୨୦ ନଂ ଜୋନ୍ ରେ ବିଜେପି ପ୍ରାର୍ଥୀଙ୍କ ପ୍ରଚାର ନିମନ୍ତେ ମଙ୍ଗ ଧରିଲେ

ଛତ୍ରପୁର, (ଦେବଦତ୍ତ ମହାରଣା) :-ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ଯେତିକି ପାଖେଇ ଆସୁଛି ନେତା କର୍ମୀଙ୍କ ହୃଦ ସ୍ପନ୍ଦନ ସେତିକି ବଢିବାରେ ଲାଗିଛି । ଛତ୍ରପୁର ବ୍ଲକର ୨୦ ନଂ ଜୋନ୍ ରେ ବିଭିନ୍ନ ଦଳ ମଧ୍ୟରେ କଡା ଟକ୍କର ହେଉଥିବା ବେଳେ ସମସ୍ତ ଦଳ ପକ୍ଷରୁ ନିଜ ନିଜ ପ୍ରାର୍ଥୀ ମାନଙ୍କ ପାଇଁ ଜୋରଦାର ପ୍ରଚାର କରିବା ଆରମ୍ଭ କରିସାରିଲେଣି । ଏହି ପରିପ୍ରେକ୍ଷୀରେ ଆଜି ୨୦ ନଂ ଜୋନ୍ ବିଜେପି ପ୍ରାର୍ଥୀ ଏନ୍‌. ଦିନବନ୍ଧୁଙ୍କ ଜୋରଦାର ପ୍ରଚାର କାଳିପଲ୍ଲୀ ପଂଚାୟତର ବାସନାପୁଟି ଗ୍ରାମ ଠାରୁ ଆରମ୍ଭ ହୋଇଯାଇଛି । ଏହି ପ୍ରଚାରର ମଙ୍ଗ ଧରିଛନ୍ତି ଖୋଦ୍ ବିଜେପି ଜିଲ୍ଲା ସଭାପତି ବିଭୂତି ଜେନା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିଭିନ୍ନ ଜନହିତକର ଯୋଜନା ବିକାଶମୂଳକ ଯୋଜନାକୁ ଆଧାର କରି ଦଳୀୟ ପ୍ରାର୍ଥୀ ଏନ୍‌. ଦିନବନ୍ଧୁଙ୍କୁ ଭୋଟ ଦେଇ ପ୍ରଧାନମନ୍ତ୍ରୀଙ୍କ ହାତମୁଠାକୁ ଟାଣ କରିବା ପାଇଁ ସେ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି । ଏନ୍‌. ଦିନବନ୍ଧୁଙ୍କ ସପକ୍ଷରେ ମତଦାନ ପାଇଁ ଘରକୁ ଘର ବୁଲି ଭୋଟ ଭିକ୍ଷା ମଧ୍ୟ କରିଛନ୍ତି । ଏହି ଅବସରରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ଛତ୍ରପୁର ନିର୍ବାଚନ ମଣ୍ଡଳୀର ଯୁବ ନେତା ପ୍ରଶାନ୍ତ କୁମାର କର, ବରିଷ୍ଠ ନେତା ଡାକ୍ତର ସୁବାସ ସାହୁ, କଣମଣା ମଣ୍ଡଳ ସଭାପତି ପଦ୍ମ ଚରଣ ସାହୁ, ଶ୍ରମିକ ନେତା ପି. ଲମ୍ବୋଦର ରେଡ୍ଡି, ଛତ୍ରପୁର ଏନଏସିର ପୂର୍ବତନ ଉପାଧ୍ୟକ୍ଷ ବସନ୍ତ କୁମାର ବେହେରା, କେ. ରଘୁନାଥ ରେଡ୍ଡିଙ୍କ ସମେତ ବହୁ ଦଳୀୟ ସମର୍ଥକ ମାନେ ଘରକୁ ଘର ବୁଲି ୨୦ ନଂ ଜୋନ୍ ପ୍ରାର୍ଥୀ ଏନ୍‌. ଦିନବନ୍ଧୁଙ୍କୁ ଭୋଟ ଦେଇ ବିଜୟୀ କରିବା ନିମନ୍ତେ ସେମାନେ ଜନସାଧାରଣଙ୍କୁ ଅନୁରୋଧ କରିଥିଲେ । ଏହି ଜୋନ୍ ଅଧିନରେ କଣମଣା, ଆର୍ଯ୍ୟପଲ୍ଲୀ, ଅଗସ୍ତି ନୂଆଗାଁ, ଚିକଲଖଣ୍ଡି, କାଳିପଲ୍ଲୀ ଓ ପୋଡାପଦର ପଂଚାୟତ ରହିଥିବା ବେଳେ ୩୭୯୮୯ ଜଣ ଭୋଟର ରହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ