୨୦୨୪ ସୁଦ୍ଧା ଭାରତରେ କ୍ୟାଡେଟ୍‌ଙ୍କ ମଧ୍ୟରେ ୪୫% ମହିଳା

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ବିଶସ୍ତରୀୟ ଲଜିଷ୍ଟିକ୍ସ କମ୍ପାନି ମେର୍ସକ ପକ୍ଷରୁ ଘୋଷଣା କରାଯାଇଛି ଯେ ଭାରତରେ ଏହାର “ଇକ୍ୱାଲ୍ ଆଟ ସି” ଅଭିଯାନ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଂଟ ହାସଲ କରିଛି । ୨୦୨୪ରେ କମ୍ପାନି ଯୋଡ଼ିଥିବା ନୌଟିକାଲ ଓ ଇଞ୍ଜିନିୟରିଂ କ୍ୟାଡେଟ୍ ମଧ୍ୟରୁ ୪୫ ପ୍ରତିଶତ ହେଉଛନ୍ତି ମହିଳା । ୨୦୨୭ ସୁଦ୍ଧା କ୍ୟାଡେଟ୍ ଯୋଡ଼ିବାରେ ଲିଙ୍ଗଗତ ସମାନତା ହାସଲ କରିବାର ନିକଟତର ହୋଇଛି କମ୍ପାନି ।କମ୍ପାନି ଲିଙ୍ଗଗତ ସମାନତାକୁ ନେଇ ଏକ ସାମଗ୍ରିକ ଦୃଷ୍ଟିକୋଣ ଆପଣେଇବାର ତିନି ବର୍ଷ ମଧ୍ୟରେ ଭାରତରେ ମେର୍ସକର ମହିଳା କ୍ୟାଡେଟ୍‌ଙ୍କ ସଂଖ୍ୟା ୪୧ରୁ ବୃଦ୍ଧି ପାଇ ୩୫୦ରେ ପହଂଚିଛି । ୨୦୨୨ରେ ଶୁଭାରମ୍ଭ ହୋଇଥିବା “ଇକ୍ୱାଲ ଆଟ ସି” ଅଭିଯାନ ଏହାର ତୃତୀୟ ବର୍ଷରେ ପ୍ରବେଶ କରିଛି । ଏହି ଅଭିଯାନର ଉଦ୍ଦେଶ୍ୟ ହେଉଛି ଲିଙ୍ଗଗତ ସମାନତା ହାସଲ କରି ଭାରତୀୟ ସାମୁଦ୍ରିକ କ୍ଷେତ୍ରରେ ରହିଥିବା ଅସମାନତାକୁ ଦୂର କରିବା । ଏହି କାର୍ଯ୍ୟକ୍ରମରେ ବିଭିନ୍ନ ପ୍ରକାର ଅଂଶୀଦାରଙ୍କୁ ଗୋଟିଏ ପ୍ଲାଟଫର୍ମରେ ଯୋଡ଼ାଯାଇଥିବା ବେଳେ ଭାବ ବିନିମୟ, ଶିଳ୍ପର ଆହ୍ୱାନକୁ ବୁଝିବା, ପରସ୍ପରଠାରୁ ଶିଖିବା ଏବଂ ଶ୍ରେଷ୍ଠ ଅଭ୍ୟାସକୁ କାର୍ଯ୍ୟକାରୀ କରିବା ଲାଗି ଏହା ଏକ୍ ହବ୍ ଭାବେ କାର୍ଯ୍ୟ କରୁଛି ।ଭାରତରେ ଡେନମାର୍କର ରାଷ୍ଟ୍ରଦୂତ ତାଙ୍କ ମାନ୍ୟବର ଫ୍ରେଡି ସଭାନ୍ କହିଛନ୍ତି, “ସମୁଦ୍ରରେ କୌଣସି ଲିଙ୍ଗଗତ ବିଭେଦ ନଥାଏ । ସାମୁଦ୍ରିକ ଉଦ୍ୟୋଗର ବିବିଧତାକୁ ପାଥୟ କରି ମାର୍ସକ କେବଳ ସମାନତା ଆଡକୁ ଗତି କରୁନାହାଁନ୍ତି ବରଂ ଜାହାଜ ଉଦ୍ୟୋଗରେ ନୂତନତ୍ୱ ଆଡ଼କୁ ମଧ୍ୟ ଗତି କରୁଛି । ଡେନମାର୍କ ଏବଂ ଉପଦ୍ୱୀପ ଭାବେ ଭାରତ ଏହି ପରିବର୍ତ୍ତନର ଲହରୀକୁ ଆଗେଇ ନେବାକୁ ହେବ ।” ସେ ଆହୁରି ମଧ୍ୟ କହିଛନ୍ତି, “ସାମୁଦ୍ରିକ ଉଦ୍ୟୋଗରେ ମହିଳାମାନଙ୍କ ପାଇଁ ଅଧିକ ସୁଯୋଗ ସୃଷ୍ଟି କରିବା ପାଇଁ ଏହି ଶିଳ୍ପବ୍ୟାପୀ ପ୍ରୟାସ ନିଶ୍ଚିତ ଭାବରେ ଆମର ବିଶ୍ୱ ଜାହାଜ ପରିବହନ ସମୁଦାୟକୁ ସୁଦୃଢ଼ କରିବ ଏବଂ ଆଗାମୀ ବର୍ଷମାନଙ୍କରେ ପ୍ରଗତିକୁ ତ୍ୱରାନ୍ୱିତ କରିବ ।”ମେର୍ସକର ମେରାଇନ ପିପୁଲ୍‌ର ଏସିଆ ମୁଖ୍ୟ କରଣ କୋଚ୍ଚର କହିଛନ୍ତି ଯେ, “ଆମର ନିରନ୍ତର ପ୍ରୟାସ ଏବଂ ଶିଳ୍ପର ବିପୁଳ ସମର୍ଥନ ମହିଳାମାନଙ୍କ ପାଇଁ ସାମୁଦ୍ରିକ ଉଦ୍ୟୋଗରେରେ ଏକ ସମାନ ପରିବେଶ ସୃଷ୍ଟି କରିବାର ଭବିଷ୍ୟତକୁ ଅନୁଭବ କରିବା ଆରମ୍ଭ କରିଛି । ଆମର ଏହି ପଦକ୍ଷେପ ମାଧ୍ୟମରେ ଆମେ ସଫଳତାର ସହ ଭାରତର ଅଧିକରୁ ଅଧିକ ମହିଳାଙ୍କୁ କ୍ୟାରିୟର ଭାବେ ବାଛିବା ପାଇଁ ପ୍ରେରଣା ଦେଇଛୁ । ୪୫% ଲକ୍ଷ୍ୟରେ ପହଂଚିବା ମାର୍ସକ ଏବଂ ସମଗ୍ର ଶିଳ୍ପରେ ଏକ ଭଲ ଦଳଗତ ପ୍ରୟାସ ଥିଲା । ବର୍ତମାନ ସମୟ ଆସିଛି ଯେ ଏହି ଗତିକୁ ବଜାୟ ରଖିବା ଏବଂ ନିଯୁକ୍ତି ପାଇଥିବା ମହିଳାମାନଙ୍କୁ ମଧ୍ୟ ଯେପରି ନୌସେନାରେ ବଜାୟ ରଖାଯିବ ସେଥିପାଇଁ ପ୍ରୟାସ କରିବାର ।”

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ