୨୦ ନମ୍ବର ଜୋନରେ ବିଜେଡ଼ି ପ୍ରାର୍ଥୀଙ୍କ ସହ ରାଜସ୍ୱ ମନ୍ତ୍ରୀଙ୍କ ମାରାଥନ ପ୍ରଚାର
ରାଇରଙ୍ଗପୁର, (ଅକ୍ଷ୍ୟ କୁମାର ବିଶ୍ୱାଳ) :-ମୟୂରଭଂଜ ଜିଲ୍ଲାର ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀରେ ଆସନ୍ତା ୨୨ ତାରିଖ ଦିନ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବା ବେଳେ ବିଜେଡି ତା’ର ପ୍ରଚାର କାର୍ଯ୍ୟକ୍ରମ ଜୋରଦାର କରିଛି । ଏହି ଜୋନଟି ଗତଥର ବିଜେପି ହାତରେ ଥିବାବେଳେ ଚଳିତବର୍ଷ ବିଜେଡି ଏହାକୁ ଦଖଲ କରିବାକୁ ଦିର୍ଘ ୭ମାସ ହେଲା ସବୁ ପ୍ରକାର କସରତ୍ କରିଛି । ଚଳିତ ଥର ପରେଶ୍ ମୁଣ୍ଡାଙ୍କ ମଥାରେ ବିଜେଡି ଜିଲ୍ଲା ପରିଷଦ କଳସ ଢାଳିଛି । ସେ ଏହା ସରପଞ୍ଚ ଓ ଗତଥର ଅନ୍ୟ ଜୋନର ଜିଲ୍ଲା ପରିଷଦ ପ୍ରାର୍ଥୀ ଥିଲେ । ଦିର୍ଘ ୧୫ ବର୍ଷ ରୁ ଉର୍ଦ୍ଧ୍ବ ରାଜନୀତି ଅଭିଜ୍ଞତା ନେଇ ସେ୨୦ ନମ୍ବର ଜୋନର ସବୁ ପଞ୍ଚାୟତର ଗାଆଁକୁ ଗାଁ ବୁଲି ଘରକୁ ଘର ଯାଇ ଭୋଟ ଆଶୀର୍ବାଦ ମାଗୁଛନ୍ତି । ଜଣେ ଯୁବା ସମାଜସେବୀ, ମିଷ୍ଟଭାଷି, ଦରିଦୀ ମଣିଷ ଏବଂ ବ୍ରହ୍ମଚାରୀ ସମାଜ ସେବାକୁ ନିଜ ଜୀବନର ବ୍ରତ କରି ନେଇଛନ୍ତି । ଏହି ଜୋନଟି ଏକ ପଛୁଆ , ନଦୀ, ନାଳ, ଜଙ୍ଗଲ ଘେରା ଆଦିବାସୀ ଅଧ୍ୟୁଷିତ ସିମାନ୍ତ ଅଂଚଳ । ଏ ଅଞ୍ଚଳର ଓ ଅଧିବାସୀଙ୍କ ବିକାଶ ଓ ସେବା ପାଇଁ ସେ ସଦାସର୍ବଦା ଚେଷ୍ଟିତ । ଏହି ଅଂଚଳର ଗମନାଗମନ, ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟ ଜଳ, ବିଜୁଳି, ମହିଳାଙ୍କ ଆର୍ଥିକ ଉନ୍ନତି ପାଇଁ ପ୍ରାଥମିକତା ଦେବେ ବୋଲି କହିଥିଲେ । ନବୀନ ସରକାରଙ୍କ ବିକାଶ ଡଙ୍ଗାକୁ ଏହି ଜୋନରେ ଆଗେଇ ନେବେ ବୋଲି କହିଥିଲେ । ମନ୍ତ୍ରୀ ରାଜ୍ୟ ସରକାରଙ୍କ ଜନ କଲ୍ୟାଣ ଯୋଜନାକୁ ଅଂଚଳବାସୀଙ୍କୁ ଅବଗତ କରାଇଥିଲେ । ମନ୍ତ୍ରୀ ତିରିଂ୨୦ ନମ୍ବର ଜୋନର ବିଜେଡି ଜିଲ୍ଲା ପରିଷଦ ସଦସ୍ୟ ପରେଶ୍ ମୁଣ୍ଡା, ବଡଡାଳିମାରେ ୨୧ ନମ୍ବର ଜୋନର ଶ୍ରୀମତୀ ଜନତା ବସା,ବଡଦୁନ୍ଦୁରେ ୧୬ ନମ୍ବର ଜୋନର ବାବୁଲା ଟୁଡୁ,୧୭ ନମ୍ବର ଜୋନର ପୂର୍ଣ ଚନ୍ଦ୍ର ମାରାଣ୍ଡି, ୨୬ ନମ୍ବର ଜୋନର ସୁଖମଣି ହାଁସଦା, ୪୫ ନମ୍ବର ଜୋନର ସଚିଦାନନ୍ଦ ମହାନ୍ତଙ୍କ ପାଇଁ ମାରାଥାନ ପ୍ରଚାର କରିଥିଲେ । ଦଳୀୟ ପ୍ରାର୍ଥୀଙ୍କୁ ଶଙ୍ଖ ଚିହ୍ନରେ ମୋହର ମାରି ଜିତାଇବା ପାଇଁ ଭୋଟରମାନଙ୍କୁ ନିବେଦନ କରିଥିଲେ ।