୨୦୫୦ ସୁଦ୍ଧା ସମୁଦ୍ର ଗର୍ଭରେ ନିଶ୍ଚିହ୍ନ ହୋଇଯିବ ଓଡ଼ିଶା ଉପକୂଳ

୨୦୫୦ ସୁଦ୍ଧା ସମୁଦ୍ର ଗର୍ଭରେ ନିଶ୍ଚିହ୍ନ ହୋଇଯିବ ଉପକୂଳ ଓଡ଼ିଶା । ଆନ୍ତର୍ଜାତିକ ପତ୍ରିକା ନେଚର କମ୍ୟୁନିକେସନରେ ପ୍ରକାଶିତ ଏଭଳି କିଛି ରିପୋର୍ଟକୁ ନେଇ ଏବେ ବଢ଼ିଛି ଚିନ୍ତା । ରିପୋର୍ଟ କହୁଛି ଦିନକୁ ଦିନ ସମୁଦ୍ରର ଜଳସ୍ତର ଯେଉଁଭଳି ଭାବେ ବୃଦ୍ଧିପାଉଛି, ତାହା ଆଗାମୀ ଦିନରେ ସମଗ୍ର ବିଶ୍ୱ ପାଇଁ ଭୟାନକ ପରିସ୍ଥିତି ସୃଷ୍ଟି କରିବ । ସମୁଦ୍ର ଉପକୂଳରେ ଥିବା ବିଶ୍ୱର ଅନେକ ପ୍ରମୁଖ ସହର ବୁଡ଼ିଯିବ । ଏମିତିରେ ଓଡ଼ିଶାର ପୁରୀ, ଗୋପାଳପୁରରେ ସମୁଦ୍ର ଯେଉଁଭଳି ଭାବେ କୂଳ ଲଙ୍ଘୁଛି ତାହା ସତର୍କଘଣ୍ଟି ବୋଲି ଧରିବାକୁ ହେବ ।ବାଇଶି ପାହାଚେ ମୀନ ଖେଳିବ । ଅଚ୍ୟୁତ ବଚନ ଆନ ନୋହିବ । ମହାପୁରୁଷ ଅଚ୍ୟୁତାନନ୍ଦଙ୍କ ମାଳିକାରେ ଏମିତି କିଛି ଲେଖାକୁ ନେଇ ଅନେକ ତର୍କବିତର୍କ ହୋଇଥାଇପାରେ । ଏହାକୁ ଅନେକ ମଧ୍ୟ ଗୁରୁତ୍ୱ ଦେଇ ନଥାଇପାରନ୍ତି, ହେଲେ ନିକଟରେ ଆନ୍ତର୍ଜାତିକ ପତ୍ରିକା ନେଚର କମ୍ୟୁନିକେସନରେ ପ୍ରକାଶିତ ରିପୋର୍ଟ ପୁଣି ଥରେ ଚିନ୍ତା କରିବାର ଅବସର ଆଣିଛି । ଦିନକୁ ଦିନ ସମୁଦ୍ରର ଜଳସ୍ତର ଯେଉଁଭଳି ଭାବେ ବୃଦ୍ଧିପାଉଛି, ତାହା ଆଗାମୀ ଦିନରେ ସମଗ୍ର ବିଶ୍ୱ ପାଇଁ ଭୟାନକ ପରିସ୍ଥିତି ସୃଷ୍ଟି କରିବ । ରିପୋର୍ଟ କହୁଛି ୨୦୫୦ ସୁଦ୍ଧା ସମୁଦ୍ର ଗର୍ଭରେ ନିଶ୍ଚିହ୍ନ ହୋଇଯିବ ଉପକୂଳରେ ଥିବା ବିଶ୍ୱର ଅନେକ ପ୍ରମୁଖ ସହର । ଏମିତିରେ ଓଡ଼ିଶାର ଉପକୂଳ ଅଞ୍ଚଳ ପ୍ରତି ମଧ୍ୟ ବିପଦ ସୃଷ୍ଟି ହୋଇଛି । ଓଡ଼ିଶାର ପୁରୀ, ଗୋପାଳପୁରରେ ସମୁଦ୍ର ଯେଉଁଭଳି ଭାବେ କୂଳ ଲଙ୍ଘୁଛି ତାହା ସତର୍କଘଣ୍ଟି ବୋଲି କୁହାଯାଇପାରେ । ସମୁଦ୍ର ଉପକୂଳରେ ଥିବା ଗୋପାଳପୁର, ଗଞ୍ଜାମ, ଚିଲିକା ପାର୍ଶ୍ୱବର୍ତ୍ତୀ ଅଞ୍ଚଳ, କୋଣାର୍କର ଉତ୍ତରରେ ଥିବା ନୂଆଗାଁ, ଅସ୍ତରଙ୍ଗ ବୁଡ଼ିଯିବ ସମୁଦ୍ର ଗର୍ଭରେ । ଏହାରି ଭିତରେ ଭୁଷଣ୍ଡପୁର, ବ୍ରହ୍ମଗିରି, ସାତପଡ଼ା, ରମ୍ଭା, ବରକୂଳ, ବାଲୁଖଣ୍ଡ ସବୁ ଚାଲିଯିବ । ଏଥିସହ କେନ୍ଦ୍ରାପଡ଼ା ଜିଲ୍ଲାର ଉପକୂଳବର୍ତ୍ତୀ ଅଞ୍ଚଳକୁ ପୋଛିନେବ ସମୁଦ୍ରର ଭୟଙ୍କର ଢେଉ । ମାର୍ଶାଘାଇ, ପଟ୍ଟାମୁଣ୍ଡାଇ ଯାଏଁ ମାଡ଼ି ଆସିବ ସମୁଦ୍ର ପାଣି । ରତନପୁରରୁ ଭଦ୍ରକ ଉପକୂଳ ପର୍ଯ୍ୟନ୍ତ ଏକ ବିରାଟ ଉପକୂଳ ଅଞ୍ଚଳ ବୁଡ଼ିଯିବାର ସମ୍ଭାବନା ସୃଷ୍ଟି ହୋଇଛି । ସେହିଭଳି ବାଲେଶ୍ୱର ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟୀ, ବାଲିଆପାଳ, ଦୀଘା ପର୍ଯ୍ୟନ୍ତ ସବୁକିଛି ସମୁଦ୍ର ଗର୍ଭରେ ଲୀନ ହୋଇଯିବ ବୋଲି ଆଶଙ୍କା କରାଯାଉଛି । ବିଗତ ଦୁଇ ଦଶନ୍ଧି ଭିତରେ ପୁରୀ ସମେତ ଉପକୂଳ ଓଡ଼ିଶାରେ ବେଳାଭୂମି କମିବାରେ ଲାଗିଛି । ଅର୍ଥାତ୍ ଆଗକୁ ଆଗକୁ ମାଡ଼ିଚାଲିଛି ସମୁଦ୍ର । ଯାହା ଏଭଳି ଗୋଟେ ଆଶଙ୍କାକୁ ଅଧିକ ବଳ ଦେଉଛି । ଏହି ଧାରା ଲାଗି ରହିଲେ ଆଗାମୀ ୧୦ ବର୍ଷ ଭିତରେ ଓଡ଼ିଶା ଉପକୂଳ ଅଞ୍ଚଳରେ ଏକ ବଡ଼ ଭାଗକୁ ସମୁଦ୍ର ଯେ ଗିଳି ନଦେବ ତାହାକୁ ଅସ୍ୱୀକାର କରିହେବନାହିଁ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ