୨୦ ନଂ ଜୋନ୍ ରେ ବିଜେଡିର ଏମ୍. ଧନଞ୍ଜୟ ରେଡ୍ଡୀ ବିଜୟୀ
ଛତ୍ରପୁର, (ଦେବଦତ୍ତ ମହାରଣା) :-ତ୍ରିସ୍ତରୀୟ ପଂଚାୟତ ନିର୍ବାଚନର ଛତ୍ରପୁର ବ୍ଲକ ତୃତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ ଚଳିତ ମାସ ୨୦ ତାରିଖରେ ଶେଷ ହୋଇଥିଲା । ଛତ୍ରପୁର ବ୍ଲକର ୨୦ ନଂ ଜିଲ୍ଲା ପରିଷଦ ଜୋନ୍ ଅନ୍ତର୍ଗତ ୬ ଟି ପଂଚାୟତ ଚିକଲଖଣ୍ଡି, ଆର୍ଯ୍ୟପଲ୍ଲୀ, କଣମଣା, କାଳିପଲ୍ଲୀ, ପୋଡାପଦର ଓ ଅଗସ୍ତିନୂଆଗାଁ ର ଭୋଟ ଗଣତି ରବିବାର ଶେଷ ହୋଇଛି । ଛତ୍ରପୁର ବ୍ଲକ ପରିସରରେ କଡା ସୁରକ୍ଷା ବଳୟ ମଧ୍ୟରେ ଭୋଟ ଗଣତି କରାଯାଇଥିଲା । ଏହି ଜୋନ୍ ରେ ବିଜୁ ଜନତା ଦଳର ଜିଲ୍ଲା ପରିଷଦ ପ୍ରାର୍ଥୀ ଏମ୍. ଧନଞ୍ଜୟ ରେଡ୍ଡି ୧୧୯୭୨ ଭୋଟ ପାଇ ବିଜୟୀ ହୋଇଥିବା ବେଳେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦି ଭାରତୀୟ ଜନତା ପାର୍ଟିର ଏନ୍ ଦୀନବନ୍ଧୁୁ ୮୨୪୧ ଖଣ୍ଡ ଭୋଟ ପାଇଛନ୍ତି । ସେହିପରି କଂଗ୍ରେସ ଦଳର ଡି. ରାମସ୍ୱାମୀ ରେଡ୍ଡୀ ୨୧୧୧ ଖଣ୍ଡ ଭୋଟ, ସିପିଆଇର ଏନ୍. ସୁକାନ୍ତ ଆଚାରୀ ୮୪୭ ଭୋଟ. ଆମ ଆଦମୀ ପାର୍ଟିର ପ୍ରଭାତ କୁମାର ନାହାକ ୨୧୫ ଭୋଟ ଏବଂ ସ୍ୱାଧିନ ପ୍ରାର୍ଥୀ ରଘୁନାଥ ଜୋତି ୭୦୩ ଓ ଏନ୍. ଜାଙ୍ଗମାୟା ୭୦୯ ଭୋଟ ପାଇଛନ୍ତି । ଏହା ସହିତ ୧୪୧୩ ଟି ଭୋଟ ନାକଚ ହୋଇଛି । ସେହିପରି ଚିକଲଖଣ୍ଡି ପଂଚାୟତର ସରପଂଚ ଭାବେ ଭଗବାନ ବେହେରା ଓ ସମିତିସଭ୍ୟ ଭାବେ ସ୍ୱାଗତିକା ପ୍ରଧାନ ଭୋଟ ପାଇ ବିଜୟୀ ହୋଇଥିବା ବେଳେ କଣମଣା ପଂଚାୟତର ସରପଂଚ ଭାବେ ବି. ଦମୟନ୍ତି ଓ ସମିତିସଭ୍ୟା ଭାବେ ରଶ୍ମିତା ଦେଉରୀ ନିଦ୍ୱନ୍ଦରେ ବିଜୟ ହାସଲ କରିଛନ୍ତି । ଆର୍ଯ୍ୟପଲ୍ଲୀ ପଂଚାୟତରେ ସରପଂଚ ଭାବେ ତ୍ରିଲୋଚନ ବେହେରା ଓ ସମିତିସଭ୍ୟ ଭାବେ ଚୁମକି ସେଠୀ ବିଜୟୀ ହୋଇଥିବା ବେଳେ ପୋଡାପଦର ସରପଂଚ ଭାବେ ସୁଜତା ଦାସ ଓ ସମିତିସଭ୍ୟା ଭାବେ ଶଶି ଦାସ ବିଜୟୀ ହୋଇଛନ୍ତି । କାଳିପଲ୍ଲୀ ପଂଚାୟତର ସରପଂଚ ଭାବେ ବି. ଲକ୍ଷ୍ମୀ ପାତ୍ର ଓ ସମିତିସଭ୍ୟା ଭାବେ ବିକାଶ କୁମାର ବେହେରା ବିଜୟୀ ହୋଇଥିବା ବେଳେ ଅଗସ୍ତିନୂଆଗାଁ ପଂଚାୟତର ସରପଂଚ ଭାବେ ଉର୍ମିଳା ଦାସ ନିଦ୍ୱର୍ନ୍ଦରେ ବିଜୟ ହୋଇଥିବା ବେଳେ ସମିତିସଭ୍ୟା ଭାବେ କିରନ କୁମାରୀ ଦାସ ନିଦ୍ୱର୍ନ୍ଦରେ ବିଜୟ ହୋଇଛନ୍ତି ।


