାନଙ୍କୁ ସଙ୍ଗରେ ନେଇ ଫାଶିବାଦୀ ମାନଙ୍କୁ ପରାସ୍ତ କରିବାର ସମସ୍ତ ପଦକ୍ଷେପ ନେବେ । ପାର୍ଟିର ରାଜ୍ୟ କମିଟି ଆସନ୍ତା ଏପ୍ରିଲ ୧୫ ତାରିଖରେ ବସିବ ଓ ୧୬ ତାରିଖରେ ରାଜ୍ୟ ଦପ୍ତର ନାଗଭୂଷଣ ଭବନରେ ସାମ୍ବାଦିକ ସମ୍ମିଳନୀ ଡାକି ନିର୍ବାଚନ ସମ୍ପର୍କରେ ନେଇଥିବା ନିଷ୍ପତ୍ତି ଘୋଷଣା କରିବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ