୨୧ଦିନ ସଙ୍ଗରୋଧ ଗୃହରେ ଥିବା ଓଡ଼ିଆ ପ୍ରବାସୀ ନିଜ ଘରକୁ ଫେରିଲେ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):କରୋନା ଭୁତାଣୁର ମହା ମୁକାବିଲା ପାଇଁ ସାରା ରାଜ୍ୟ ଲକଡାଉନ ଥିବା ବେଳେ ବିମାନ, ଟ୍ରେନ, ବସ ଚଳାଚଳ ବନ୍ଦ ରହିଛି l ଯାହାଦ୍ୱାରା ଅନ୍ୟ ରାଜ୍ୟରେ ପ୍ରବାସୀ ଶ୍ରମିକ ରହି ଯାଇଥିଲେ l କେନ୍ଦ୍ର ଓ ରାଜ୍ୟ ସରକାର ନିୟମ ଅନୁଯାୟୀ ଅନ୍ୟ ରାଜ୍ୟର ପ୍ରବାସୀ ଆସନ୍ତି ତାହା ହେଲେ ୨୧ ଦିନ ସଙ୍ଗରୋଧ ଗୃହରେ ରହିବା ପରେ ନିଜ ଘରକୁ ଫେରିବେ l ଏହି ନିୟମର କାର୍ଯ୍ୟକାଳ ଶେଷ ହେବା ପରେ କେତେକ ପ୍ରବାସୀ ନିଜ ନିଜ ଘରକୁ ଫେରିଛନ୍ତି l ଏହା ଦେଖିବାକୁ ମିଳିଥିଲା କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ବ୍ଲକ ସାରଙ୍ଗଡ଼ ସଙ୍ଗରୋଧ ଗୃହରେ, ଏଠାରେ ୨୦୩ ଜଣ ପ୍ରବାସୀ ଓଡ଼ିଆ କେରଳରୁ ଆସି ୨୧ ଦିନ ରହିଥିଲେ l ରହିଥିବା ପ୍ରବାସୀଙ୍କ ମନରେ ଏତେ ଆନନ୍ଦ ଥିଲାଯେ କହିଲେ ନସରେ ଆମେ କିଛି ପ୍ରବାସୀଙ୍କୁ ପଚାରି ବୁଝିଥିଲୁ ଯେ ଏହି ୨୧ ଦିନରେ ଆପଣଙ୍କୁ ଖାଇବା ରହିବା ବ୍ୟବସ୍ଥା ଠିକ ଥିଲା, ଏଣୁ ଆମେ ବହୁତ ଖୁସି ଅନୁଭବ କଲୁ ଆମର ରକ୍ଷଣ ବେକ୍ଷଣ ପାଇଁ ପ୍ରଥମେ ସ୍ଥାନୀୟ ସରପଞ୍ଚ ଅହଲ୍ୟା ପ୍ରଧାନ ଓ ସମିତିସଭ୍ୟ ଜୟଶେନ ପୂଜାରୀ ଙ୍କୁ ଧନ୍ୟବାଦ ଦେବାସହ ନୋଡାଲ ଅଫିସର, କ ନୂଆଗାଁ ବିଡ଼ିଓ ମନୋଜ କୁମାର ତ୍ରିପାଠୀ, ତହସିଲଦାର ଏସ.ପାତ୍ର, ସାରଙ୍ଗଡ଼ ଥାନା ଭାରପ୍ରାପ୍ତ ଅଧିକାରୀ ଅନିତା କେଡ଼ ପ୍ରମୁଖ ଙ୍କୁ ଧନ୍ୟବାଦ ଜଣାଇଥିଲେ l ଏହି ୨୧ଦିନରେ ଆମକୁ ଠିକ ସମୟରେ ଖାଇବାକୁ ଦିଆଯିବା ସହ ପାନୀୟ ଜଳର ବ୍ୟବସ୍ଥା କରାଯାଇଥିଲା l ଆମେ ଭାବୁଛୁ ଆମ ଘର ମାନଙ୍କରେ ଏଭଳି ଯତ୍ନର ସହକାରେ ରହି ନଥିବୁ l ଯିବା ସମୟରେ ଏକ ପ୍ରମାଣ ପତ୍ର ଦିଆଯାଇଛି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ