୨୦ ତାରିଖ ନବରଙ୍ଗପୁର ଜିଲ୍ଲା ବନ୍ଦ ଡାକରା କୁ ସମର୍ଥନ ନାହିଁ ଜିଲ୍ଲା କଂଗ୍ରେସ
ନବରଙ୍ଗପୁର,(ୱାଇଏନଏସ) : ଆସନ୍ତା ୨୦ ତାରିଖରେ ନବରଙ୍ଗପୁର ଜିଲ୍ଲା ବନ୍ଦ ଡାକରାକୁ ନେଇ ଜିଲ୍ଲା କଂଗ୍ରେସରେ ଫାଟ ଦେଖାଦେଇଛି। ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟସେବାକୁ ନେଇ ବିଜେଡି, କଂଗ୍ରେସ ଏବଂ ଅନ୍ୟ ବିରୋଧୀ ଦଳଗୁଡିକ ଓ ବିଭିନ୍ନ ସଙ୍ଘଠନ ପକ୍ଷରୁ ଗତ ୪ ତାରିଖ ଦିନ ସାମ୍ବାଦିକ ସମ୍ମିଳନୀ କରି ୨୦ ତାରିଖରେ ଜିଲ୍ଲା ବନ୍ଦ ଡାକରା ଦିଆଯାଇଥିଲା । ତେବେ ଆଜି କଂଗ୍ରେସ ଜିଲ୍ଲା ସଭାପତି ଭୁଜବଳ ମାଝୀ କଂଗ୍ରେସ ଅଫିସ ରେ ସାମ୍ବାଦିକ ସମ୍ମିଳନୀ କରି ଏହି ବନ୍ଦ କୁ କଂଗ୍ରେସ ର ସମର୍ଥନ ନଥିବା କହିଛନ୍ତି । ତେବେ ସେଦିନ କଂଗ୍ରେସ ପୂର୍ବତନ ଜିଲ୍ଲା ସଭାପତି ମୁନା ତ୍ରିପାଠୀ , ଅଖିଳ ଭତରା , ଅବଦୁଲ ଫିରୋଜ ଏବଂ ଅନ୍ୟ କଂଗ୍ରେସ କର୍ମୀ ସେଠାରେ ଯୋଗଦେଇଥିଲେ ଯାହା ତାଙ୍କର ବ୍ୟକ୍ତିଗତ ଉପସ୍ଥିତି ହୋଇଥାଇପାରେ କଂଗ୍ରେସ ପକ୍ଷରୁ ସେହି ବୈଠକକୁ କାହାକୁ ପଠା ନାହିଁ ବୋଲି କହିଛନ୍ତି ଭୁଜବଳ । କଂଗ୍ରେସ ଜିଲ୍ଲାର ସମସ୍ୟା ଏବଂ ବିକାଶ ପାଇଁ ଏକାକୀ ଲଢ଼ିବ ଏବଂ ଏଥିପାଇଁ କାହାର ସାହାଯ୍ୟ କିମ୍ବା ସମର୍ଥନ ର ଆବଶ୍ୟକତା ନାହିଁ ବୋଲି ରୋକଠୋକ ଭାବେ କହିଛନ୍ତି। ଜିଲ୍ଲା କଂଗ୍ରେସ ଏହି ବନ୍ଦ କାର୍ଯ୍ୟକ୍ରମ ରୁ ନିଜକୁ ଦୁରେଇ ରଖିବା ସହ ସମର୍ଥନ କରିବ ନାହିଁ ବୋଲି ଭୁଜବଳ ସୂଚନା ଦେଇଛନ୍ତି । ସେଦିନ ପୂର୍ଵତନ କଂଗ୍ରେସ ସଭାପତି ମୁନା ତ୍ରିପାଠୀ ଜିଲ୍ଲା ବନ୍ଦ କୁ କଂଗ୍ରେସର ସମର୍ଥନ ଥିବା କହିଥିବାବେଳେ ଆଜି ଜିଲ୍ଲା କଂଗ୍ରେସ କାର୍ଯ୍ୟଳୟ ରେ ଜିଲ୍ଲା ସଭାପତି ଭୁଜବଳ ମାଝୀ ସାମ୍ବାଦିକ ସମ୍ମିଳନୀ କରି ଏହି ବନ୍ଦକୁ ସମର୍ଥନ ନଥିବା କହିଛନ୍ତି ଯାହା ଜିଲ୍ଲା କଂଗ୍ରେସର ଅନ୍ତରକନ୍ଦଳକୁ ପଦାରେ ପକାଇଥିବା ଚର୍ଚ୍ଚା ହେଉଛି । ତେବେ ଜିଲ୍ଲାପାଳ ଙ୍କ ଅଫିସ ଆଗରେ ଆନ୍ଦୋଳନରତ ୩୭ ଜଣ ଛଟେଇ ସ୍ୱାସ୍ଥ୍ୟ କର୍ମଚାରୀ ଙ୍କ ପୁନଃ ନିଯୁକ୍ତି ପାଇଁ ଜିଲ୍ଲା କଂଗ୍ରେସର ସମର୍ଥନ ଥିବା କହିଛନ୍ତି ଭୁଜବଳ।ତୁରନ୍ତ ସରକାର ସେମାନଙ୍କୁ ନିଯୁକ୍ତି ଦେବାକୁ ସେ ଦାବି କରିଛନ୍ତି। ଭୁଜବଳ କହିଛନ୍ତି ପିସିସି ସଭାପତି ଭକ୍ତ ଦାସଙ୍କ ନିର୍ଦେଶ ଅନୁଯାୟୀ କଂଗ୍ରେସ ଦଳ ବନ୍ଦକୁ ସମର୍ଥନ କରିବନାହିଁ, କଂଗ୍ରେସ ଜିଲ୍ଲା ଏବଂ ରାଜ୍ୟ ପାଇଁ ଏକାକୀ ଲଢେଇ କରିବ ଏଥିପାଇଁ କାହାର ସହଯୋଗ ଆବଶ୍ୟକତା ନାହିଁ । ଯେଉଁ ବିଜେଡି ସରକାର ଓଡିଶାକୁ ୨୪ ବର୍ଷ ଶାସନ କଲା ତାଙ୍କ ସହ ବିଜେପି ସହଭାଗିତାରେ ପୂର୍ବରୁ ଶାସନ କରିଥିଲା ସେ ସମୟରେ କଣ ଜିଲ୍ଲାର ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟସେବା ସମ୍ପର୍କରେ ଜାଣି ନଥିଲେ କି ବୋଲି ଭୁଜବଳ ପ୍ରଶ୍ନ କରିଛନ୍ତି। ବିଜେପି ବିଜେଡି ଦୁଇଭାଇ ସେମାନଙ୍କ ଶାସନ ସମୟର ଭୁଲ ଭଟକା କୁ ଘଣ୍ଟ ଘୋଡାଇବା ପାଇଁ ଏଭଳି ବନ୍ଦ ଡାକରା ଦିଆଯାଉଛି। ଜିଲ୍ଲାରେ ଡାକ୍ତର ଅଭାବ ଏବଂ ସ୍ୱାସ୍ଥ୍ୟସେବା ବିପର୍ଯ୍ୟୟ ପାଇଁ ପୂର୍ଵ ସରକାର ଦାୟୀ ବୋଲି କହିଥିବା ବେଳେ ବର୍ତ୍ତମାନର ସରକାର ଏଥିପାଇଁ କଣ କରୁଛି ବୋଲି ପ୍ରଶ୍ନ କରିଛନ୍ତି। ନବରଙ୍ଗପୁର ଜିଲ୍ଲାର ଆବଶ୍ୟକତାକୁ ନେଇ କୌଣସି ଦଳ କାମ କରିନାହାନ୍ତି । ବର୍ତମାନ ବିଜେପି ସରକାର ରେ ମହିଳାମାନେ ସୁରକ୍ଷିତ ନାହାଁନ୍ତି ଆଠ ମାସ ଭିତରେ ଅନେକ ଘଟଣା ଘଟିଗଲାଣି ବିଜେପି ନାରୀକୁ ସୁରକ୍ଷା ଦେବାରେ ବିଫଳ ହୋଇଛି ବୋଲି କହିଛି ଜିଲ୍ଲା କଂଗ୍ରେସ। ଅଗାମୀ ଦିନରେ କଂଗ୍ରେସ ଜିଲ୍ଳାର ସ୍ୱାର୍ଥ ପାଇଁ ଏକାକୀ ଲଢ଼ିବ କାହା ସାଙ୍ଗରେ ମିଲିତ କାମ କରିବାର ନାହିଁ ବୋଲି କହିଛନ୍ତି ଭୁଜବଳ । ସେପରି ସର୍ବ ଦଳୀୟ ବୈଠକ ପାଇଁ ଜିଲ୍ଲା କଂଗ୍ରେସ ସଭାପତି ଭାବେ ତାଙ୍କୁ କୌଣସି ନିମନ୍ତ୍ରଣ କରାଯାଇନଥିବା ସେ ସ୍ପଷ୍ଟ କରିଛନ୍ତି । ଆସନ୍ତା ୧୦ ତାରିଖରେ ପିସିସି ର ନିର୍ଦେଶ କ୍ରମେ ଜିଲ୍ଳାପାଳଙ୍କ ଅଫିସ ଘେରାଉ କାର୍ଯ୍ୟକ୍ରମ ରହିଥିବା ଭୁଜବଳ ସୂଚନା ଦେଇଛନ୍ତି । ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଦିଲ୍ଲୀପ କୁମାର ବେହରା, ପ୍ରଦୀପ ସାହୁ, ବୃନ୍ଦା ତ୍ରିପାଠୀ, ଅଖିଳ ଭତରା, ଶିବରମ ରାଜୁ, ତୁଫାନ ଷଡଙ୍ଗୀ,ଶ୍ରୀକାନ୍ତ ମିଶ୍ର,ଗୋପାଳ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ ।