୨୧ତମ ଏସିଆ ମାଷ୍ଟର ଆଥଲେଟିକ୍ ଚମ୍ପିୟାନସିପ୍‌ରେ ସ୍ୱର୍ଣ୍ଣପ୍ରଭାଙ୍କ କୃତିତ୍ୱ

ଭୁବନେଶ୍ୱର : ୨୧ତମ ଏସିଆ ମାଷ୍ଟର ଆଥଲେଟିକ୍ ଚମ୍ପିୟାନସିପ୍ ମାଲେସିଆର କୁଚିଙ୍ଗିଠାରେ ଡ଼ିସେମ୍ବର ୨ରୁ ୭ ତାରିଖ ପର୍ଯ୍ୟନ୍ତ କୁଚିଙ୍ଗର ସାରାୱାକ ଷ୍ଟାଡ଼ିୟମରେ ଅନୁଷ୍ଠିତ ହୋଇଯାଇଛି । ଏହି ଚମ୍ପିୟାନସିପ୍‌ରେ ଭାରତ ସର୍ବଶ୍ରେଷ୍ଠ ମେଡ଼ାଲ ଆଣିଦେଇଛି । ଏଥିରେ ୨୯ଟି ଦେଶର ଖେଳାଳି ଯୋଗ ଦେଇଥିଲେ । ଚମ୍ପିୟାସିପ୍‌ର ଶେଷ ଦିବସରେ ଭାରତ ସବୁଠାରୁ ଆଗରେ ରହିଥିଲା । ଓଡ଼ିଶାରୁ ୭ ଜଣ ପୁରୁଷ ଓ ଜଣେ ମହିଳାଙ୍କ ସମେତ ୮ ଜଣ ଖେଳାଳି ଏହି ଚମ୍ପିୟାନସିପ୍‌ରେ ଯୋଗ ଦେଇଥିଲେ । ଓଡ଼ିଶାର ୬୦ ବର୍ଷୀୟା ସ୍ୱର୍ଣ୍ଣପ୍ରଭା ମହାନ୍ତି ୩୦୦ ମିଟର ବାଧା ଦୌଡ଼ରେ ଦ୍ୱିତୀୟ ସ୍ଥାନ ଅଧିକାର କରି ରୌପ୍ୟ ପଦକ ହାସଲ କରି ଓଡ଼ିଶା ପାଇଁ ଗର୍ବ ଓ ଗୌରବ ଆଣି ରାଜଧାନୀ ଭୁବନେଶ୍ୱର ପ୍ରତ୍ୟାବର୍ତ୍ତନ କରିଛନ୍ତି । ଶ୍ରୀମତୀ ମହାନ୍ତି ନିଜର ଚେଷ୍ଟା, ଦୃଢ ଇଚ୍ଛାଶକ୍ତି ତଥା କଠିନ ପରିଶ୍ରମ ଯୋଗୁ ଓଡ଼ିଶା ପାଇଁ ଏହି ସଫଳତା ହାସଲ ଆଣି ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ