୨୦ ଏକରରୁ ଅଧିକ ଗଞ୍ଜେଇ ଗଛ ପୋଡ଼ି ନଷ୍ଟ କଲା ପାଟପୁର ପୋଲିସ ଅବକାରୀ ବିଭାଗ ନୀରବ ଦ୍ରଷ୍ଟା
ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ):ପାଟପୁର ଥାନାର ଅନ୍ତର୍ଗତ ପାହାଡ଼ିଆ ଦୁର୍ଗମ ଅଞ୍ଚଳ ଆଦିବାସୀ ଗଜପତି ଓ ଗଞ୍ଜାମ ସୀମାନ୍ତ ଗୋବିନ୍ଦପୁର ଅଞ୍ଚଳରେ ଗଞ୍ଜେଇ ଚାଷ ର ହବ ପାଲଟିଛି। ରାଜ୍ୟ ବାହାର କୁ ଚାଲାଣ ହେଉନଥିବା ବେଳେ ଗଞ୍ଜେଇ ମାଫିଆ ମାନେ ଆସି ଏଠାରୁ ଲକ୍ଷ ଲକ୍ଷ ଟଙ୍କାର ଗଞ୍ଜେଇ ନେଇ ଯାଉଥିବା ବେଳେ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଆଜି ବେଆଇନ ଗଞ୍ଜେଇ ଚାଷକୁ ଆସ୍କା ଏସଡିପିଓ ଉମାଶଙ୍କର ସିଂ ଙ୍କ ତତ୍ୱାବଧାନରେ ପାଟପୁର ଥାନା ଅଧିକାରୀ ସବ୍ୟସଚ୍ଚି ମଲ୍ଲ, ଶେରଗଡ଼ ଥାନା ଅଧିକାରୀ ମନୋଜ କୁମାର ପ୍ରଧାନ, ସୋରଡ଼ା ଥାନା ଅଧିକାରୀ ରମେଶ କୁମାର ପ୍ରଧାନ, ଧାରାକୋଟ ଥାନା ଅଧିକାରୀ ଶ୍ରୀମତୀ ମମତା ସାମନ୍ତରାୟ ଓ ସାନଖେମୁଣ୍ଡି ତହସିଲଦାର ଡ଼ଃ ଶ୍ରୀନିବାସ ବେହେରାଙ୍କ ସମେତ ପୋଲିସ କର୍ମଚାରୀ ମିଳିତ ଭାବେ ଅଚାନକ ପୋଡାମାରି ଓ ତପ୍ତପାଣି ଅଞ୍ଚଳର ବତାଗଡ଼, ସୁବର୍ଣ୍ଣଗଡ଼, ସୀତାପଲ୍ଲୀ, ଶାବରପଲ୍ଲୀ ଓ ଦାମପୁର ଅଞ୍ଚଳର ଘଞ୍ଚ ଜଙ୍ଗଲ ପାହାଡ଼ ଘେରା ଇଲାକାରେ ହୋଇଥିବା ବେଆଇନ ଗଞ୍ଜେଇ ଚାଷକୁ ନଷ୍ଟ କରିଥିବା ଦେଖିବାକୁ ମିଳିଛି । ମିଳିତ ଚଡାଉ କରି ପ୍ରାୟ ୨୦ ଏକରରୁ ଅଧିକ ଲାଗିଥିବା ଗଞ୍ଜେଇ ଗଛ ନଷ୍ଟ କରିଥିବା ବେଳେ ଏହାର ଆନୁମାନିକ ମୂଲ୍ୟ କୋଟିଏ ଟଙ୍କା ରୁ ଉର୍ଦ୍ଧ ହେବ ବୋଲି ଜଣାପଡିଛି । ପ୍ରତି ବର୍ଷ ଏପରି ଚଡାଉ କରି କୋଟି କୋଟି ଟଙ୍କାର ବେ-ଆଇନ ଗଞ୍ଜେଇ ଚାଷ ନଷ୍ଟ କରୁଥିଲେ ସୁଦ୍ଧା ସ୍ଥାନୀୟ ଅଞ୍ଚଳରେ ବାସ ବାସକରୁଥିବା ଲୋକେ ଏହି ଗଞ୍ଜେଇ ଚାଷରୁ ମୁହଁ ଫେରାଇ ନେଉନଥିବା ଦେଖିବାକୁ ମିଳୁଛି। ଅବକାରୀ ବିଭାଗ ନୀରବ ଦ୍ରଷ୍ଟା ସାଜିଥିବା ଅଭିଯୋଗ ହୋଇଛି।


