୨୧ତମ ନିର୍ମାଣ ପ୍ରତିଭା ସମ୍ମାନ
ଭୁବନେଶ୍ୱର,(ଯୁଗାବ୍ଦ ନ୍ୟୁଜ୍): ବାଳକାଟୀ ଅ୍ରଗଣୀ ଶିକ୍ଷାନୁଷ୍ଠାନ ନିର୍ମାଣ ଏଜୁକେଶନାଲ ଟ୍ରଷ୍ଟ ତାର ୨୧ତମ ବାର୍ଷିକ ଉତ୍ସବ ‘ନିର୍ମାଣ ପ୍ରତିଭା ସମ୍ମାନ-୨୦୧୯-୨୦’ ଭଞ୍ଜକଳା ମଣ୍ଡପଠାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଜୟଦେବ ବିଧାୟକ ଡକ୍ଟର ଅରବିନ୍ଦ ଢାଲି, ସମ୍ମାନିତ ଅତିଥି ଭାବେ ଓଡ଼ିଶା ଆଦିବାସୀ, ହରିଜନ ଓ ସଂଖ୍ୟାଲଘୁ ଆର୍ôଥକ ଅନଗ୍ରସରର ଅଧ୍ୟକ୍ଷ ଶ୍ରୀଯୁକ୍ତ ମୁନା ଖାନ, ମୋ କଲେଜ କାର୍ଯ୍ୟକ୍ରମ ମୁଖ୍ୟ ଶ୍ରୀଯୁକ୍ତ ଆକାଶ ଦାସନାୟକ, ରାଜଧାନୀ ପୁସ୍ତକ ମେଳାର ସମ୍ପାଦକ ଶ୍ରୀଯୁକ୍ତ ବିଧୂଭୂଷର ପଟ୍ଟନାୟକ ଯୋଗ ଦେଇଥିବା ବେଳେ ନର୍ମାଣର ଅଧ୍ୟକ୍ଷ ଶ୍ରୀଯୁକ୍ତ ସିଦ୍ଧେଶ୍ୱର ମହାନ୍ତି ସଭାପତିତ୍ୱ କରିଥିଲେ । ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ୨୩ଜଣ ପ୍ରତିଭାଙ୍କୁ ନିର୍ମାଣ ପ୍ରତିଭା ସମ୍ମାନ, ୧୨ ଜଣ ଶିଶୁଙ୍କୁ ନିର୍ମାଣ ଶିଶୁ ପ୍ରତିଭା ସମ୍ମାନ ଓ ବିଭିନ୍ନ ଉଚ୍ଚବିଦ୍ୟାଳୟର ୧୦ ଜଣ ଛାତ୍ରଛାତ୍ରୀଙ୍କୁ ନିର୍ମାଣ ମେଧାବୃତ୍ତି ସମ୍ମାନରେ ସମ୍ମାନିତ କରାଯାଇଥିଲା । ଅନୁଷ୍ଠାନର ଏଭଳି ପଦକ୍ଷେପକୁ ଅତିଥିମାନେ ଭୂୟଶୀ ପ୍ରଂଶସା କରିଥିଲେ । ଚଳିତବର୍ଷ ଅନୁଷ୍ଠାନର ଯୁକ୍ତ ୨ କଳା ଓ ବାଣିଜ୍ୟରେ ସର୍ବୋଚ୍ଚ ନମ୍ବର ରଖିଥିବା ୨୧ ଜଣ ଛାତ୍ରଛାତ୍ରୀ ଓ ବିଭିନ୍ନ ପ୍ରତିଯୋଗିତାରେ କୃତକାର୍ଯ୍ୟ ହୋଇଥିବା ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଶୁଭୋଜିତ ପଣ୍ଡା ମଞ୍ଚ ପରିଚାଳନା କରିଥିବା ବେଳେ ମୋନାଲି ପ୍ରିୟଦର୍ଶିନୀ, ନିଶିକାନ୍ତ ପଣ୍ଡା, ସଞ୍ଜୟ ସାହୁ, ସୋମନାଥ ମହରଣା, ସୌମ୍ୟରଞ୍ଜନ ମହାନ୍ତି, ସୋନି ସାହୁ, ପ୍ରତିମା ମଲ୍ଲିକ, ସମ୍ପଦ ସ୍ୱାଇଁ, ମନୋଜ ବରାଳ, ଶୁଭ୍ରଲୋଚନ ଜେନା, ସୁଲଗ୍ନା ପଟ୍ଟନାୟକ, ସନ୍ତୋଷ ବେହେରା, ରଞ୍ଜନ ମହାପାତ୍ର ଓ କୌଶିକା ପଟ୍ଟନାୟକ ପ୍ରମୁଖ ସହଯୋଗ କରିଥିଲେ । ସନ୍ଧ୍ୟାରେ ଅନୁଷ୍ଠାନର ଛାତ୍ରଛାତ୍ରୀ ଓ କିସ୍ରୁ ଆସିଥିବା ଆଦିବାସୀ ଛାତ୍ରଛାତ୍ରୀଙ୍କ ଦ୍ୱାରା ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା