୨୧ତମ ମେଧା ପ୍ରତିଭା ସମ୍ମାନ ଉତ୍ସବ ଜୁଲାଇ ୩୧ରେ
ବୟାଳିଶମୌଜା,(ଯୁଗାବ୍ଦ ନ୍ୟୁଜ) : କଟକସଦର ୪୨ମୌଜାର ଅଗ୍ରଣୀ ସ୍ୱେଚ୍ଛ୍ୱାସେବୀ ସଂଗଠନ ବୟାଳିଶମୌଜା ବିକାଶ ପରିଷଦର ୨୧ତମ ମେଧାପ୍ରତିଭା ସମ୍ମାନ ଉତ୍ସବ ଆସନ୍ତା ୩୧ତାରିଖ ରବିବାର ଝାରକଟା ପ୍ରାଥମିକ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହେବ ବୋଲି ନିଷ୍ଠତି ନିଆଯାଇଛି । ଏଥିପାଇଁ ଏହି ମେଧା ପ୍ରତିଭା ଉତ୍ସବର ଏକ ଜରୁରୀ ବୈଠକ ଝାରକଟା ବନ୍ୟା ବାତ୍ୟା ଆଶ୍ରୟ ସ୍ଥଳିରେ ଆଡ୍ଭୋକେଟ କେଶବ ଚନ୍ଦ୍ର କରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ମୁଖ୍ୟ ଆଲୋଚନାରେ ବୟାଳିଶମୌଜା ଅଂଚଳର ସମସ୍ତ ହାଇସ୍କୁଲ୍ରେ ଛାତ୍ରଛାତ୍ରୀମାନେ ଶତକଡା ୮୦ଭାଗ ନମ୍ବରରୁ ଉର୍ଦ୍ଧ୍ୱ ରଖିଛନ୍ତି ସେମାନଙ୍କୁ ମେଧା ସମ୍ମାନରେ ସମ୍ମାନୀତ କରାଯିବ ବୋଲି ସଭାରେ ସ୍ଥିର କରାଗଲା । ପ୍ରତିଭାଧାରୀ ବ୍ୟକ୍ତିମାନଙ୍କୁ ମଧ୍ୟ ସମ୍ମାନୀତ କରାଯିବ ଏବଂ ସଭାରେ ଝାରକଟା ଗ୍ରାମବାସୀ ତଥା ପଂଚାୟତ ବ୍ୟକ୍ତିବିଶେଷ ସହଯୋଗ କରିବା ପାଇଁ ପୂର୍ଣ୍ଣ ପ୍ରତିଶ୍ରୁତି ପ୍ରଦାନ କରିଥିଲେ । ସଭାରେ ସାଧାରଣ ସମ୍ପାଦକ ସନ୍ତୋଷ କୁମାର ପତି, ଉପସଭାପତି ଗୌତମ ପରିଡା, ସହ ସମ୍ପାଦକ ସୁରେଶ ଦେବତା, କୋଷାଧ୍ୟକ୍ଷ ଭଜକୃଷ୍ଣ ଲେଙ୍କା, ସଂଯୋଜକ ନିକୁଞ୍ଜ ସ୍ୱାଇଁ, ଉପଦେଷ୍ଟା ଅଧ୍ୟାପକ ଡଃ ସେକ୍ କଲିମୁଲ୍ଲା, ବୁଲେଇ ବେହେରା, ସାଗର କାନୁନ୍ଗୋ, ଅଶୋକ କୁମାର ମହାନ୍ତି, ସଞ୍ଜୟ ବେହେରା, ରବିନ୍ଦ୍ର ଦେବତା, ଦିପ୍ତୀରଂଜନ ଶତପଥି. ସ୍ୱାର୍ଥର୍ମୁକ୍ତି ସେଠୀ, ସ୍ମୃତିଧର ପତି, ସଂଗ୍ରାମ କିଶୋର ପତି, ହେମନ୍ତ କୁମାର ପାତ୍ର, ପ୍ରସନ୍ନ ଦଳାଇ, ସୁଶାନ୍ତ ନାୟକ, ଅକ୍ଷୟ ମୁଦୁଲି, ବିଶ୍ୱଜିତ୍ ପାଣି ଓ ଅନ୍ୟ କମର୍କତା, ଝାରକଟା ପଂଚାୟତ ବାସୀ ତଥା ୪୨ମୌଜାର ବହୁ ବିଶିଷ୍ଟ ବ୍ୟକ୍ତି ପ୍ରମୁଖ ଯୋଗଦାନ କରି ୨୧ତମ ମେଧା ପ୍ରତିଭା ଉତ୍ସବକୁ ସଫଳ କରିବା ପାଇଁ ପ୍ରତିଜ୍ଞାବଦ୍ଧ ହୋଇଥିଲେ । ଶେଷରେ ଅଧ୍ୟାପକ ଗଣେଶ୍ୱର ଦାଶ ଧନ୍ୟବାଦ ଅର୍ପଣ କରିଥିଲେ ।