୨୦୩୬ ଯାଏ ରାଷ୍ଟ୍ରପତି ରହିବାକୁ ପୁଟିନଙ୍କ ଯୋଜନା

ମସ୍କୋ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ ୨୦୩୬ ପର୍ଯ୍ୟନ୍ତ ରାଷ୍ଟ୍ରପତି ପଦରେ ରହିବା ପାଇଁ ମାଷ୍ଟର ପ୍ଲାନ୍‌ କରିଛନ୍ତି। ତାଙ୍କର କାର୍ଯ୍ୟକାଳ ବୃଦ୍ଧି ଲାଗି ସମ୍ବିଧାନ ସଂଶୋଧନର ଆବଶ୍ୟକତା ରହିଛି। ସରକାରଙ୍କ ଏହି ପ୍ରସ୍ତାବ ଉପରେ ଦେଶବ୍ୟାପୀ ଜନସାଧାରଣ ଜୁନ୍‌ ୨୫ରୁ ଜୁଲାଇ ୧ ମଧ୍ୟରେ ମତଦାନ କରିବେ। ମତଦାତା ଏହି ପ୍ରସ୍ତାବ ସପକ୍ଷରେ ଭୋଟ ଦେଇ ଏହାକୁ ମଞ୍ଜୁର କଲେ ପୁଟିନ ୨୦୩୬ ପର୍ଯ୍ୟନ୍ତ କ୍ଷମତାରେ ରହିପାରିବେ ବୋଲି ଏକ ସାକ୍ଷାତ୍‌କାରରେ ସୂଚନା ଦେଇଛନ୍ତି। ବର୍ତ୍ତମାନ ସମ୍ବିଧାନ ଅନୁସାରେ ୨୦୨୪ ପର୍ଯ୍ୟନ୍ତ ପୁଟିନ୍‌ କ୍ଷମତାରେ ଅଛନ୍ତି। ତେବେ ତାଙ୍କର ଏହି ନୂତନ ପ୍ରସ୍ତାବକୁ ମଞ୍ଜୁରୀ ମିଳିଲେ ପୁଟିନ ଆଉ ୨ଟି କାର୍ଯ୍ୟକାଳ ପୁଣି ଶାସନ କରିବେ। ପ୍ରତିଟି କାର୍ଯ୍ୟକାଳର ସମୟ ସୀମା ୬ ବର୍ଷ ରହିବ। ଏହି ପ୍ରସ୍ତାବକୁ ସଂସଦ ଏବଂ ସାମ୍ବଧାନିକ ନ୍ୟାୟାଳୟର ସ୍ବୀକୃତି ମିଳିସାରିଛି। ଏହା ଉପରେ ଏବେ ଜନସାଧାରଣଙ୍କର ମତର ଆବଶ୍ୟକତା ରହିଛି। ଏହି ମତଦାନ ମେ ୨୨ରୁ ଆରମ୍ଭ ହେବାର ଥିଲା। କୋରୋନା ମହାମାରୀକୁ ଦୃଷ୍ଟିରେ ରଖି ଏହାକୁ ଘୁଞ୍ଚାଇ ଦିଆଯାଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ