୨୦ ଦିନରେ ୭୬ ହଜାର ୨ ସହ ଟଙ୍କା ଜରିମାନା ଆଦାୟ
ମୋହନା, (ଅଂଶୁମାନ ପଣ୍ଡା) : ରାଜ୍ୟ ସରକାରଙ୍କ ନିର୍ଦ୍ଧେଶ କ୍ରମେ ପୁଲିସ ବିଭାଗ ପକ୍ଷରୁ ପ୍ରତ୍ୟେକ ସ୍ଥାନରେ କୋଭିଡ ନିୟମ ଉଲଂଘନ କରୁଥିବା ବ୍ୟକ୍ତି ସମେତ ମାସ୍କ ନପିନ୍ଧିଥିବା ଅମାନିଆଙ୍କ ଠାରୁ ଜରିମାନା ଆଦାୟ କରି ମାସ୍କ ବ୍ୟବହାର କରିବା ପାଇଁ କୁହାଯିବ ସହ ପୁଲିସ ପକ୍ଷରୁ କଡା ପେଟ୍ରୋଲି ଜାରି ରହିଛି । ଗଜପତି ଏସପି ତପନ କୁମାର ପଟ୍ଟନାୟକଙ୍କ ନିର୍ଦ୍ଧେଶ କ୍ରମେ ଏପ୍ରିଲ ୧ ଠାରୁ ପ୍ରତ୍ୟେକଦିନ ପୁଲିସ ପକ୍ଷରୁ ଗଜପତିଜ ିଲ୍ଲାରେ ଜାରି ରହିଛି ଚେକିଙ୍ଗ । ଅଡବା ଥାନା ଅଧିକାରୀ ଆନନ୍ଦ ଚନ୍ଦ୍ର ପାତ୍ରଙ୍କ ତତ୍ୱାବଧାନରେ ଏସଆଇ ଉତ୍କଳ ପ୍ରଧାନ, ଚନ୍ଦନ ଦାସଙ୍କ ସମେତ ଅନ୍ୟ କ୍ରମର୍ଚାରୀମାନେ ମିଳିତଭାବେ ଗତ ୨୦ ଦିନରେ କୋଭିଡ ନିୟମ ଉଲଘଂନ କରିଥିବା ଅମାନିଆ ମାନଙ୍କ ଠାରୁ ୭୬ ହଜାର ୨ ଶହ ଟଙ୍କା ଜରିମାନା ଆଦାୟ କରିକରିଥିବା ଜଣାପଡିଛି । ଏହି ପ୍ରକ୍ରିୟା ଆଗକୁ ମଧ୍ୟ ଜାରି ରହିବ ବୋଲି ଥାନା ଅଧିକାରୀ ପାତ୍ର କହିଛନ୍ତି ।


