୨୦୯ ବର୍ଷ ପୁରୁଣା କବରସ୍ତାନରେ ହେବ ରେଳଷ୍ଟେଶନ: ବାହାର କରାଯିବ ୬ହଜାର ୫ଶହ ମଣିଷ କଙ୍କାଳ
ବର୍ମିଂହାମ୍ : ବ୍ରିଟେନରେ ଏକ ୨୦୯ ବର୍ଷ ପୁରୁଣା କବରସ୍ତାନରେ ରେଳଷ୍ଟେଶନ କରାଯିବା ଳାଗି ଯୋଜନା ହୋଇଛି । ଏଠାରେ ଏଚଏସଟୁ ରେଳଷ୍ଟେଶନ ର୍ନିମାଣ କରାଯିବ । ଏଥିପାଇଁ ଏହି କବରସ୍ତାନରୁ ୬ ହଜାର ୫ ଶହ ମଣିଷ କଙ୍କାଳ ବାହାର କରାଯିବ ବୋଲି ସ୍ଥାନୀୟ ପ୍ରଶାସନ କହିଛି । ୧୮୧୦ରେ ଏହି କବରସ୍ତାନ ର୍ନିମିତ ହୋଇଥିଲା । ତେବେ ଗତ ୪୬ ବର୍ଷ ଧରି ଏଠାରେ କାହାକୁ କବର ଦିଆଯାଇନାହିଁ । ପ୍ରତ୍ନତତ୍ତ୍ୱ ବିଭାଗ ପକ୍ଷରୁ ଏଠାରେ ୧୨ ମାସ ହେଲା ଖୋଦନ କରାଯାଇ ରେଳଷ୍ଟେଶନ ଲାଗି ଏହା ଉପଯୋଗୀକି ନାହିଁ ତାହା ପରୀକ୍ଷା କରାଯାଇଥିଲା ।


