୨୦ ନଂ ଜିଲ୍ଲା ପରିଷଦ ଜୋନ୍ ରେ ବିଜେଡି ପ୍ରାର୍ଥୀ ପ୍ରଚାର ଜୋରଦାର

ଛତ୍ରପୁର, (ଦେବଦତ୍ତ ମହାରଣା) :-ଚଳିତ ପଞ୍ଚାୟତ ନିର୍ବାଚନ ଲାଗି ଗଞ୍ଜାମ ଜିଲ୍ଲା ଛତ୍ରପୁର ବ୍ଲକ ୨୦ ନମ୍ବର ଜିଲ୍ଲା ପରିଷଦ ଜୋନ୍ ସଦସ୍ୟ ପାଇଁ ବିଜେଡି ପକ୍ଷରୁ ଛତ୍ରପୁର ବ୍ଲକ ଅଧ୍ୟକ୍ଷ ଏମ୍‌.ଧନଞ୍ଜୟ ରେଡ୍ଡୀ ପ୍ରାର୍ଥୀ ହୋଇଛନ୍ତି । ୨୦ ନମ୍ବର ଜିଲ୍ଲା ପରିଷଦ ଜୋନ୍ ଅଧୀନରେ ଚକିଲଖଣ୍ଡି, ପୋଡାପଦର, କଣମଣା, ଆର୍ଯ୍ୟପଲ୍ଲୀ, କାଳିପଲ୍ଲୀ ଓ ଅଗସ୍ତିନୂଆଗାଁ ପଞ୍ଚାୟତକୁ ନେଇ ଗଠିତ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ ମଙ୍ଗଳ ଯୋଜନା ଓ ବିକାଶମୂଳକ କାର୍ଯ୍ୟକୁ ଆଧାର କରି ନିର୍ବାଚନ ରଣାଙ୍ଗନରେ ବିଜେଡିର ଜିଲ୍ଲା ପରିଷଦ ପ୍ରାର୍ଥୀ ଛତ୍ରପୁର ବ୍ଲକ ଅଧ୍ୟକ୍ଷ ଏମ ଧନଞ୍ଜୟ ରେଡ୍ଡି, ନିର୍ବାଚନ ମୈଦାନରେ ଓହ୍ଲାଇଛନ୍ତି । ସେ ଜଣେ ଉଚ୍ଚ ଶିକ୍ଷିତ ଓ ରାଜନୈତିକ ଅଭିଜ୍ଞତା ହୋଇଥିବାରୁ ସମସ୍ତ କର୍ମୀ ଓ ନେତା ମାନଙ୍କୁ ଏକତ୍ର କରି ନିର୍ବାଚନୀ ପ୍ରଚାର ଘରକୁ ଘର ବୁଲି କରୁଥିବା ଦେଖିବାକୁ ମିଳିଛି । ଗୁରୁବାର କଣମଣା ପଞ୍ଚାୟତର ଉଭୟ ନୂଆ ଓ ପୁରୁଣା ବିଜେଡି ଗୋଷ୍ଠୀଙ୍କୁ ସାର୍ଥୀରେ ଧରି ପଞ୍ଚାୟତର ଘର କୁ ବୁଲି ସେ ଭୋଟ ଭିକ୍ଷା କରିଛନ୍ତି । ଏହି ଜୋନ୍‌ରୁ ବିପୁଳ ଭୋଟ ବ୍ୟବଧାନରେ ବିଜୟୀ କରିବା ଲାଗି ସ୍ଥାନୀୟ ବିଧାୟକ ସୁବାସ ଚନ୍ଦ୍ର ବେହେରାଙ୍କ ନିର୍ଦ୍ଦେଶକ୍ରମେ ଛତ୍ରପୁର ଏନ୍‌ଏସିର ପୂର୍ବତନ ଅଧ୍ୟକ୍ଷା ଜି.ଆରତିଙ୍କ ସ୍ୱାମୀ ତଥା ପୂର୍ବତନ ସାଂସଦ ପ୍ରତିନିଧି ଜି.ପାପା ରାଓ, ପୂର୍ବତନ ଏନ୍‌ଏସି ଉପାଧ୍ୟକ୍ଷ ପ୍ରଦୋଶ କୁମାର ବେହେରା ପ୍ରଚାରର ମଙ୍ଗ ଧରିଛନ୍ତି । ଏହାସହ କଣମଣା ସରପଞ୍ଚ ଏସ.ଚକ୍ରପାଣି ରେଡ୍ଡୀ , ପୂର୍ବତନ ସରପଞ୍ଚ ସ୍ମୃତି କୁମାରୀ ସାହୁ, ଗଣେଶ ସାହୁ , ଛତ୍ରପୁର ଏନଏସିର ଯୁବ ବିଜେଡି ସଭାପତି ଟି.ଚନ୍ଦ୍ର ଶେଖର ରାଓ, ଅହିଭୂଷଣ ସାହୁ, ପୂର୍ବତନ ବିଧାୟକ ପ୍ରତିନିଧୀ ଏନ.ୱାର୍ଦ୍ଧରାଜୁଲୁ ରେଡ୍ଡୀ, ଯୁବ ଆଇନଜୀବୀ ପି.ଧର୍ମା ରେଡ୍ଡୀ ଓ ବ୍ରଜମୋହନ ଆଚାର୍ଯ୍ୟ, ଅଗସ୍ତିନୂଆଗାଁ ପଞ୍ଚାୟତର ଯୁବନେତା ବାପି ଦାସ, ସରକାରୀ ଓକିଲ ଡମିନାଥ ସାହୁ, କାଳିପ୍ରସାଦ ଦାଶ ଓ ଭୈରବୀ ପଟ୍ଟନାୟକ ଏବଂ କଣମଣା ପଞ୍ଚାୟତର ବହୁ ବିଜେଡି କର୍ମୀ ଓ ନେତା ପ୍ରମୁଖ ଉପସ୍ଥିତ ରହି ୨୦ ନମ୍ବର ଜିଲ୍ଲା ପରିଷଦ ବିଜେଡି ପ୍ରାର୍ଥୀ ଶ୍ରୀ ରେଡ୍ଡୀଙ୍କୁ ବିପୁଳ ଭୋଟରେ ବିଜୟୀ କରିବା ପାଇଁ ପ୍ରଚାର କରିଥିଲେ । ଏହି ଜୋନ୍ ଅଧିନରେ ୩୭୯୮୯ ଜଣ ଭୋଟର ରହିଥିବା ବେଳେ ୭ ଜଣ ପ୍ରାର୍ଥୀ ନିର୍ବାଚନ ମୈଦାନକୁ ଓହ୍ଲାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ