୨୦ ଏକର ଗଞ୍ଜେଇ ଚାଷ ଗଛ ପୋଡିଲା ପୋଲିସ

ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ):ଅବୈଧ ଗଞ୍ଜେଇ କାରବାରକୁ ସଂପୂର୍ଣ୍ଣ ଭାବେ ରୋକିବା ପାଇଁ ଗଞ୍ଜାମ ଆରକ୍ଷୀ ଅଧିକ୍ଷଜଙ୍କ ନିର୍ଦ୍ଧେଶ କ୍ରମେ ଆସିକା ଉପଖଣ୍ଡ ପୋଲିସ ଅଧିକାରୀ ଉମା ଶଙ୍କର ସିଂହଙ୍କ ତତ୍ତ୍ଵାବଧାନରେ ଆଜି ପାଟପୁର ଥାନା ଅଧିକାରୀ ସୋରଡ଼ା , ଶେରଗଡ଼ ଏବଂ କୋଟିନଡ଼ା ଥାନା ଅଧିକାରୀଙ୍କ ସହ ଦୁଇ ପ୍ଲାଟୁନ ପୋଲିସ୍ ବଳ ନେଇ ପାଟପୁର ଥାନା ଅନ୍ତର୍ଗତ ସାତପେଣ୍ଠ ଗୋପାଳପୁର ପଞ୍ଚାୟତର ବାଇଲ ଖୋଲିଆ ନିକଟ ପାହାଡ଼ ଘଞ୍ଚ ଜଙ୍ଗଲ ଘେରା ଜାଗାରେ ୨୦ ଏକର ଜଙ୍ଗଲ ଜମି ରେ ଗଞ୍ଜେଇ ଫସଲକୁ ମିଳିତ ପୋଲିସ ବାହିନୀ କାଟି ପଦା କରିବା ସହ ଏକତ୍ର ପୋଡ଼ି ନଷ୍ଟ କରିଥିବା ଜଣାପଡ଼ିଛି। ଆନୁମାନିକ ୨ ଲକ୍ଷରୁ ଅଧିକ ଉର୍ଦ୍ଧ ଗଞ୍ଜେଇ ଗଛର ବଜାରମୂଲ୍ୟ ଦୁଇ କୋଟି ଟଙ୍କାର ହେବା ନେଇ ଆକଳନ କରାଯାଇଥିବା ପୋଲିସ ସୂତ୍ରରୁ ସୂଚନା ମିଳିଛି । ପାଟପୁର ପୋଲିସ ଥାନା ଅଧିକାରୀଙ୍କ ସଂଯୋଜନା ରେ ମାଜିଷ୍ଟ୍ରେଟ ଦାୟିତ୍ୱରେ ରହିଥିବା ସାନଖେମୁଣ୍ଡି ଅତିରିକ୍ତ ତହସିଲଦାର ଦିଲୀପ ଜେନାଙ୍କ ଉପସ୍ଥିତିରେ ଗଞ୍ଜେଇ ଚାଷ ପାହାଡି ଜମିରେ କଟାଯାଇ ସେଗୁଡିକୁ ନିଆଁ ଲଗାଇ ନଷ୍ଟ କରାଯାଇଥିଲା । ଆଜି ପୋଲିସ ପକ୍ଷରୁ କରାଯାଇଥିବା ଏହି ଗଞ୍ଜେଇ କଟା ଅଭିଯାନରେ ଶେରଗଡ଼ ଆଇ ଆଇ ସି ନରେନ୍ଦ୍ର ଶିଆଳ, ସୋରଡ଼ା ଥାନାଧିକାରୀ ଅନିଲ କୁମାର ପରିଡ଼ା , କୋଟିନଡା ଥାନା ଅଧିକାରୀ କୃଷ୍ଣ ସାହୁଙ୍କ ସହ ବହୁ ପୋଲିସ ଅଧିକାରୀ ଅଂଶଗ୍ରହଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ