୨୧୦୦୦ ଟି ଅଫିମ ଗଛକୁ ନଷ୍ଟ କଲା ପୋଲିସ

କରଞ୍ଜିଆ,(ଜିତେନ୍ଦ୍ର ରାଜ):ପୋଲିସର ବଡ଼ ସଫଳତା ଚଢ଼ାଉ କରି ୧ ଏକର ପରିମିତ ଯାଗାରେ ଚାଷ ହୋଇଥିବା ୨୧୦୦୦ ଅଫିମ ଗଛ କୁ ନଷ୍ଟ କଲା ପୋଲିସ, ବନବିଭାଗ ଓ ଅବକାରୀବିଭାଗ ର ମିଳିତ ଟିମ ଘଟଣାରୁ ପ୍ରକାଶ ଯେ ମୟୁରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ଥାନା ସାଲେଇବେଡା ଗ୍ରାମପଞ୍ଚାୟତ ଏଦେଲାବେଡା ଗ୍ରାମ ଅନ୍ତର୍ଗତ ବୁରୁ ସାହି ଜଙ୍ଗଲ ଭିତରେ ପ୍ରାୟ ଏକ ଏକର ସ୍ଥାନରେ ହୋଇଥିବା ଅଫିମ ଚାଷକୁ ପୋଲିସ, ବନବିଭାଗ ଓ ଅବକାରୀବିଭାଗ ର ମିଳିତ ଟିମ ପହଞ୍ଚି ନଷ୍ଟ କରିଛନ୍ତି। କୌଣସି ସୂତ୍ରରୁ ଏଡେଲବେଡା ବୁରୁସାହି ଅଞ୍ଚଳ ରେ ବେଆଇନ ଭାବେ ଅଫିମ ଚାଷ ହୋଇଥିବା ଖବର ପାଇ ଠାକୁରମୁଣ୍ଡା ଥାନା ଅଧିକାରିଣୀ ସାବିତ୍ରୀ ଦଳେଇ ଉପଖଣ୍ଡପୋଲିସ ଅଧିକାରୀ ସୁବ୍ରତ ଦଳେଇ ଙ୍କୁ ସୂଚନା ଦେଇଥିଲେ ଓ ଏହାର ସତ୍ୟାସତ୍ୟ ବିଷୟ ରେ ତଦନ୍ତ କରିଥିଲେ । ପରେ ଉପଖଣ୍ଡ ପୋଲିସ ଅଧିକାରୀ ସୁବ୍ରତ କୁମାରଙ୍କ ନେତୃତ୍ୱ ରେ ଏକ ଟିମ ସାଲେଇବେଡା ଗ୍ରାମପଞ୍ଚାୟତ ଏଦେଲାବେଡା ଗ୍ରାମ ଅନ୍ତର୍ଗତ ବୁରୁ ସାହି ରେ ଚଢ଼ାଉ କରିଥିଲା ଏହି ଚଢ଼ାଉ ସମୟ ରେ ମାଜିଷ୍ଟ୍ରେଟ ଭାବେ ଠାକୁରମୁଣ୍ଡା ତହସିଲଦାର ସମ୍ବିତ କୁମାର କର ଓ ଠାକୁରମୁଣ୍ଡା ବନାଞ୍ଚଳ ଅଧିକାରୀ ଉମାକାନ୍ତ ବେହେରା ସମେତ ପୁଲିସ ଓ ବନବିଭାଗ କର୍ମଚାରୀ, ଅବକାରୀ ବିଭାଗ କର୍ମଚାରୀ ମିଳିତ ଚଢ଼ାଉ କରି ଚାଷ ହୋଇଥିବା ଅଫିମ ଗଛ ସବୁକୁ ନଷ୍ଟ କରିଥିଲେ। ବୁଧବାର ଦିବା ୩ ଘଟିକା ସମୟରେ ଠାକୁରମୁଣ୍ଡା ଥାନା ରେ ଉପଖଣ୍ଡ ପୋଲିସ ଅଧିକାରୀ ସୁବ୍ରତ କୁମାର ଏକ ସାମ୍ବାଦିକ ସମ୍ମିଳନୀ ରେ ପ୍ରାୟ ୧ ଏକର ପରିମିତ ଯାଗାରେ ୨୧୦୦୦ ଅଫିମ ଗଛ କୁ ତହସିଲଦାର ସମ୍ବିତ କୁମାର କର ଓ ଠାକୁରମୁଣ୍ଡା ବନାଞ୍ଚଳ ଅଧିକାରୀ ଉମାକାନ୍ତ ବେହେରା,ଠାକୁରମୁଣ୍ଡା ଥାନା ଅଧିକାରିଣୀ ସାବିତ୍ରୀ ଦଳେଇ, ଅବକାରୀ ବିଭାଗ ଅଧିକାରୀ, କର୍ମଚାରୀ, କେନ୍ଦୁଜୁଆଣି ରାଜସ୍ବ ନିରୀକ୍ଷକ, ଜଙ୍ଗଲ ବିଭାଗ କର୍ମଚାରୀ ଙ୍କ ଉପସ୍ଥିତି ରେ ପ୍ରାୟ ୪୨ ଲକ୍ଷ ଟଙ୍କାମୂଲ୍ୟର ଅଫିମ ଗଛ ନଷ୍ଟ କରାଯିବା ସହିତ ପେଟ୍ରୋଲ ପକାଇ ନିଆଁ ଲଗାଇ ଜାଳି ଦିଆଯାଇଛି । ଘଟଣା ରେ କାହାରିକୁ ଗିରଫ କରାଯାଇ ନଥିବାବେଳେ ଠାକୁରମୁଣ୍ଡା ଥାନାରେ କେଶ ନମ୍ବର ୬/୨୫ ରେ ୟୁଏସ ୧୮ ଏନଣ୍ଡିପିଏସ ଆକ୍ଟ ରେ ମାମଲା ରୁଜ୍ଜୁ କରାଯାଇ ଅଧିକ ତଦନ୍ତଜାରିରହିଥିବା ସୂଚନା ଦେବା ସହିତ ଆଗାମୀ ସମୟ ରେ ଏଭଳି ଚଢ଼ାଉ ଜାରିରହିବ ବୋଲି ପ୍ରକାଶ କରିଥିଲେ । ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ପୂର୍ବରୁ ଉପଖଣ୍ଡ ପୋଲିସ ଅଧିକାରୀ ସୁବ୍ରତ କୁମାର ଓ ଯଶିପୁର ଥାନା ଅଧିକାରିଣୀ ସଂଯୁକ୍ତା ମହାଳିକ ଙ୍କ ନେତୃତ୍ୱ ରେ ଯଶିପୁର ଥାନା ଅନ୍ତର୍ଗତ ଶିମିଳିପାଳ ବନାଞ୍ଚଳ ରେ ୬ ଟି ଚଢ଼ାଉ ରେ ପ୍ରାୟ ଦଶ କୋଟି ଟଙ୍କାର ଅଫିମ ଫସଲ କୁ ନଷ୍ଟ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ