୨୦ ହାତୀ ମାରିଥିବା ଶିକାରୀ ଗିରଫ

ଭୁବନେଶ୍ୱର: ଗୋଟିଏ କି ଦୁଇଟି ନୁହେଁ । ଏକାବେଳେ ୨୦ଟି ହାତୀ ମାରିଥିବା ଜଣେ କୁଖ୍ୟାତ ଶିକାରୀକୁ ଗିରଫ କରାଯାଇଛି । ଗିରଫ ଶିକାରୀ ଜଣକ ହେଲେ ବାବୁଲି ମହାଳିକ । ବନ ବିଭାଗ ପକ୍ଷରୁ ନରସିଂହପୁର କାନପୁର ଥାନା ଅନ୍ତର୍ଗତ ଦୁର୍ଗାପ୍ରସାଦ ଗ୍ରାମରୁ ତାକୁ ଗିରଫ କରାଯାଇଛି । ବାବୁଲି ୨୦୧୮ ଫେବୃଆରୀ ୨୦ରେ ୨ଟି ଦନ୍ତା ଶିକାରରେ ସମ୍ପୃକ୍ତ ଥିବା ଅଭିଯୋଗ ହୋଇଥିଲା । ଆଠଗଡ଼ ବନଖଣ୍ଡ ମାଣିଆବନ୍ଧ ସେକ୍ସନରେ ବାବୁଲି ହାତୀ ଶିକାର କରିଥିଲା । ବାବୁଲି ସହ ଏହି ଘଟଣାରେ ତା’ର ୩ ସହଯୋଗୀ ସାମିଲ ଥିଲେ । ଜେରାବେଳେ ବାବୁଲି ଏହା ସ୍ୱୀକାର କରିଥିବା ଆଠଗଡ ଡିଏଫଓ ସୂଚନା ଦେଇଛନ୍ତି । ଏହାଛଡ଼ା ଗୋଟିଏ ହାତୀକୁ ଗୁଳି ମାରିବା ପାଇଁ ବାବୁଲି ୩୦ ହଜାର ଟଙ୍କା ନେଉଥିଲା । ବାବୁଲି ଠାରୁ ଦେଶୀ ବନ୍ଧୁକ, ହରିଣ ଛାଲ ଓ ଶିଙ୍ଗ ଜବତ କରାଯାଇଛି । ବାବୁଲି ପ୍ରାୟ ୨୦ରୁ ଅଧିକ ହାତୀ ମାରିଥିବା ଡିଏଫଓ ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ